Posted inUncategorized

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୨୬।୨(ବ୍ୟୁରୋ) – ରାଜଧାନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଦିବାସୀ ମେଳା। ପ୍ରତିଦିନ ଲୋକଙ୍କ ଭିଡ଼ ଅଧିକ ରହୁଛି। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି। ଜଙ୍ଗଲଜାତ ସାମଗ୍ରୀ ସହ ଆଦିବାସୀଙ୍କ ଘର ଓ ପରମ୍ପରା ଲୋକଙ୍କୁ ଏହି ମେଳାକୁ ଟାଣି ନେଉଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଓ ଗ୍ରାହକଙ୍କୁ ମନୋରଞ୍ଜନ ଦେଇଛି। ଥରେ ମେଳାକୁ ଗଲେ ସବୁଦିନ ବୁଲି ଯିବାକୁ ଇଚ୍ଛା ହେଉଛି। କିଣିବା ବୁଲିବା ସହ ଭିନ୍ନ ଅନୁଭୂତି ଆଣୁଛନ୍ତି ରାଜଧାନୀବାସୀ। ଯୁଗ ଆଗକୁ ବଢ଼ିଥିଲେ ବି ସେହି ପୁରୁଣା ପରମ୍ପରାକୁ ବଜାୟ ରଖିଥିବା ଏହି ଆଦିବାସୀଙ୍କ ସରଳ ଜୀବନ ବି ସହରବାସୀଙ୍କ ହୃଦୟ ଜିଣୁଛି। ଆଦିବାସୀ ପଡ଼ିଆଠାରେ ଚାଲିଥିବା ଏହି ମେଳାର ରବିବାର ସପ୍ତମ ଦିବସରେ ସବୁଠାରୁ ଅଧିକ ଗହଳି ଲାଗି ରହିଥିଲା।

ଶିମିଳିପାଳ ଶୁଦ୍ଧ ମହୁ : ଯିଏ କିଣୁଛି, ପୁଣି ଖୋଜୁଛି
ଜଙ୍ଗଲଜାତ ସାମଗ୍ରୀ ଆଜି ପ୍ରମୋଦ ବୈଶାଲଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ପରିଚୟ ଦେଇଛି। ଶିକ୍ଷାଗତ ଯୋଗ୍ୟତା ଏମ୍‌ବିଏ। ଜଙ୍ଗଜାତ ଜିନିଷରେ ଯେ ମୌଳିକ ଗୁଣ ଓ ପରମ୍ପରା ବଜାୟ ରହିବ ଏବଂ ଏହାର ବ୍ୟବସାୟରୁ ଜଣେ ସଫଳ ଉଦ୍ୟୋଗୀ ହୋଇପାରିବ ତାହା ପ୍ରମାଣ କରିଛନ୍ତି ସେ। ଶିମିଳିପାଳ ଶୁଦ୍ଧ ମହୁ ସହ ବହୁ ମସଲା ଜାତୀୟ ସାମଗ୍ରୀକୁ ନେଇ ବ୍ୟବସାୟ ଚଳାଇଥିବା ପ୍ରମୋଦ ଆଦିବାସୀ ମେଳାରେ ତାଙ୍କ ପସରା ମେଲିଛନ୍ତି। ସେ କୁହନ୍ତି, ଲକଡାଉନରେ ସେ ପ୍ରାୟ ୩ କୁଇଣ୍ଟାଲରୁ ଅଧିକ ମହୁ ବିକ୍ରି କରିଥିଲେ। ବାଘୁଆ ମହୁମାଛି ମହୁବସା କଲାପରେ ତଳେ ନିଆଁ ଜାଳି ରାତି ସମୟରେ ମହୁ ସଂଗ୍ରହ କରାଯାଏ। ଗୋଟିଏ ମହୁ ଫେଣାରୁ ପ୍ରାୟ ୩୦ କେଜିରୁ ଅଧିକ ମହୁ ବାହାରେ। କେବଳ ମହୁ ନୁହେଁ, ହଳଦୀ, ବିଭିନ୍ନ ପ୍ରକାରର ମସଲା ତାଙ୍କ ଷ୍ଟଲରେ ଉପଲବ୍ଧ। ମହୁ ୫୦ ଗ୍ରାମକୁ ୩୦୦ଟଙ୍କାରେ ବିକ୍ରି କରୁଛନ୍ତି। ଦର ଅଧିକ ଶୁଣି କିଏ ନ ନେଇପାରେ, କିନ୍ତୁ ଯିଏ ଥରେ ନେଉଛି ସେ ଫୋନ୍‌ କରି ପୁନଃ ଅଗ୍ରୀମ ବରାଦ ଦେଉଥିବା ସେ କହିଛନ୍ତି। ଏବେ ସେ ‘ମନୋହର’ ନାମରେ ନିଜର ଏକ ବ୍ରାଣ୍ଡ୍‌ ଆରମ୍ଭ କରିଛନ୍ତି। ଶୁଦ୍ଧ ଓ ଭଲ ଜନିଷ ମିଳୁଥିବାରୁ ତାଙ୍କ ଷ୍ଟଲ୍‌ରେ ଲୋକେ ଭିଡ଼ ଲଗାଉଛନ୍ତି ବୋଲି ପ୍ରମୋଦ କହିଛନ୍ତିି।
ବଡ଼ି ଷ୍ଟଲ୍‌ରେ ଭିଡ଼
ଖରାଦିନରେ ପଖାଳ ସାଙ୍ଗକୁ ବଡ଼ି ଚୁରା ନିହାତି ଖୋଜାପଡ଼େ। ଆଦିବାସୀ ମେଳାର ବିଭନ୍ନ ଷ୍ଟଲରେ ପଡ଼ିଛି ଅନେକ ପ୍ରକାରର ବଡ଼ି। କେନ୍ଦୁଝର ଜିଲାର ଜୟ ମା’ ସନ୍ତୋଷୀ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରଙ୍ଗଲତା ନାୟକଙ୍କ ବଡ଼ିର ଚାହିଦା ଅଧିକ। କଖାରୁ ବଡ଼ି, ଫୁଲ ବଡ଼ି, ଛୋଟ ବଡ଼ି ୧ କେଜି ପ୍ରତି ୩୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଚାଉଳ ବଡ଼ି ପ୍ୟାକେଟ୍‌ ୫୦ ଟଙ୍କା ରହିଛି। ସେହିପରି ରାଶଇ ବଡ଼ି, କଖାରୁ ବଡ଼ି, ମଞ୍ଜି ବଡ଼ି ମଧ୍ୟ ରହଛି। ସେ କହିଛନ୍ତି, ଯୁଗ ଯେତେ ବଢ଼ିଲେ ବଡ଼ି ପ୍ରସ୍ତୁତିର ପାରମ୍ପରିକ ପଦ୍ଧତି ସବୁବେଳେ ରହିଛି। ଶିଳରେ ବାଟି ଆମେ ବଡ଼ି ତିଆରି କରୁଛୁ। ସେଥିପାଇଁ ତ ଲୋକମାନେ ଆସି କିଣି ନେଉଛନ୍ତି। ଶୁଦ୍ଧ ସାମଗ୍ରୀ ଆଣି ଆମେ ଲୋକଙ୍କୁ ଭେଟି ଦେଉଛୁ। ସେମାନେ ମଧ୍ୟ ବେଶ୍‌ ଖୁସିରେ ବିନା ମୁଲଚାଲରେ କିଣି ନେଉଛନ୍ତି।

ଆଦିବାସୀ ଭାଷା ପୁସ୍ତକରେ ଆଗ୍ରହ

ଆଦିବାସୀମାନେ ଦେଖିବାକୁ ଯେତିକି ସୁନ୍ଦର, ଠିକ୍‌ ସେମିତି ସେମାନଙ୍କୁ ଜାଣିବାକୁ ସହରୀ ଲୋକଙ୍କୁ ବେଶ୍‌ ଭଲ ଲାଗେ। ନିଆରା ପରମ୍ପରା ସଂକ୍ରାନ୍ତରେ ଲୋକଙ୍କୁ ଜଣାଇବାକୁ ଆଦିବାସୀ ମେଳାରେ ବିକ୍ରି ହେଉଛି ଆଦିବାସୀଙ୍କ ସମ୍ପର୍କିତ ପୁସ୍ତକ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପକ୍ଷରୁ ଏହି ପ୍ରୟାସ କରାଯାଇଛି। ବିଭାଗର ଏକାଡେମୀ ପକ୍ଷରୁ ପ୍ରକାଶ କରାଯଇଥିବା ଏହି ପୁସ୍ତକଗୁଡିକ ସ୍ବଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି। ଆଦିବାସୀଙ୍କ ଭାଷା ଓ ସଂସ୍କୃତି, ଭୂମି, ଜଳ ଓ ଲୋକ ସଂସ୍କୃତି, ଦେଶିଆ ଢଗ ଆର୍‌ ବକ୍‌ନା, ଦେଶିଆ ଜ୍ଞାନକୋଷ, ପରଜା ଭାଷା ଶିକ୍ଷଣ ପୁସ୍ତିକା, ଧାରୁଆ ଲୋକ ସଂସ୍କୃତି ଆଦି ପୁସ୍ତକ ସେଠାରେ ବିକ୍ରି ହେଉଛି। ଆଦିବାସୀଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ପାଠକ ଏହି ବହି ଆଗ୍ରହରେ କିଣି ନେଉଛନ୍ତି।

ସାଂସ୍କୃତିକ କାର୍ଯ୍ୟକ୍ରମ ମନମୋହୁଛି

ଆଦିବାସୀଙ୍କ ନୃତ୍ୟ ଖୁବ୍‌ ନିଆରା। ବେଶଭୂଷା, ଅଳଙ୍କାର ସହ ସେମାନଙ୍କ ବସ୍ତ୍ର ଏକ ଭିନ୍ନ ଅନୁଭବ ଆଣିଦିଏ। ହାତକୁ ହାତ ଧରି ଅଣ୍ଟାରେ ହାତ ରଖି ତଳକୁ ନଇଁ ଏକ ତାଳରେ ସେମାନେ ନୃତ୍ୟ ପରିବେଷଣ କରନ୍ତି। ଗୀତ ସହ ତୁରୀ, ବିଭିନ୍ନ ବାଦ୍ୟର ତାଳେ ତାଳେ ସେମାନଙ୍କ ନୃତ୍ୟ ଦେଖିବାକୁ ମେଳାରେ ଲୋକଙ୍କ ଭିଡ଼ ଜମୁଛି। ରବିବାର ହୋଇଥିବାରୁ ସାଂସ୍କୃତି କାର୍ଯ୍ୟକ୍ରମ ଦେଖିବାକୁ ମଞ୍ଚ ନିକଟରେ ଲୋକଙ୍କ ଭିଡ଼ ବହୁତ ଥିଲା। ଗୋଟିଏ ପରେ ଗୋଟିଏ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏମିତି ବହୁ ଲୋକ ଠିଆ ହୋଇ ନୃତ୍ୟକୁ ଉପଭୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?