କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଘେରିଲେ ଚାଷୀ

ନୟାଗଡ଼/ରଣପୁର,୧୯।୧୦(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ)ବର୍ଷା ନ ଥିବାରୁ ଧାନ ଜମି ଶୁଖିଲା ପଡିଛି। ପାଖରେ ଜଳସେଚନ ସୁବିଧା ଥାଇ ବି ଜମିରେ ପାଣି ମାଡୁନି । ଏଭଳି ସ୍ଥଳେ ବୁଧବାର ଶତାଧିକ ଚାଷୀ ଉତ୍ତେଜିତ ହୋଇ ନୟାଗଡ଼ ଜିଲା ରଣପୁର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଥିଲେ । ଜମିକୁ ଭେଟବର ବନ୍ଧରୁ ପାଣି ଛାଡିବାକୁ ନାରା ଦେଇଥିଲେ । ଚାଷୀ ଆନ୍ଦୋଳନକୁ ଏଡାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଭେଟବର ବନ୍ଧରୁ ସ୍ବଳ୍ପ ସମୟ ପାଇଁ ପାଣି ଛଡା ହୋଇଛି। ଜମିରେ ପାଣି ମାଡ଼ିବା ପରେ ଚାଷୀମାନେ ଧାରଣାରୁ ହଟିଥିଲେ ।
ଅଭିଯୋଗ ଅନୁଯାୟୀ, ଭେଟବର ବନ୍ଧ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ରଣପୁର ବ୍ଳକର ହଂସରା, ଆନନ୍ଦପୁର, କୃଷ୍ଣାଦେଇପୁର, ଟାଙ୍ଗିସାହି, ନୂଆସାହି, ଗୋପାଳପୁର, ବରମୂଳ, ନରସିଂହପୁର, ନାଟିମୀ, ସାମନ୍ତରାପୁର, ନିହଲ ପ୍ରସାଦ ଗଁା ସମେତ ରଣପୁର ଏନ୍‌ଏସିିର ମାର୍ଥ ପଦର, ପାମ୍ପଡା, ଜୟପୁର, ଭୋଇସାହି, ବଳଭଦ୍ରପୁର, ଆରଡା ଆଦି ଗଁାର ୧୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କର ଜମି ରହିଛି । ଏହି ଜମି ଖରିଫ ଋତୁରେ ଫାଟିବାକୁ ଯାଉଥିବାବେଳେ ଭେଟବର ବନ୍ଧରୁ ଧାନ ଜମିକୁ ଜଳସେଚନ ନ ହେବାରୁ ଚାଷୀ ଉତ୍ତେଜିତ ହୋଇ ପ୍ରତିବାଦ କରିଥିଲେ । ଜମିରେ ପାଣି ନ ମାଡ଼ିଲେ ଧାରଣା ହଟିବନି ବୋଲି ଦାବି କରି ଆନ୍ଦୋଳନକୁ ତ୍ୱରାନ୍ବିତ କରିଥିଲେ। ଏନେଇ କେତେଜଣ ଚାଷୀ କହିଛନ୍ତି, ବ୍ୟାଙ୍କ ସୋସାଇଟି ଓ ଧାର କରଜ, ସୁନା ବନ୍ଧକ ରଖି କୃଷି ଋଣ ଆଣିଛୁ । ଧାନ ଫୁଲ ଉଠାଇବା ସମୟରେ ମୌସୁମୀ ଗାଏବ ହୋଇଯାଇଛି । ଏଭଳିସ୍ଥଳେ ଚାଷୀ ଓ ଚାଷ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପଦକ୍ଷେପ ନ ନେବାରୁ ଆନ୍ଦୋଳନର ରୂପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri