Posted inଫୁରସତ

ସଚେତନତା ଜରୁରୀ

ପ୍ରତିବର୍ଷ ଏପ୍ରିଲ ୨ରେ ବିଶ୍ୱ ଅଟିଜମ୍‌ ସଚେତନତା ଦିବସ ପାଳନ କରାଯାଏ। ଆମ ଦେଶରେ ପ୍ରାୟ ୫୦ ଲକ୍ଷ ପିଲା ଅଟିଜମ୍‌ ଦ୍ୱାରା ପ୍ରଭାବିତ। ଭାରତରେ ଅଟିଜମ୍‌ର ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ସଚେତନତାର ଘୋର ଅଭାବ ରହିଛ। ଫଳରେ ଠିକ୍‌ ସମୟରେ ଏହି ରୋଗର ଲକ୍ଷଣ ଚିହ୍ନି ଉପଯୁକ୍ତକ ଚିକିତ୍ସା କରାଯାଇପାରୁ ନାହିଁ। ଅଟିଜମ୍‌ ହେଉଛି ଏକ ମସ୍ତିଷ୍କ ବିକାଶ ସମ୍ବନ୍ଧୀୟ ରୋଗ ଯାହା ସାଧାରଣତଃ ଶୈଶବାବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ରୋଗରେ ସାମାଜିକ ସମ୍ପର୍କ ସ୍ଥାପନ, ଭାବର ଆଦାନ ପ୍ରଦାନ ଓ ଭାଷାର ପରିପ୍ରକାଶ ଆଦିରେ ଅସୁବିଧା ଦେଖାଯାଇଥାଏ। ଜିନ୍‌ଗତ ଓ ପରିପାର୍ଶ୍ୱିକ କାରଣଗୁଡ଼ିକ ଯୋଗୁ ଏହି ରୋଗ ଆରମ୍ଭ ହୋଇପାରେ।
ରୋଗରେ ୧ ବର୍ଷ ବୟସ ସୁଦ୍ଧା ଏହି ଶିଶୁମାନଙ୍କୁ ନିଜ ନଁା ଧରି ଡାକିଲେ ସେମାନେ ଜାଣିପାରନ୍ତି ନାହିଁ। ସେମାନେ ୧୬ ମାସ ବୟସ ସୁଦ୍ଧା ଗୋଟିକିଆ ଶବ୍ଦ କହିପାରନ୍ତି ନାହିଁ। ୨୪ ମାସ ବୟସ ସୁଦ୍ଧା ୨ ଶବ୍ଦ ବିଶିଷ୍ଟ ବାକ୍ୟ କହିପାରନ୍ତି ନାହିଁ। ୧ ରୁ ୩ ବର୍ଷ ବୟସ୍କ ଶିଶୁମାନେ ଅନ୍ୟମାନଙ୍କ ନକଲ କରିପାରନ୍ତି ନାହିଁ, ନିଜ ଆଖପାଖ ଲୋକଙ୍କ ସହ ମିଳାମିଶା କରନ୍ତି ନାହିଁ। ସେମାନେ ଅନ୍ୟମାନଙ୍କ ସହ ଆଖିରେ ଆଖି ମିଳାଇପାରନ୍ତି ନାହିଁ। ଏହି ପିଲାମାନେ ସବୁବେଳେ ଏକୁଟିଆ କେତେକ ନିର୍ଦ୍ଦିଷ୍ଟ ଖେଳ ହିଁ ଖେଳନ୍ତି। ସେମାନେ ଖେଳଣା ସହ ନ ଖେଳି ଘରକରଣା ଜିନିଷ ସହିତ ଖେଳନ୍ତ। ଅଟିଜମ୍‌ ରୋଗରେ ଆକ୍ରାନ୍ତ ପିଲାର ଭାଷାର ବିକାଶରେ ଅସୁବିଧା ହୋଇ ଥାଏ। ସେମାନଙ୍କର ଭାଷାର ବିକାଶ ବିଳମ୍ବ ହୋଇପାରେ କିମ୍ବା ଭାଷା ଅସ୍ବାଭାବିକ ହୋଇପାରେ। କଥାବାର୍ତ୍ତା କଲାବେଳେ ସେମାନେ ବିଭିନ୍ନ ଶବ୍ଦର ଠିକ୍‌ ଭାବରେ ବ୍ୟବହାର କରିପାରନ୍ତି ନାହିଁ। ଅଟିଜମ୍‌ ରୋଗରେ ପିଲାମାନଙ୍କ ଖେଳିବାର ଶୈଳୀରେ ମଧ୍ୟ ଅସ୍ବାଭାବିକତା ଦେଖା ଯାଇଥାଏ। କେତେକ ନିର୍ଦ୍ଦିଷ୍ଟ ବ୍ୟବହାରକୁ ବାରମ୍ବାର କରିଥାନ୍ତି; ଯେମିତିକି ଆଗକୁ ପଛକୁ ଦୋହଲିବା, ଆଖି ଆଗରେ ଆଙ୍ଗୁଠି ମୋଡ଼ିବା, ଗୋଲ ଗୋଲ ହୋଇ ଘୂରିବା, କେତେକ ନିର୍ଦ୍ଦିଷ୍ଟ ଶବ୍ଦକୁ ବାରମ୍ବାର କହିବା ଇତ୍ୟାଦି।
ପ୍ରାରମ୍ଭିକ ଅବସ୍ଥାରେ ଅଟିଜମ୍‌ ରୋଗର ଲକ୍ଷଣକୁ ଚିହ୍ନି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ଏଥିପାଇଁ ମୁଖ୍ୟତଃ ବିଭିନ୍ନ ବ୍ୟବହାରିକ ଚିକିତ୍ସା ପଦ୍ଧତି (ସେନ୍‌ସୋରି ଇଣ୍ଟିଗ୍ରେସନ ଥେରାପି, ସ୍ପିଚ୍‌ ଥେରାପି) ସହିତ କେତେକ ଔଷଧ ବ୍ୟବହାର କରା ଯାଇଥାଏ। ଏହି ଚିକିତ୍ସା ପଦ୍ଧତି ଦ୍ୱାରା ପିଲାର ସାମାଜିକ ଓ ଯୋଗାଯୋଗ ଦକ୍ଷତା ବୃଦ୍ଧି ପାଇଥାଏ। ତା’ର ଭାଷାରେ ମଧ୍ୟ ଧୀରେ ଧୀରେ ବିକାଶ ଘଟିଥାଏ। ପିଲାର ବ୍ୟବହାରିକ ସମସ୍ୟା ନିମନ୍ତେ କେତେକ ଔଷଧ ବ୍ୟବହାର କରାଯାଇଥାଏ। ଅଭିଭାବକମାନେ ଧୈଯ୍ୟର ସହ ପିଲାର ଚିକିତ୍ସା କରାଇଲେ ଧୀରେ ଧୀରେ ତା’ର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ନୂତନ ଭିନ୍ନକ୍ଷମ ଆଇନ ଅନୁସାରେ ଅଟିଜମ୍‌ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଏବେ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଉଛି। ଫଳରେ ସେମାନେ ଅନେକ ମାତ୍ରାରେ ଉପକୃତ ହୋଇପାରୁଛନ୍ତ।
-ଡା. ସତ୍ୟକାମ ମହାପାତ୍ର,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ : ୮୮୯୫୨୯୩୯୯୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?