ଧାର୍ଯ୍ୟ ଲଗ୍ନରେ ମା’ଙ୍କୁ ଲାଗିହେଲା ନବାନ୍ନ

ସମ୍ବଲପୁର,୨୧। ୯ (ଶୁଭାଶିଷ ପାଢ଼ୀ) ପଶ୍ଚିମ ଓଡ଼ିଶାବାସୀ ବୁଧବାର ଧୁମ୍‌ଧାମ୍‌ରେ ନୂଆଁଖାଇ ପାଳିଛନ୍ତି। ପ୍ରତି ଜିଲାରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ଏକାଠି ହୋଇ ନୂଆଁ ଖାଇଥିଲେ। ପଶ୍ଚିମ ଓଡ଼ିିଶା ଅନ୍ତର୍ଗତ ନୂଆପଡ଼ା ଜିଲାର ଟାନୱାଟ କଣା ଭଇଁରା ଓ ସମଲେଇ, ବରଗଡ ଓ ଝାରସୁଗୁଡା ଜିଲାର ସମଲେଇ, ସୁନ୍ଦରଗଡ ଜିଲାର ଶିଖରବାସିନୀ ଓ ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ନବାନ୍ନ ଲାଗି ହୋଇଥିଲା। ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ସମେତ ଅଞ୍ଚଳର ଇଷ୍ଟ ଦେବଦେବୀଙ୍କଠାରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହୋଇଥିଲା।

ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ ଲାଗି ପ୍ରତ୍ୟୁଷରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ପୂଜକମାନେ ମନ୍ଦିରରେ ପ୍ରାତଃ ପୂଜାନୀତି ସାରିବା ପରେ ଗମ୍ଭୀରା ଓ ପାର୍ଶ୍ୱ ଦେବଦେବୀଙ୍କ ନବାନ୍ନ ବିଧି ଆରମ୍ଭ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୦ଟା ୨୭ରୁ ୧୦ଟା ୪୨ ମିନିଟ ମଧ୍ୟରେ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ସମେତ ପୂଜକ ଗଙ୍ଗାଧର ରାୟ ଓ ପ୍ରଶାନ୍ତ ରାୟଙ୍କ ଘରୁ ତଥା ଝାଡ଼ୁଆପଡ଼ାର ବେହେରା ପରିବାରରୁ ଦେବୀଙ୍କ ନବାନ୍ନ ଭୋଗ ଆସିଥିଲା। ଏହା ପରେ ମୁଖ୍ୟ ପୂଜକଙ୍କ ସହିତ ପ୍ରାୟ ୧୫ ଜଣ ପୂଜକ ଗମ୍ଭୀରା ଭିତରକୁ ଯାଇ ନବାନ୍ନ ଅର୍ପଣର ପ୍ରାକ୍‌ ପ୍ରସ୍ତୁତି କରିଥିଲେ। ନିର୍ଦ୍ଧାରିତ ଲଗ୍ନରେ ଦେବୀଙ୍କୁ ନୂଆ ଚାଉଳ, କ୍ଷିରୀ, ପିଠା, ସାରୁ ସାଗ ଆଦି ଭୋଗ ଲାଗି କରାଯାଇଥିଲା। ପୂଜକମାନେ ଗମ୍ଭୀରା ଭିତରୁ ବାହାରି ୧୧୫ ପାର୍ଶ୍ୱ ଦେବଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଏହା ପରେ ମାଁଙ୍କ ମହାଆଳତି କରାଯାଇଥିଲା। ମଧ୍ୟାହ୍ନରେ ସାଧାରଣ ଭକ୍ତଙ୍କ ପାଇଁ ଦେବୀଙ୍କ ଦର୍ଶନ ସକାଶେ ଉନ୍ମୁକ୍ତ କରାଯାଇଥିଲା। ଏଥର ଗାଁଠୁ ସହର ସର୍ବତ୍ର ନୂଆଁଖାଇର ଉତ୍ସୁକତା ଦେଖିବାକୁ ମିଳିଛି। ମହିଳାମାନେ ଝାଙ୍କର (ଗ୍ରାମଦେବୀଙ୍କ ପୂଜକ) ଦେଇଥିବା ନୂଆଁଧାନରୁ ପ୍ରସ୍ତୁତ ଅନ୍ନରୁ ପିଠାପଣା ଓ କ୍ଷୀରି ପ୍ରସ୍ତୁତ କରି ଦେବଦେବୀଙ୍କ ଠାରେ ଅର୍ପଣ କରିଥିଲେ।
ପ୍ରତ୍ୟୁଷରୁ ଚାଷୀ ପରିବାରର ମୁରବୀମାନେ କ୍ଷେତକୁ ଯାଇ ପୂଜା କରିଥିଲେ। ଦେବଦେବୀଙ୍କୁ ପୂଜାର୍ଚ୍ଚନା ସହ ବରିଷ୍ଠତମ ସଭ୍ୟଙ୍କଠାରୁ ପରିବାରର ସମସ୍ତେ ନୂଆଁ ଗ୍ରହଣ କରି ଭଗବାନଙ୍କୁ ପ୍ରଣିପାତ ଜଣାଇଥିଲେ। ଏହା ପରେ ନୂୂଆଁଖାଇ ଜୁହାର ଭେଟ୍‌ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସମସ୍ତେ ସାର୍ବଜନୀନ ଜୁହାର୍‌ଭେଟ୍‌ ପାଇଁ ଗାଁଖୁଲି ଓ ପଡ଼ା ରାସ୍ତାକୁ ବାହାରିଥିଲେ। ସନ୍ଧ୍ୟାରେ ନୂଆଁଖାଇ ଭେଟ୍‌ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଝାଡ଼ୁଆପଡ଼ା ବଡ଼ଦୁଆରଠାରେ ଓଡ଼ିଶା ସାଂସ୍କୃତିକ ସମାଜ, ନନ୍ଦପଡ଼ା ଚିତ୍ରୋପତ୍ଳା ମଞ୍ଚଠାରେ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ, ମାନେଶ୍ୱର ମାନଧାତା ବାବା ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri