ବିଶ୍ୱ ଆଦିବାସୀ ଦିବସ ସମ୍ପର୍କରେ ଲୋକଙ୍କୁ ସଚେତନ, ହଜି ଯାଉଥିବା ପାରମ୍ପରିକ ଚଳଣିକୁ…

ଦାରିଙ୍ଗବାଡ଼ି,୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କୁଇକୁଳ ସମିତି ପକ୍ଷରୁ ବିଶ୍ୱ ଆଦିବାସୀ ଦିବସକୁ ଧୂମ୍‌ଧାମରେ ପାଳନ କରାଯାଇଛି। ସମିତିର ସଭାପତି କରୁଣାକର ପ୍ରଧାନଙ୍କ ନେତୃତ୍ୱରେ ଏହି ଦିବସ ପାଳନ ଅବସରରେ ଆଦିବାସୀଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ କୁହାଯାଇଥିଲା। ଏଥିସହ ଆଦିବାସୀଙ୍କ ପାରମ୍ପରିକ ଚାଷ ଚଳଣି, ସଂସ୍କୃତି, ପୋଷାକ, ଅଳଙ୍କାର, ଖାଦ୍ୟ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଯେଉଁ ସବୁ ପାରମ୍ପରିକ ଚଳଣି ଆଦିରେ ପରିବର୍ତ୍ତନ ଆସୁଛି ତାକୁ ପୁନଃରୁଦ୍ଧାର ପାଇଁ ଆଲୋଚନା ହୋଇଥିଲା।

ସେହିପରି ଆଦିବାସୀଙ୍କ ଅଧିକାର, ଜଙ୍ଗଲ ଜମି ପାରମ୍ପରିକ ଚାଷ ଆଦି ଆଲୋଚନା କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ପାରମ୍ପରିକ ବାଦ୍ୟଯନ୍ତ୍ରରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦାରିଙ୍ଗବାଡ଼ି ସହର ପରିକ୍ରମା କରି ସାରିଙ୍ଗିଇର୍ପି ପଡ଼ିଆଠାରେ ପହଞ୍ଚି ସେଠାରେ ବୈଠକ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଇକୁଳ ସମିତିର ସମ୍ପାଦକ ଶୁକଦେବ ପ୍ରଧାନ, ଉପସଭାପତି ପୁରେ ପ୍ରଧାନ, କୋଷାଧ୍ୟକ୍ଷ ରମାକାନ୍ତ ପ୍ରଧାନ, ଶରତ ଚନ୍ଦ୍ର ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, ସୁନୀଲ ପ୍ରଧାନ, ଆବ୍ରାହମ ପ୍ରଧାନ, ଅଜୟ ଚନ୍ଦ୍ର ପଡ୍ରା, କୁଶନାଥ ପ୍ରଧାନଙ୍କ ସମେତ ବିଭନ୍ନ ପଞ୍ଚାୟତର ଶତାଧିକ ଆଦିବାସୀ ଭଉଣୀ ଭାଇ ଯୋଗଦେଇଥିଲେ। ଏହି ଦିବସ ପାଇଁ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri