ହୋଟେଲ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ବନ୍ଧାହେଲେ ୩ ଅଭିଯୁକ୍ତ

ବଡବିଲ,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଏକ ହୋଟେଲରେ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ନ୍ୟୁ ମାର୍କେଟ ଅଞ୍ଚଳରେ ରହୁଥିବା ଶେଖ ଅନିଷ, ଏମ୍‌ଡି ସଦ୍ଦାମ ଓ ସୋନୁ ସିଂହ।
ସୂଚନା ଅନୁଯାୟୀ, ବଡ଼ବିଲସ୍ଥିତ ହୋଟେଲ ଭିକିର ନରେନ୍ଦ୍ର ମହାପାତ୍ର ନାମକ କର୍ମଚାରୀ ଗତ ବୁଧବାର ରାତିରେ ମୁଖ୍ୟ ଫାଟକ ବନ୍ଦ କରୁଥିଲାବେଳେ ହଠାତ ତିନିଜଣ ଯୁବକ ପହଞ୍ଚି ହୋଟେଲ ଖୋଲି ଖାଇବାକୁ ଓ ମଦ ଦେବାକୁ କହିଥିଲେ। ତେବେ ହୋଟେଲ ବନ୍ଦ ହୋଇଯାଇଥିବାରୁ କିଛି ମିଳିବ ନାହିଁ ବୋଲି କହିବାରୁ ଦୁର୍ବୃତ୍ତମାନେ ଅଶ୍ଳୀଳ ଭାଷାରେ ନରେନ୍ଦ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏହାସହ ଏକ ଛୁରି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ପଳାଇଥିଲେ। ଆକ୍ରମଣରେ ନରେନ୍ଦ୍ରଙ୍କ ଛାତିରେ ଆଘାତ ଲାଗିଥିଲା। ସୂଚନାପାଇ ପୋଲିସ ନରେନ୍ଦ୍ରଙ୍କୁ ଲହୁଲୁହାଣ ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସାନିମନ୍ତେ ପଠାଇଥିଲା। ଗୁରୁବାର ନରେନ୍ଦ୍ର ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ବଡ଼ବିଲ ଥାନା କେଶ ନଂ ୨୮୯/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ବଡ଼ବିଲ ଟ୍ୟାକ୍ସି ଷ୍ଟାଣ୍ଡରେ ଉକ୍ତ ଦୁର୍ବୃତ୍ତମାନେ ଥିବା ଖବରପାଇ ପୋଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ ଅନିଷ, ସଦ୍ଦାମ ଓ ସୋନୁଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଛୁରିକୁ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri