ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ପକ୍ଷରୁ ଅଗଷ୍ଟ ୩୧ରେ ସ୍ବାୟତ ଶାସନ ଦିବସ ପାଳନ କରାଯିବ। ଏନେଇ ସୋମବାର ଏନଏସି କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଥିବା ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛିା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ଉପସ୍ଥିତ ଥିବାବେଳେ ଗୋଷ୍ଠୀ ସଂଗଠିକା ଅଞ୍ଜଳି ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭାରତୀ ବିଦ୍ୟାପୀଠ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଜୟଶ୍ରୀ କରମେଟ ସ୍କୁଲ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ସମସ୍ତ ସ୍କୁଲ ପିଲାଙ୍କୁ ନେଇ ଜୁନିଅର ଓ ସିନିଅର ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ରାଜପୁର ଉପ୍ରା ପ୍ରାଇମେରୀ ସ୍କୁଲ ସହକାରୀ ଶିକ୍ଷକ ଜଗନ୍ନାଥ ମିଶ୍ର ଏବଂ ନୀଳାଦ୍ରିପୁର ୟୁପି ସ୍କୁଲ ଶିକ୍ଷକ ବିପିନ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ। ସ୍ବାୟତ୍ତ ଶାସନ ଦିବସରେ କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବ ବୋଲି ସିଓ ପାଢ଼ୀ ସୂଚନା ଦେଇଛନ୍ତି।

