ଜଳିଗଲା ଆଇରନ ବୋଝଇ ଟ୍ରକ

ଗଞ୍ଜାମ,୨୭।୨(ଡି.ଏନ.ଏ): ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ପାହାନ୍ତିଆ ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗିଯାଇଥିଲା l ଖବର ପାଇ ପେଟ୍ରୋଲିଙ୍ଗ ଦାୟିତ୍ୱରେ ଥିବା ରୋଡ ସେଫଟି ଅଫିସର ପିଏସରେ ଏବଂ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ସଙ୍ଗେ ସଙ୍ଗେ ଫାୟାର ଷ୍ଟେସନକୁ ଫୋନ ଯୋଗେ ଅବଗତ କରିଥିଲେ l ଫଳରେ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀର ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା l ନିଆଁ ଲାଗି ଗାଡି ଜଳୁଥିବାବେଳେ ୧୬ଟି ଚକ ଫାଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା l ଗାଡି ନ ଓଡି୦୭୨୫୪୦ କେନ୍ଦୁଝରଠୁ ଗୋପାଳପୁର ଆଇରନ ପଥର ନେଇ ଯାଉଥିବା ବେଳେ ଗଞ୍ଜାମ ଶନିମନ୍ଦିର ଛକଠାରେ ଚା’ ପିବାକୁ ଗାଡି ରଖିଥିଲେ।ସଟସର୍କିଟ ଯୋଗୁ ଏହି ଘଟଣା ଘଟିଥିବା ଅନୁମାନ କରୁଛି ପୋଲିସ। ଡ୍ରାଇଭର ଗୋବିନ୍ଦ ମହନ୍ତ ଏବଂ ହେଲପର କିରନ ମହାଙ୍କୁଡ ସୁସ୍ଥ ଥିବା ଜଣା ପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାମ୍ପ MDଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: କୋଟି ଟଙ୍କାର ଅର୍ଥ ହେରଫେର କରି ଗଲେ ଜେଲ୍

କଲ୍ୟାଣସିଂହପୁର, ୨୨।୫ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ସମବାୟ ସମିତି (ଲ୍ୟାମ୍ପ)ରେ ଘଟିଥିବା କୋଟି କୋଟି ଟଙ୍କାର ଅର୍ଥ ହେରଫେର ଘଟଣାରେ ନୂଆ ମୋଡ଼…

ପାରାଦୀପରେ ମାଟି ତଳ ପାଇପ୍ ଲାଇନ୍‌ରୁ ତେଲ ଲିକ୍, ବିପୁଳ ପରିମାଣର ପେଟ୍ରୋଲ ନଷ୍ଟ

ପାରାଦୀପ,୨୨।୫ (ଶରତ ରାଉତ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ୧ ନଂ ଗେଟ୍ ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସାଉଥ୍ ଅଏଲ ବର୍ଥ ଜେଟିରୁ ଆଇଓସିଏଲ ଟର୍ମିନାଲ…

ବିଶ୍ୱର ସବୁଠାରୁ ଉତ୍ତପ୍ତ ୧୦୦ ସହର ମଧ୍ୟରେ ଭାରତର ୯୭! ୪୮ ଡିଗ୍ରୀ ଟପିଲାଣି ଓଡ଼ିଶାର ତାପମାତ୍ରା

ନୂଆଦିଲ୍ଲୀ,୨୨।୫: ଭାରତର ଅଧିକାଂଶ ରାଜ୍ୟର ଲୋକମାନେ ପ୍ରବଳ ଗରମ ଯୋଗୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଅପରାହ୍ନରେ ପ୍ରକାଶିତ ତଥ୍ୟ ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି; ବିଶ୍ୱର…

ତିଲକ ବର୍ମାଙ୍କ ପରେ, ଏବେ ଏହି ଖେଳାଳିଙ୍କ ମଜା ଉଡାଇଲେ ଅର୍ଶଦୀପ ସିଂହ; ଭିଡିଓ ଭାଇରାଲ ପରେ ତୀବ୍ର ହେଲାଣି ବିବାଦ

ନୂଆଦିଲ୍ଲୀ,୨୨।୫: ଅର୍ଶଦୀପ ସିଂହ ପୁଣି ଥରେ ବିବାଦରେ ଫସିଥିବା ଦେଖାଯାଉଛି। IPL 2026 ରେ ପଞ୍ଜାବ କିଙ୍ଗସ ପାଇଁ ଖେଳୁଥିବା ଏହି ଭାରତୀୟ ଦ୍ରୁତ ବୋଲର ପୂର୍ବରୁ…

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri