ପରିବାର-କର୍ମକ୍ଷେତ୍ର ମଧ୍ୟରେ ସମତୁଲ ଆବଶ୍ୟକ

ଭୁବନେଶ୍ୱର,୨୭।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘ ଓଡ଼ିଶା ସର୍କଲର ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ ୨୦୦୦ରୁ ଅଧିକ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଯୋଗଦାନ କରିଥିଲେ। ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ସଂଘର ସାଧାରଣ ସଭାପତି ତଥା ଏଆଇବିଓସିର ସାଧାରଣ ସମ୍ପାଦକ ରୂପମ ରାୟ, ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ତଥା ୟୁଏଫବିୟୁ ଓଡ଼ିଶାର ଆବାହକ ଆର.ପି.ଦାସଙ୍କ ସମେତ ଷ୍ଟେଟ ବ୍ୟାଙ୍କର ସମସ୍ତ ମଣ୍ଡଳର ଅଧିକାରୀ ସଂଘର ସଭାପତି ଓ ସାଧାରଣ ସମ୍ପାଦକମାନେ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ଅଧିକାରୀ ସଂଘର ସାଧାରଣ ସମ୍ପାଦକ ଅରୁଣ କୁମାର ବିଶୋୟୀ ସ୍ବାଗତ ଅଭିଭାଷଣ ପ୍ରଦାନ ସହ ରାଜ୍ୟରେ ସଂଘର ବଳିଷ୍ଠ ନେତ୍ୱତୃ ପାଇଁ ସମସ୍ତ ସଦସ୍ୟ ସହୃଦୟ ସହଯୋଗ ବଜାୟ ରଖିଥିବାରୁ ବିଶୋୟୀ ପ୍ରଶଂସା କରିଥିଲେ। ଏପରିକି ଜୀବନରେ ପରିବାର ଓ କର୍ମକ୍ଷେତ୍ର ମଧ୍ୟରେ ସମତୁଲ ରଖିବା ପାଇଁ ବିଶୋୟୀ ଉପସ୍ଥିତ ଅଧିକାରୀ ଓ ଅତିଥିମାନଙ୍କୁ ପ୍ରେରଣା ଦେଇଥିଲେ। ବିଶେଷ କରି ଅଧିକାରୀମାନଙ୍କ ସମସ୍ୟାକୁ ସୁଚାରୁ ଭାବେ ସମାଧାନ କରିଥିବାରୁ ସେ ମଣ୍ଡଳ ପ୍ରବନ୍ଧନ ସମିତି ସଭ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ଉକ୍ତ ଅଧିବେଶନରେ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘ ଭୁବନେଶ୍ବର ମଣ୍ଡଳର ସଭାପତି ଅମିତାଭ ଦାସ ସଭାପତିତ୍ୱ କରିଥିଲେ। ସଭା ଶେଷରେ ସଂଘର ଆନୁଷ୍ଠାନିକ ସମ୍ପାଦକ ସଦାଶିବ ବିଶି ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?