ରୁଷିଆକୁ ଭେଟୋ ଶକ୍ତିରୁ ବଞ୍ଚିତ କରାଯିବା ଉଚିତ: ୟୁଏନଏସସିରେ ଜେଲେନସ୍କି…

ନ୍ୟୁୟର୍କ,୨୧।୯: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦକୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ରୁଷିଆକୁ ୟୁକ୍ରେନ ସହ ଯୁଦ୍ଧ କରିଥିବାରୁ ସମାଲୋଚନା କରିଥିଲେ। ଏଥିସହ ସେ ରୁଷିଆରୁ ଭିଟୋ ଶକ୍ତି ଛଡ଼ାଇବାକୁ ଦାବି କରିଛନ୍ତି।

ଜେଲେନସ୍କି କହିଛନ୍ତି ଯୁଦ୍ଧ ପ୍ରସଙ୍ଗରେ ମିଳିତ ଜାତିସଂଘ ଏକ ଅଟକି ରହିଛି। ସେ କହିଛନ୍ତି ଯଦି ଯୁଦ୍ଧର ସମାଧାନ ପାଇଁ ୟୁକ୍ରେନର କୌଣସି ଉପାୟ ଅଛି, ତେବେ ସେ ଆଜି ମିଳିତ ଜାତିସଂଘରେ ରହିବେ ନାହିଁ। ମିଳିତ ଜାତିସଂଘରେ ମାନବଜାତିର ଆଉ ଅଧିକ ଆଶା ବାକି ନାହିଁ।

ଏହା ସହିତ ସେ ମିଳିତ ସୁରକ୍ଷା ପରିଷଦରେ ରୁଷିଆକୁ ଟାର୍ଗେଟ କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦରେ ରୁଷିଆର ଏହି ଆକ୍ରମଣକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିନ୍ଦା କରିଛନ୍ତି ଏବଂ ଜାତିସଂଘରେ ଭିଟୋ କ୍ଷମତାରୁ ବଞ୍ଚିତ ହେବାକୁ ମସ୍କୋକୁ ଆହ୍ବାନ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ରୁଷିଆକୁ ଜାତିସଂଘର ଚାର୍ଟର ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି।

ୟୁକ୍ରେନକୁ ସମର୍ଥନ କରିଥିବାରୁ ଜେଲେନସ୍କି ବିଶ୍ୱର ଦେଶମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ୟୁକ୍ରେନ ବିରୋଧରେ ରୁଷିଆର ଆକ୍ରମଣକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ ୟୁକ୍ରେନକୁ ମଧ୍ୟ ସମର୍ଥନ କରିଛନ୍ତି। ଜେଲେନସ୍କି ଆହୁରି କହିଛନ୍ତି ଅନେକ ଦେଶ ମଧ୍ୟ ରୁଷ ବିରୋଧରେ ପ୍ରତିବନ୍ଧକ ଲଗାଇଛନ୍ତି।

ସେ କହିଛନ୍ତି ଭେଟୋ ପାୱାରର ବ୍ୟବହାରରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି। ସେହି ଦେଶଗୁଡିକ ଭିଟୋ ଶକ୍ତିରୁ ବଞ୍ଚିତ ହେବା ଉଚିତ ଯେଉଁମାନେ ଘୃଣା ଏବଂ ଯୁଦ୍ଧରେ ବ୍ୟସ୍ତ ରୁହନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ସୈନିକମାନେ ସେମାନଙ୍କ ରକ୍ତର ମୂଲ୍ୟ ଦେଇ ଦେଶକୁ ସୁରକ୍ଷା ଦେବାରେ ନିୟୋଜିତ ଅଛନ୍ତି। ତେଣୁ ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ଚାର୍ଟର ବଜାୟ ରଖିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri