ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଅଭିଯୋଗର ସମାଧାନ ନହେବାରୁ ଜଣେ ବ୍ୟକ୍ତି କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ଆତ୍ମହତ୍ୟା ଉଦ୍ୟମ କରିଥିବା ବ୍ୟକ୍ତିଜଣକ ହେଲେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଗୌଡ଼ ସିଂଗିପୁର ଗ୍ରାମର ଜଗବନ୍ଧୁ ପ୍ରଧାନ। ସୂଚନା ଅନୁସାରେ, ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଏକ ମାମଲାରେ ଜଣେ ରାଜସ୍ବ ନିରୀକ୍ଷକ (ଆରଆଇ) ତାଙ୍କୁ ବାରମ୍ୱାର ହଇରାଣ କରୁଥିବା ନେଇ ସେ ଅଭିଯୋଗ କରିଆସୁଥିଲେ। ଏହି ସମସ୍ୟାର ସମାଧାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ତେବେ ତାଙ୍କ ଅଭିଯୋଗର କୌଣସି ସମାଧାନ ନ ହେବାରୁ ସେ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ଦିନତମାମ କାର୍ଯ୍ୟାଳୟ ପରିସରରେ ଅପେକ୍ଷା କରିବା ପରେ ସନ୍ଧ୍ୟା ସମୟରେ ସେ ନିଜ ବ୍ୟାଗରୁ କୀଟନାଶକ ବାହାର କରି ପିଇଦେଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ କିଛି କର୍ମଚାରୀ ଓ ଅନ୍ୟ ବ୍ୟକ୍ତିମାନେ ତତ୍ପରତା ପ୍ରକାଶ କରି ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ଏବଂ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଡାକ୍ତରଖାନାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯିବା ସହ ବାନ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜଗବନ୍ଧୁଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ (MKCG)କୁ ସ୍ଥାନାନ୍ତର କରାଯାଇଛି। ଜମିଜମା ଓ କ୍ଷତିପୂରଣକୁ ନେଇ ତାଙ୍କର ପ୍ରକୃତ ଅଭିଯୋଗ କ’ଣ ଥିଲା ଏବଂ ସେ ପୂର୍ବରୁ କେଉଁ କେଉଁ ଅଧିକାରୀଙ୍କ ନିକଟରେ ନ୍ୟାୟ ମାଗିଥିଲେ, ସେନେଇ ପୋଲିସର ତଦନ୍ତ ପରେ ସବୁ ସତ୍ୟସତ୍ୟ ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ପୋତାଗଡ଼ ପାଚେରୀ: ପର୍ଯ୍ୟଟକ, ବୁଦ୍ଧିଜୀବୀ ମହଲରେ କ୍ଷୋଭ

ଗଞ୍ଜାମ, ୨୫।୯ (ବିଦ୍ୟାଧର ସାହୁ): ଗତ ୩-୪ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ବହିବା ଫଳରେ ଗଞ୍ଜାମ ସହରରେ ଅବସ୍ଥିତ ଐତିହାସିକ ପୋତାଗଡ଼…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?