ସିଡ୍ନୀ,୧୩ା୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ପେସ ବୋଲର ଜୋଶ ହାଜେଲଉଡ୍ଙ୍କ ଖେଳିବା ନେଇ ସନ୍ଦେହ ଦେଖାଦେଇଛି। ପ୍ରଥମ ଟେଷ୍ଟରେ ମାଂସପେଶୀ ଟାଣି ହୋଇଯାଇଥିବାରୁ ସେ ଘରକୁ ଫେରି ଯାଇଥିବା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ରବିବାର କୁହାଯାଇଛି।
ବ୍ରିସବେନ ଟେଷ୍ଟରେ ୩୦ ବର୍ଷୀୟ ପେସର ଆହତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦିବାରାତ୍ର ଟେଷ୍ଟରୁ ତାଙ୍କୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବାଦ୍ ଦିଆଯାଇନାହିଁ। ଗୁରୁବାରଠାରୁ ଆଡିଲେଡ୍ଠାରେ ଆରମ୍ଭ ହେବାକୁ ଥିବା ମ୍ୟାଚ୍ରେ ତାଙ୍କ ଖେଳିବାର ସମ୍ଭାବନା କମ୍ ରହିଛି। ଆଶା କରାଯାଉଛି, ତାଙ୍କ ବଦଳରେ ଝେ ରିଚାର୍ଡସନଙ୍କୁ ଦଳରେ ସ୍ଥାନ ମିଳିପାରେ। ତେବେ ଶୁକ୍ରବାର ହାଜେଲଉଡ୍ଙ୍କ ସ୍କାନ କରାଯାଇଥିବା ବେଳେ ଶନିବାର ସେ ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ।