ଗଣେଶ ମନ୍ଦିର ଉପରେ ଆକ୍ରମଣ, ୨୨ଙ୍କୁ ଦଣ୍ଡାଦେଶ, ୬୨ ଅଭିଯୁକ୍ତ ଖଲାସ …

ଇସଲାମାବାଦ, ୧୨।୫ : ଗତ ବର୍ଷ ପଞ୍ଜାବ ପ୍ରଦେଶର ଏକ ଗଣେଶ ମନ୍ଦିର ଉପରେ ହୋଇ୍‌ଥିବା ଆକ୍ରମଣ ମାମଲାରେ ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ୨୨ ଜଣଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅପରପକ୍ଷରେ ୬୨ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ଜୁଲାଇ ୨୦୨୧ ରେ, ଲାହୋରଠାରୁ ପ୍ରାୟ ୫୯୦ କିଲୋମିଟର ଦୂରରେ ଥିବା ରହିମ ୟାର ଖାନ ଜିଲାର ଭୋଙ୍ଗ ସହରର ଥିବା ଗଣେଶ ମନ୍ଦିର ଉପରେ ସାମୁହିକ ଭାବେ ଲୋକେ ଆକ୍ରମଣ କରିଥିଲେ।

ଏକ ମଦ୍ରାସାକୁ ଅପବିତ୍ର କରିଥିବା ଜଣେ ଆଠ ବର୍ଷର ହିନ୍ଦୁ ବାଳକଙ୍କ ପାଇଁ ଏହି ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ୮୪ ଜଣ ସନ୍ଦିଗ୍ଧଙ୍କ ବିରୋଧରେ ଶୁଣାଣି ଗତ ବର୍ଷ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଗତ ସପ୍ତାହରେ ଏହି ଶୁଣାଣି ଶେଷ ହୋଇଥିଲା।

ଜଣେ କୋର୍ଟର ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ବାହାୱାଲପୁରର ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ନାସିର ହୁସେନ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ବିଚାରପତି ୨୨ ଜଣଙ୍କ ଦୋଷୀ ସାବ୍ୟସ୍ତ କରି ସେମନେଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଅନ୍ୟ ୬୨ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରି ଦେଇଛନ୍ତି।

ଏହାପୂର୍ବରୁ ପାକିସ୍ତାନ ସଂସଦରେ ମଧ୍ୟ ଏହି ପ୍ରସଙ୍ଗରେ ଏକ ପ୍ରସ୍ତାବ ପାରିତ କରି ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରାଯାଇଥିଲା। ଏଥି ସହିତ କୋର୍ଟଙ୍କ ନିର୍ଦ୍ଦେଶରେ ସନ୍ଦିଗ୍ଧଙ୍କଠାରୁ ଜରିମାନା ଆଦାୟ କରାଯାଇ ମନ୍ଦିରର ନବୀକରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ...

ଚାଇନାର ବନ୍ଧୁ ପଣିଆ: ନେପାଳର ୭ ଜିଲାରେ ଅବୈଧ କବ୍‌ଜା, ଭାରତୀୟ ସେନା ସତର୍କ

କାଠମାଣ୍ଡୁ, ୨୫।୧୦: ଚାଇନାର ବନ୍ଧୁ ପଣିଆ ଧରାପଡ଼ିଯାଇଛି। ନେପାଳ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଆଳରେ ଚାଇନା ସୀମାବର୍ତ୍ତୀ ୭ ଜିଲାରେ ଅବୈଧ କବ୍‌ଜା କରିଛି।...

୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ...

୨ ବର୍ଷ ଜେଲ୍‌ରେ କାଟିବେ ୫ ଟିକ୍‌ଟକ୍‌ ଷ୍ଟାର

କାହିରା,୨୮।୭: ଇଜିପ୍ଟରେ ଟିକ୍‌ଟକ୍‌ ଓ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସ ଉପରେ ଆଇନଗତ ପଦକ୍ଷେପ ନିଆଯାଉଛି। ଇଜିପ୍ଟର ଏକ ଅଦାଲତ ସାର୍ବଜନିକ ନୈତିକତା ଉଲ୍ଲଂଘନ କରିଥିବା ଅଭିଯୋଗରେ ୫...

ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା

ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା...

ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…

ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ...

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୭୨ ଜଣ ଯାତ୍ରୀ ଥିବା କୁହାଯାଉଛି। ୟେଟି ଏୟାରଲାଇନ୍ସ ଏଟିଆର-୭୨...

ଚାଇନାରେ ମେଡିକାଲ ପଢିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ଭାରତର ଚେତାବନୀ

ନୂଆଦିଲ୍ଲୀ/ବେଜିଂ,୧୦ା୯: ଚାଇନାରେ ମେଡିକାଲ ପଢ଼ିବାକୁ ଅପେକ୍ଷା କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତ ଚେତାବନୀ ଦେଇଛି। ନୂତନ ଛାତ୍ର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ଚାଇନାରେ ଅଧ୍ୟୟନର...

Advertisement
Archives

Model This Week