Posted inUncategorized

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୨୬।୨(ବ୍ୟୁରୋ) – ରାଜଧାନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଦିବାସୀ ମେଳା। ପ୍ରତିଦିନ ଲୋକଙ୍କ ଭିଡ଼ ଅଧିକ ରହୁଛି। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି। ଜଙ୍ଗଲଜାତ ସାମଗ୍ରୀ ସହ ଆଦିବାସୀଙ୍କ ଘର ଓ ପରମ୍ପରା ଲୋକଙ୍କୁ ଏହି ମେଳାକୁ ଟାଣି ନେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଓ ଗ୍ରାହକଙ୍କୁ ମନୋରଞ୍ଜନ ଦେଇଛି। ଥରେ ମେଳାକୁ ଗଲେ ସବୁଦିନ ବୁଲି ଯିବାକୁ ଇଚ୍ଛା ହେଉଛି। କିଣିବା ବୁଲିବା ସହ ଭିନ୍ନ ଅନୁଭୂତି ଆଣୁଛନ୍ତି ରାଜଧାନୀବାସୀ। ଯୁଗ ଆଗକୁ ବଢ଼ିଥିଲେ ବି ସେହି ପୁରୁଣା ପରମ୍ପରାକୁ ବଜାୟ ରଖିଥିବା ଏହି ଆଦିବାସୀଙ୍କ ସରଳ ଜୀବନ ବି ସହରବାସୀଙ୍କ ହୃଦୟ ଜିଣୁଛି। ଆଦିବାସୀ ପଡ଼ିଆଠାରେ ଚାଲିଥିବା ଏହି ମେଳାର ରବିବାର ସପ୍ତମ ଦିବସରେ ସବୁଠାରୁ ଅଧିକ ଗହଳି ଲାଗି ରହିଥିଲା।

ଶିମିଳିପାଳ ଶୁଦ୍ଧ ମହୁ : ଯିଏ କିଣୁଛି, ପୁଣି ଖୋଜୁଛି
ଜଙ୍ଗଲଜାତ ସାମଗ୍ରୀ ଆଜି ପ୍ରମୋଦ ବୈଶାଲଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ପରିଚୟ ଦେଇଛି। ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ। ଜଙ୍ଗଜାତ ଜିନିଷରେ ଯେ ମୌଳିକ ଗୁଣ ଓ ପରମ୍ପରା ବଜାୟ ରହିବ ଏବଂ ଏହାର ବ୍ୟବସାୟରୁ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ତାହା ପ୍ରମାଣ କରିଛନ୍ତି ସେ। ଶିମିଳିପାଳ ଶୁଦ୍ଧ ମହୁ ସହ ବହୁ ମସଲା ଜାତୀୟ ସାମଗ୍ରୀକୁ ନେଇ ବ୍ୟବସାୟ ଚଳାଇଥିବା ପ୍ରମୋଦ ଆଦିବାସୀ ମେଳାରେ ତାଙ୍କ ପସରା ମେଲିଛନ୍ତି। ସେ କୁହନ୍ତି, ଲକଡାଉନରେ ସେ ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ମହୁ ବିକ୍ରି କରିଥିଲେ। ବାଘୁଆ ମହୁମାଛି ମହୁବସା କଲାପରେ ତଳେ ନିଆଁ ଜାଳି ରାତି ସମୟରେ ମହୁ ସଂଗ୍ରହ କରାଯାଏ। ଗୋଟିଏ ମହୁ ଫେଣାରୁ ପ୍ରାୟ ୩୦ କେଜିରୁ ଅଧିକ ମହୁ ବାହାରେ। କେବଳ ମହୁ ନୁହେଁ, ହଳଦୀ, ବିଭିନ୍ନ ପ୍ରକାରର ମସଲା ତାଙ୍କ ଷ୍ଟଲରେ ଉପଲବ୍ଧ। ମହୁ ୫୦ ଗ୍ରାମକୁ ୩୦୦ଟଙ୍କାରେ ବିକ୍ରି କରୁଛନ୍ତି। ଦର ଅଧିକ ଶୁଣି କିଏ ନ ନେଇପାରେ, କିନ୍ତୁ ଯିଏ ଥରେ ନେଉଛି ସେ ଫୋନ୍‌ କରି ପୁନଃ ଅଗ୍ରୀମ ବରାଦ ଦେଉଥିବା ସେ କହିଛନ୍ତି। ଏବେ ସେ ‘ମନୋହର’ ନାମରେ ନିଜର ଏକ ବ୍ରାଣ୍ଡ୍‌ ଆରମ୍ଭ କରିଛନ୍ତି। ଶୁଦ୍ଧ ଓ ଭଲ ଜନିଷ ମିଳୁଥିବାରୁ ତାଙ୍କ ଷ୍ଟଲ୍‌ରେ ଲୋକେ ଭିଡ଼ ଲଗାଉଛନ୍ତି ବୋଲି ପ୍ରମୋଦ କହିଛନ୍ତିି।
ବଡ଼ି ଷ୍ଟଲ୍‌ରେ ଭିଡ଼
ଖରାଦିନରେ ପଖାଳ ସାଙ୍ଗକୁ ବଡ଼ି ଚୁରା ନିହାତି ଖୋଜାପଡ଼େ। ଆଦିବାସୀ ମେଳାର ବିଭନ୍ନ ଷ୍ଟଲରେ ପଡ଼ିଛି ଅନେକ ପ୍ରକାରର ବଡ଼ି। କେନ୍ଦୁଝର ଜିଲାର ଜୟ ମା’ ସନ୍ତୋଷୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରଙ୍ଗଲତା ନାୟକଙ୍କ ବଡ଼ିର ଚାହିଦା ଅଧିକ। କଖାରୁ ବଡ଼ି, ଫୁଲ ବଡ଼ି, ଛୋଟ ବଡ଼ି ୧ କେଜି ପ୍ରତି ୩୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଚାଉଳ ବଡ଼ି ପ୍ୟାକେଟ୍‌ ୫୦ ଟଙ୍କା ରହିଛି। ସେହିପରି ରାଶଇ ବଡ଼ି, କଖାରୁ ବଡ଼ି, ମଞ୍ଜି ବଡ଼ି ମଧ୍ୟ ରହଛି। ସେ କହିଛନ୍ତି, ଯୁଗ ଯେତେ ବଢ଼ିଲେ ବଡ଼ି ପ୍ରସ୍ତୁତିର ପାରମ୍ପରିକ ପଦ୍ଧତି ସବୁବେଳେ ରହିଛି। ଶିଳରେ ବାଟି ଆମେ ବଡ଼ି ତିଆରି କରୁଛୁ। ସେଥିପାଇଁ ତ ଲୋକମାନେ ଆସି କିଣି ନେଉଛନ୍ତି। ଶୁଦ୍ଧ ସାମଗ୍ରୀ ଆଣି ଆମେ ଲୋକଙ୍କୁ ଭେଟି ଦେଉଛୁ। ସେମାନେ ମଧ୍ୟ ବେଶ୍‌ ଖୁସିରେ ବିନା ମୁଲଚାଲରେ କିଣି ନେଉଛନ୍ତି।

ଆଦିବାସୀ ଭାଷା ପୁସ୍ତକରେ ଆଗ୍ରହ

ଆଦିବାସୀମାନେ ଦେଖିବାକୁ ଯେତିକି ସୁନ୍ଦର, ଠିକ୍‌ ସେମିତି ସେମାନଙ୍କୁ ଜାଣିବାକୁ ସହରୀ ଲୋକଙ୍କୁ ବେଶ୍‌ ଭଲ ଲାଗେ। ନିଆରା ପରମ୍ପରା ସଂକ୍ରାନ୍ତରେ ଲୋକଙ୍କୁ ଜଣାଇବାକୁ ଆଦିବାସୀ ମେଳାରେ ବିକ୍ରି ହେଉଛି ଆଦିବାସୀଙ୍କ ସମ୍ପର୍କିତ ପୁସ୍ତକ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପକ୍ଷରୁ ଏହି ପ୍ରୟାସ କରାଯାଇଛି। ବିଭାଗର ଏକାଡେମୀ ପକ୍ଷରୁ ପ୍ରକାଶ କରାଯଇଥିବା ଏହି ପୁସ୍ତକଗୁଡିକ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି। ଆଦିବାସୀଙ୍କ ଭାଷା ଓ ସଂସ୍କୃତି, ଭୂମି, ଜଳ ଓ ଲୋକ ସଂସ୍କୃତି, ଦେଶିଆ ଢଗ ଆର୍‌ ବକ୍‌ନା, ଦେଶିଆ ଜ୍ଞାନକୋଷ, ପରଜା ଭାଷା ଶିକ୍ଷଣ ପୁସ୍ତିକା, ଧାରୁଆ ଲୋକ ସଂସ୍କୃତି ଆଦି ପୁସ୍ତକ ସେଠାରେ ବିକ୍ରି ହେଉଛି। ଆଦିବାସୀଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ପାଠକ ଏହି ବହି ଆଗ୍ରହରେ କିଣି ନେଉଛନ୍ତି।

ସାଂସ୍କୃତିକ କାର୍ଯ୍ୟକ୍ରମ ମନମୋହୁଛି

ଆଦିବାସୀଙ୍କ ନୃତ୍ୟ ଖୁବ୍‌ ନିଆରା। ବେଶଭୂଷା, ଅଳଙ୍କାର ସହ ସେମାନଙ୍କ ବସ୍ତ୍ର ଏକ ଭିନ୍ନ ଅନୁଭବ ଆଣିଦିଏ। ହାତକୁ ହାତ ଧରି ଅଣ୍ଟାରେ ହାତ ରଖି ତଳକୁ ନଇଁ ଏକ ତାଳରେ ସେମାନେ ନୃତ୍ୟ ପରିବେଷଣ କରନ୍ତି। ଗୀତ ସହ ତୁରୀ, ବିଭିନ୍ନ ବାଦ୍ୟର ତାଳେ ତାଳେ ସେମାନଙ୍କ ନୃତ୍ୟ ଦେଖିବାକୁ ମେଳାରେ ଲୋକଙ୍କ ଭିଡ଼ ଜମୁଛି। ରବିବାର ହୋଇଥିବାରୁ ସାଂସ୍କୃତି କାର୍ଯ୍ୟକ୍ରମ ଦେଖିବାକୁ ମଞ୍ଚ ନିକଟରେ ଲୋକଙ୍କ ଭିଡ଼ ବହୁତ ଥିଲା। ଗୋଟିଏ ପରେ ଗୋଟିଏ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏମିତି ବହୁ ଲୋକ ଠିଆ ହୋଇ ନୃତ୍ୟକୁ ଉପଭୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri