ୱେଷ୍ଟର୍ନ ଲେନ୍‌ ରଚୟିତା

ପ୍ରଥମ ଉପନ୍ୟାସ ଯଦି ଅନ୍ତର୍ଜାତୀୟ ସ୍ତରର ପ୍ରଶଂସା ପାଏ, ତାହାଠାରୁ ବଡ଼ ପୁରସ୍କାର ଆଉ କିଛି ହୋଇ ନ ପାରେ। ତଥାପି ତାଙ୍କ ପାଇଁ ଚୂଡ଼ାନ୍ତ ସମ୍ମାନ ଅପେକ୍ଷା କରିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି। ବୁକର ପୁରସ୍କାର ୨୦୨୩ ପାଇଁ ସଂକ୍ଷିପ୍ତ ଚୟନ ପୁରସ୍କାର ତାଲିକାରେ ଯେଉଁ ଲେଖକଙ୍କ ନାମ ସ୍ଥାନ ପାଇଥାଏ, ସେମାନଙ୍କ ପୁସ୍ତକ ‘ନିଶ୍ଚିତ ସୁଖପାଠ୍ୟ’ ସ୍ତରରେ ପହଞ୍ଚତ୍ଥାଏ ବୋଲି ବିଚାର କରାଯାଏ। କେନିଆ ଜନ୍ମିତ ଭରତୀୟ ମୂଳବାସିନ୍ଦା ଚେତନା ମାରୋ ବ୍ରିଟିଶରେ ବାସ କରୁଛନ୍ତି। ପ୍ରଥମ ଉପନ୍ୟାସ ‘ୱେଷ୍ଟର୍ନ ଲେନ୍‌’ ବୁକର ପୁରସ୍କାର ସଂକ୍ଷିପ୍ତ ଚୟନ ତାଲିକାରେ ରହିବା ପରେ ତାଙ୍କ ପରିଚୟ ଓ ପୁସ୍ତକ ବିଷୟରେ ଜାଣିବା ଲାଗି ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଆଗ୍ରହ ରହିବା ସ୍ବାଭାବିକ।
ବୃତ୍ତିରେ ଚେତନା ଥିଲେ ଆକାଉଣ୍ଟାଣ୍ଟ। ବିଭିନ୍ନ ପତ୍ରପତ୍ରିକାରେ କାଳ୍ପନିକ ଗଳ୍ପ ଲେଖି ନିଜର ଏକ ପାଠକୀୟ ବଳୟ ସୃଷ୍ଟି କରିଥିଲେ। ପ୍ରଶଂସା ମିଳିବାରୁ ଭାବିଲେ ଚାକିରି ଜୀବନ ଲେଖାରେ ବାଧା ସୃଷ୍ଟି କରୁଛି। ଛାଡ଼ିଲେ ଚାକିରି, ମନୋନିବେଶ କଲେ ପୂର୍ଣ୍ଣକାଳୀନ ଲେଖାରେ। ସେହି ଜିଦି ତାଙ୍କୁ ‘ୱେଷ୍ଟର୍ନ ଲେନ୍‌’ ସୃଷ୍ଟି କରିବା ଲାଗି ବଳ ଦେଇଥିଲା। କେଉଁଭଳି ଉପନ୍ୟାସ ଲେଖିଲେ ସେ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇ ସାହିତ୍ୟ ପରିମଣ୍ଡଳରେ ଦୃଶ୍ୟମାନ ହେବେ, ଭାବୁ ଭାବୁ ଆଖିକୁ ଆସିଲା ‘ସ୍କ୍ବାଶ୍‌’। ଏହି କ୍ରୀଡ଼ାକୁ ନେଇ ଉପନ୍ୟାସ ଲେଖିବା ସମ୍ଭବତଃ କେହି ଭାବିପାରୁ ନ ଥିବା ବେଳେ ଚେତନା କିନ୍ତୁ ପାଇଥିଲେ ପ୍ଲଟ। ତିନି ବର୍ଷ ଲେଖିବା ପରେ ୨୦୨୩ ଫେବୃୟାରୀରେ ‘ଓ୍ବେଷ୍ଟର୍ନ ଲେନ୍‌’ ପ୍ରକାଶ ପାଇଲା ଓ ବୁକର ଜୁରିଙ୍କ ମନକୁ ପାଇଗଲା। କାହାଣୀ ୧୧ ବର୍ଷୀୟା ଝିଅ ‘ଗୋପୀ’ ଉପରେ ଆଧାରିତ। ରାକେଟ ଧରିବା ବୟସ ହେବା ପରେ ଗୋପୀ ସ୍କ୍ବାଶ ଖେଳିଥିଲା। ଯେତେବେଳେ ତା’ ମା’ର ମୃତ୍ୟୁ ଘଟିଲା ପିତା କଠୋର ପ୍ରଶିକ୍ଷଣ ମିଳୁଥିବା ଏକ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଦେଲେ। ତା’ର ଅନ୍ୟ ଦୁଇ ଭଉଣୀ ହେଲେ ‘ଖୁଶ୍‌’ ଓ ‘ମୋନା’। ମୋନା ୧୫ ବର୍ଷର ହୋଇଥିବା ବେଳେ ଖୁଶ୍‌ ୧୩ ବର୍ଷର। ମା’ଙ୍କ ପରଲୋକରେ ପରିବାର ମ୍ରିୟମାଣ ଥିବା ବେଳେ ଗୋପୀ ଦୁଃଖ ଭୁଲିବାକୁ ଯାଇ ‘ସ୍କ୍ବାଶ’କୁ ତା’ ଜୀବନର ପୃଥିବୀ ବୋଲି ଧରି ନେଇଛି। କୋର୍ଟରେ ସେ ବାପାଙ୍କ ସହିତ ଥିବା ବେଳେ ୧୩ ବର୍ଷର ବାଳକ ଜେଡ୍‌କୁ ଦେଖିବାକୁ ପାଉଛି। ଜେଡ୍‌ ସେହି ଖେଳରେ ଜଣେ ଦୁର୍ଜୟ। ହେଲେ ସେଠାରେ ଯୋଗଦେବା ପୂର୍ବରୁ ଯେତେ କିଶୋରୀ କିଶୋର ଖେଳୁଥିଲେ ସେମାନଙ୍କ ଭିତରେ ଗୋପୀ ନିଜକୁ ବିସ୍ମୟ ସ୍ତରରେ ନେଇ ପହଞ୍ଚାଇ ଦେଉଛି। ଘର କଥା ଭାବିଲା ବେଳେ ମଝିଆ ଭଉଣୀ ଖୁଶ୍‌ କିଭଳି ମା’ଙ୍କ ବିୟୋଗ ପରେ ତାଙ୍କୁ ଝୁରି ହେଉଛି ତାହା ଗୋପୀ ଅନୁଭବ କରୁଥିଲା। ସନ୍ଧ୍ୟା ଆସିଲେ ଖୁଶ୍‌ ତାକୁ ଗୁଜରାଟୀ ଭାଷାରେ ଗପ କହୁଛି। ବଡ଼ ଭଉଣୀ ପରିବାର କିଭଳି ଚଳିବ ଓ ଆଗକୁ ବଢ଼ିପାରିବ, ସେଥିଲାଗି କାମରେ ବ୍ୟସ୍ତ। ପିତା ‘ପା’ ଜଣେ ଶାନ୍ତ ମଣିଷ। ସ୍ତ୍ରୀ ଚାଲିଯିବା ପରେ ସେ ବିରହିତ ଅବସ୍ଥାରେ ରହୁଛନ୍ତି। ତେବେ ସବୁ ଦୁଃଖକୁ ଭୁଲି ପିଲାଙ୍କ ସହ ସମୟ କାଟୁଛନ୍ତି। ପିଲାଟିବେଳୁ ପିତା ତାଙ୍କ ସବୁ ପିଲାଙ୍କୁ ସ୍କ୍ବାଶ ଖେଳାଇ ଆସିଛନ୍ତି। ହେଲେ ସାନ ଝିଅ ଖେଳ ଭିତରେ ଏଭଳି ମଜି ରହିବା ସହ ଅନ୍ୟମାନଙ୍କୁ ସ୍କ୍ବାଶ ଭିତରେ ବୁଡ଼ାଇ ରଖିଛନ୍ତି ଯେ ପରିବାର ମ୍ରିୟମାଣ ଅବସ୍ଥାରୁ ଉପରକୁ ଉଠି ଆସୁଛନ୍ତି।
