ଆଠମଲ୍ଲିକ ଉପଖଣ୍ଡରେ ଅସୁରକ୍ଷିତ କଲରାପତରିଆ

ବଇଣ୍ଡା,୫ା୨ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ କଲରାପତରିଆ ବାଘ ଅସୁରକ୍ଷିତ ହୋଇପଡ଼ିଥିବା ସାଧାରଣରେ ଅଭିଯୋଗ ହେଉଛି। ଦୀର୍ଘଦିନ ହେଲା ଶିକାରୀମାନେ ଉପଖଣ୍ଡର ବିଭିନ୍ନ ଜଙ୍ଗଲାଞ୍ଚଳରେ ଫାଶ ବସାଇ ଜନ୍ତୁ ଶିକାର କରୁଥିବା ବେଳେ ସେଥିରେ ଲାଗି ଏକାଧିକ କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି। ତଥାପି ଏହି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ଦୃଢ଼ ପଦକ୍ଷେପ ନେଉନି ବନ ବିଭାଗ। ଏପରି କି ୭ ଦିନ ତଳେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ସମ୍ପର୍କରେ ବିଭାଗ ନିକଟରେ ଖବର ନ ଥିବା ବନ୍ୟପ୍ରାଣୀ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ସମ୍ପର୍କରେ ରବିବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ଘଟଣାସ୍ଥଳରେ ଉଚ୍ଚସ୍ତରୀୟ ଅଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ହେଲେ ଏଯାଏ ଶିକାରୀଙ୍କ ନିକଟରେ ପହଞ୍ଚିପାରିନି ବନ ବିଭାଗ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ଠାକୁରଗଡ଼ ଥାନା ମିଣ୍ଡୋଳ ଏବଂ ଏହାର ଆଖପାଖ ଅଞ୍ଚଳରେ କିଛି ମାସ ହେବ ବାର୍‌ହା ଶିକାର କରିବା ପାଇଁ ଶିକାରୀମାନେ ବିଦ୍ୟୁତ୍‌ ଫାଶ ପକାଉଛନ୍ତି। ବିଶେଷକରି ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିଲେ ହେଁ ବନ ବିଭାଗ ପକ୍ଷରୁ ରାତ୍ର ପାଟ୍ରୋଲିଂ କରାଯାଉ ନାହିଁ। ଫଳରେ ଶିକାରୀମାନେ ନିର୍ଭୟରେ ଫାଶ ବସାଇ ଜନ୍ତୁ ଶିକାର କରୁଛନ୍ତି। ଗ୍ରାମର କେତେଜଣ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଗତ ଜାନୁୟାରୀ ୨୦ ତାରିଖ ପରଠାରୁ ଏହି ଅଞ୍ଚଳରେ ଜନ୍ତୁ ଶିକାର ବଢ଼ିବାରେ ଚାଲିଛି। ଶିକାରୀମାନେ ବନ ବିଭାଗର କେତେଜେଣ କର୍ମଚାରୀଙ୍କୁ ମାସିକିଆ ହାତଗୁଞ୍ଜା ଦେଇ ନିରାପଦରେ ଶିକାର କରୁଛନ୍ତି। ଜନ୍ତୁ ଶିକାର ପାଇଁ ଫାଶ ପକାଇଥିବା ବେଳେ ମିଣ୍ଡୋଳ ମଠ ନିକଟ କାଜୁ ଫିଲ୍ଡ ପରିସରରେ ଏକ କଲରାପତରିଆ ବାଘ ଶିକାରୀଙ୍କ ଫାଶରେ ପଡ଼ି ପ୍ରାଣ ହରାଇଥିଲା। ୭ ଦିନ ତଳେ ଏହି ଘଟଣା ଘଟିଥିଲେ ହେଁ ଏ ନେଇ ଜାଣି ନ ଥିବା ବନ ବିଭାଗକୁ କେତେଜଣ ଗୋରୁ ଚରାଳି ଶନିବାର ଖବର ଦେଇଥିଲେ। ତଥାପି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ରବିବାର ରବିବାର ଅନୁଗୋଳ ଆଇଏଫ୍‌ଏସ୍‌ ସୁଧାଂଶୁ ଶେଖର ଖୋରା, ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କୁମାର କପୁଲ, ଏସିଏଫ୍‌ ସଚ୍ଚିଦାନନ୍ଦ ସେଠୀ, ଅନୁଗୋଳ ସିଡିଭିଓଙ୍କ ସହ ଭୁବନେଶ୍ବରରୁ ୨ ଜଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଜବତ ସହ ବ୍ୟବଚ୍ଛେଦ କରିଥିଲେ। ପରେ ଘଟଣାସ୍ଥଳରେ ପୋଡି ଦେଇଥିଲେ। ପଡ଼ିଥିବା ବିଦ୍ୟୁତ୍‌ ଫାଶକୁ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କ ପତ୍ତା ମିଳିନାହିଁ। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?