Posted inଖେଳ

ହୃଦୟ ଜିତିବାରେ ବିଫଳ ଦର୍ଶକ

(ଗୌତମ ଗମ୍ଭୀର)
ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଏହାର ୩ଟି ଯାକ ମ୍ୟାଚରେ ବିଜୟୀ ହୋଇଛି। ତେବେ ମ୍ୟାଚ୍‌ ଜିତିଥିଲେ ମଧ୍ୟ ଭାରତୀୟ ସମର୍ଥକମାନେ ହୃଦୟ ଜିତିବାରେ ସମର୍ଥ ହୋଇ ନାହାନ୍ତି। ଭାରତ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଫୁଲ୍‌ ରହୁଥିବା ବେଳେ ଅନ୍ୟ ମ୍ୟାଚ୍‌ଗୁଡିକରେ ଦର୍ଶକ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତୀୟମାନେ କ୍ରିକେଟକୁ ଭଲ ପାଆନ୍ତି କି ଏହାର ସୁପରଷ୍ଟାରମାନଙ୍କୁ ତାହାକୁ ନେଇ ମଧ୍ୟ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ଦିଲ୍ଲୀରେ ନବୀନ ଉଲ୍‌ ହକ୍‌ ଓ ଅହମଦାବାଦରେ ବାବର ଆଜମଙ୍କୁ ଭାରତୀୟ ଦର୍ଶକ ଅସମ୍ମାନ କରିଥିଲେ। ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରୁଥିବା ଭାରତୀୟ ଦର୍ଶକଙ୍କ ନିକଟରୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ।
୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍‌ ଦାଖଲ ପୂର୍ବରୁ ଏଭଳି ହେଲେ ସମଗ୍ର ବିଶ୍ୱରେ ଭାରତର ଏକ ନକାରାତ୍ମକ ଛବି ସୃଷ୍ଟି ହେବ। ସେହିପରି ଅହମଦାବାଦର ମ୍ୟାଚ୍‌ ଏକ ଆଇସିସି ଇଭେଣ୍ଟ ନୁହେଁ ବରଂ ବିସିସିଆଇ ଇଭେଣ୍ଟ ପରି ମନେହେଉଥିଲା ବୋଲି ପାକିସ୍ତାନ କ୍ରିକେଟ ଟିମ୍‌ ଡିରେକ୍ଟର ମିକି ଆର୍ଥର ମତ ଦେଇଥିଲେ। ଜଣେ ଭାଷ୍ୟକାର ଭାବେ ମୁଁ ଷ୍ଟାଡିୟମରେ ଉପସ୍ଥିତ ଥିବାରୁ ମୁଁ ଆର୍ଥରଙ୍କ ସହିତ ସହମତ। ଦୁଇ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାକୁ ମୁଁ ସମର୍ଥନ କରେ, ମାତ୍ର ଦର୍ଶକଙ୍କ ମଧ୍ୟରେ ଶାଳୀନତା ରହିବା ଆବଶ୍ୟକ।
ଭାରତ ଗୁରୁବାର ପୁଣେରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ଫେଭରିଟ ରହିବ। ଏହା ସହ ଶାର୍ଦ୍ଦୂଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଆକ୍ସନରେ ଦେଖିବା ମୋର ଇଚ୍ଛା। ଜଣେ ଅଧିନାୟକ ଭାବରେ ମୁଁ ଶାମିଙ୍କ ପରି ବୋଲରଙ୍କୁ ସୁଯୋଗ ଦେବାକୁ ପ୍ରାଧାନ୍ୟ ଦେବି। ଯଦି ସେ ଖେଳନ୍ତି ତେବେ ନାଲି ଓ କଳା ମାଟିରେ ପ୍ରସ୍ତୁତ ପୁଣେ ପିଚ୍‌ରେ ରିଭର୍ସ ସୁଇଂ ଦେଖିବାକୁ ମିଳିବ। ବର୍ତ୍ତମାନର ଲାଇନ୍‌ଅପ୍‌କୁ ଦେଖିଲେ ୮ନମ୍ବରରେ ଶାର୍ଦ୍ଦୂଳଙ୍କ ଆବଶ୍ୟକତା ମନେହେଉନାହିଁ। ଏହା ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ହେବା ଭଳି ମୋର ଆଶା ନାହିଁ।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟୁର୍ନାମେଣ୍ଟରେ ଚମତ୍କାର ଆରମ୍ଭ କରିଛନ୍ତି। ସକାରାତ୍ମକ ଆଭିମୁଖ୍ୟ ସହ ଆକ୍ରମଣାତ୍ମକ ବ୍ୟାଟିଂ ଭାରତୀୟ ଦଳର ମନୋବଳ ବୃଦ୍ଧି ପାଇଁ ଯଥେଷ୍ଟ। ପ୍ରଥମ ବଲ୍‌ରୁ ରୋହିତ ଆକ୍ରମଣ କରୁଥିବା ବେଳେ ଭାରତୀୟ ଦଳ ଫାୟାର ବ୍ରାଣ୍ଡ କ୍ରିକେଟ ଖେଳୁଛି। ବାଂଲାଦେଶ ବୋଲିଂ ବିପକ୍ଷରେ ରୋହିତ ଆଉ ଏକ ବଡ ଇନିଂସ ଖେଳିଲେ ଏଥିରେ ଆଶ୍ଚର୍ଯ୍ୟ ହେବି ନାହିଁ ।
ପାକିସ୍ତାନ ବିପକ୍ଷରେ ଶ୍ରେୟସ୍‌ ଆୟାର ଶର୍ଟ ବଲ୍‌ ଆକ୍ରମଣକୁ ଯେଉଁଭଳି ସଫଳତାର ସହ ମୁକାବିଲା କଲେ ତାହା ପ୍ରଶଂସନୀୟ। ଆରମ୍ଭରୁ ସାମାନ୍ୟ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ସେ ଯେଉଁଭଳି ଆତ୍ମବିଶ୍ୱାସ ଦେଖାଇଲେ ତାହା ତାଙ୍କୁ ଆଗକୁ ସାହାଯ୍ୟ କରିବ। ବାଂଲାଦେଶ ମଧ୍ୟ ଆୟରଙ୍କ ବିପକ୍ଷରେ ସମାନ ଶର୍ଟବଲ୍‌ ରଣନୀତି ଆପଣେଇପାରେ। ଶାକିବ୍‌ ଅଲ ହସନ ଏହି ମ୍ୟାଚ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଭାରତ ପରି ଶକ୍ତିଶାଳୀ ଦଳ ସମ୍ମୁଖରେ ଏହା ବାଂଲାଦେଶ ପାଇଁ ବଡ ସମସ୍ୟା ସୃଷ୍ଟି କରିପାରେ।
ବିଗତ ସପ୍ତାହରେ ବିଶ୍ୱକପ୍‌ରେ କିଛି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଫଗାନିସ୍ତାନ ଦିଲ୍ଲୀରେ ଇଂଲଣ୍ଡକୁ ଓ ନେଦରଲାଣ୍ଡ୍ସ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ। ଏହା ବିଶ୍ୱକପ୍‌ର ସମୀକରଣକୁ ସମସ୍ତ ଦଳ ପାଇଁ ଉନ୍ମୁକ୍ତ ରଖିଛି। ଅଷ୍ଟ୍ରେଲିଆ ପରି ଦଳ ଏହି ଫଳାଫଳରେ ବହୁତ ଖୁସି ଥିବେ। ମିଡିଲ ଓଭରରେ ରନ୍‌ ସଂଗ୍ରହରେ ବିଫଳତା ଏଭଳି ବିପର୍ଯ୍ୟୟର କାରଣ। ଯେତେବେଳେ ବାଉଣ୍ଡ୍ରି ଆସିବା ସମ୍ଭବ ହେଉନି ଖେଳାଳିମାନେ ସିଙ୍ଗଲ ଓ ଡବଲ ନେବା ଉପରେ ଗୁରୁତ୍ୱ ଦେବା ଉଚିତ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?