ଗୋଟେ ଖେଳକୁ ଉପନ୍ୟାସର ଚରିତ୍ରରେ କେନ୍ଦ୍ରୀଭୂତ କରି ୧୧ ବର୍ଷ ଝିଅକୁ ସେଥିରେ ନିମଜ୍ଜିତ କରି କାହାଣୀକୁ ଚେତନା ଯେଉଁଭଳି ଆଗକୁ ନେଇପାରିଛନ୍ତି, ତାହା ବିଚାରକମଣ୍ଡଳୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କ୍ରୀଡ଼ା ଦୁଃଖ ଯନ୍ତ୍ରଣାରେ ଥିବା ଏକ ପରିବାର ପାଇଁ ବଞ୍ଚତ୍ବାର ମଲମ ପାଲଟିଯାଇଛି। ତାହା ଔପନ୍ୟାସିକା ‘ଓ୍ବେଷ୍ଟର୍ନ ଲେନ୍‌’ରେ ଦେଖାଇବାକୁ ଚାହିଁଛନ୍ତି। ପିଲାମାନଙ୍କ ଦୁଃଖ ଓ ଅଭାବବୋଧକୁ ହ୍ରାସ କରିବା ଲାଗି ସେମାନଙ୍କ ମାଈଁ ଓ ମାମୁ ଆସିଯାଉଛନ୍ତି। ଝିଅମାନଙ୍କୁ ବଢ଼ାଇବାର ଦାୟିତ୍ୱ ନେଉଥିବା ଦେଖାଯାଉଛି। ଜୀବନରେ ସଂଘର୍ଷକୁ ସାମ୍ନା କରିବା ଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ ବୋଲି ଗୋପୀ ଜଣାଇଦେଇଛି। ସେଥିପାଇଁ ଖେଳରେ ମଗ୍ନ ହୋଇ ସଫଳତା ପାଉଛି। ଅର୍ଥାତ୍‌ ବିଷାଦକୁ ଚିପୁଡ଼ି(ସ୍କ୍ବାଶ-ସାହିତି୍ୟକ ଅଭିବ୍ୟକ୍ତି ଅର୍ଥରେ ବ୍ୟବହାର) ପିଇଦେବା ପରେ ଜୀବନ ଜିଇବାର ରାହା ପାଉଥିବା ପରିବାରକୁ ଚେତନା ଉପନ୍ୟାସରେ ଏଭଳି ସନ୍ତୁଳିତ ଭାବେ ବ୍ୟାଖ୍ୟାନ କରିଛନ୍ତି ଯେ, ପ୍ରତ୍ୟେକ ପାଠକଙ୍କୁ ଜାବୁଡ଼ି ଧରିବା ଲାଗି ଜବରଦସ୍ତ ପ୍ଲଟ ସେଥିରେ ଭରି ରହିଛି।
ସାହିତି୍ୟକ ସ୍ବୀକୃତି ଭାବେ ଚେତନା କାଳ୍ପନିକ ଗଳ୍ପ ଲେଖି ୨୦୨୨ରେ ପ୍ଲିମ୍ପଟନ ପୁରସ୍କାର ପାଇଥିଲେ। ହେଲେ ବୁକର ପୁରସ୍କାର ସଂକ୍ଷିପ୍ତ ତାଲିକାରୁ ଉନ୍ନୀତ ହୋଇ ଆସନ୍ତା ନଭେମ୍ବରରେ ଘୋଷଣା ହେବାକୁ ଥିବା ଚୂଡ଼ାନ୍ତ ପୁରସ୍କାରରେ ଯଦି ତାଙ୍କ ନାମ ସ୍ଥାନ ପାଏ, ସେ ଇତିହାସ ରଚିବେ।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri