ମାଗଣାରେ ମିଳିବାରୁ ଖାଇଗଲେ ଓ୍ବାଶିଂ ପାଉଡର, ପରେ ହେଲା ଏପରି…

ତାଇପେ,୧୦।୧ : ତାଇୱାନ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ତାଇୱାନରେ ନିର୍ବାଚନ ପ୍ରଚାର ସମୟରେ ୩ ଜଣ ବ୍ୟକ୍ତ ଭୁଲରେ ଓ୍ବାଶିଂ ପାଉଡର ଖାଇଦେଇଥିଲେ। ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଚିକିତ୍ସା ଯୋଗୁ ସେମାନଙ୍କର ଜୀବନ ରକ୍ଷା ପାଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମୟରେ ଲୋକଙ୍କ ମାଗଣାରେ ଓ୍ବାଶିଂ ପାଉଡର ବଣ୍ଟନ କରାଯାଇଥିଲା। ଲୋକମାନେ ଏହାକୁ କ୍ୟାଣ୍ଡି ବୋଲି ଭାବି ଖାଇଥିଲେ।

ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ପୀଡିତଙ୍କ ମଧ୍ୟରୁ ଜଣେ କହିଛନ୍ତି ସେ ଏହାକୁ କ୍ୟାଣ୍ଡି ବୋଲି ଭାବିଥିଲେ। ଏହା ଓ୍ବାଶିଂ ପାଉଡର ବୋଲି ପ୍ୟାକ ଉପରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା। ପ୍ୟାକ ଉପରେ ଏହା ଲେଖାଯାଇଥିଲା ଯେ ପ୍ରତ୍ୟେକ ପ୍ୟାକେଟ ଆଠ କିଲୋଗ୍ରାମ ପର୍ଯ୍ୟନ୍ତ ପୋଷାକ ଧୋଇ ପାରିବ। ରିପୋର୍ଟରେ ଦର୍ଶାଯାଇଛି ଏକ ଜାତୀୟତାବାଦୀ କାର୍ଯ୍ୟାଳୟ ଏହି ଅଭିଯାନ ସମୟରେ ପ୍ରାୟ ୪୬୦,୦୦୦ ପ୍ୟାକେଟ ଓ୍ବାଶିଂ ପାଉଡର ବଣ୍ଟନ କରିଥିଲା।

ଏହି ଘଟଣା ପରେ କେନ୍ଦ୍ରୀୟ ତାଇୱାନର କାର୍ଯ୍ୟାଳୟର ମୁଖ୍ୟ କ୍ଷମା ମାଗିଛନ୍ତି। ଅଫିସ ମୁଖ୍ୟ ଏକ ଭିଡିଓ ପ୍ରସାରଣରେ କହିଛନ୍ତି ଘର ଘର ବୁଲି ଆମେ ଆଉ ଲୋକମାନଙ୍କ ମଧ୍ୟରେ ଏହିପରି ସାମଗ୍ରୀ ବଣ୍ଟନ କରିବୁ ନାହିଁ। ଆମେ ଲୋକଙ୍କୁ ମଧ୍ୟ ଜଣାଇବୁ ଯେ ଏହା କ୍ୟାଣ୍ଡ ନୁହେଁ, ବରଂ ଓ୍ବାଶିଂ ପାଉଡର।

ନ୍ୟୁଜ ଏଜେନ୍ସି ଆହୁରି ମଧ୍ୟ ଜଣାଇଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇଜଣ ବ୍ୟକ୍ତି ମଧ୍ୟରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ଏବଂ ୮୬ ବର୍ଷ ବୟସ୍କା ବୃଦ୍ଧା ଅଛନ୍ତି। ଚିକିତ୍ସା ସମୟରେ ପେଟ ସଫା କରିବା ପରେ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ମିଛ କହି ସିଙ୍ଗାପୁରର ଭାରତୀୟ ବଂଶୋଦ୍ଭବ ନେତା ଦୋଷୀ

ସିଙ୍ଗାପୁର, ୧୮।୨: ସିଙ୍ଗାପୁରର ବିରୋଧୀ ଦଳ ଓ୍ବାର୍କର୍ସ ପାର୍ଟିର ଭାରତୀୟ ବଂଶୋଦ୍ଭବ ନେତା ପ୍ରୀତମ ସିଂ ଦେଶର ସଂସଦୀୟ କମିଟି ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ଦେଇଥିବା...

ବାର୍ଥ ଡେ ୱିଶ୍‌: ଜେଲ ଗଲେ ୧୦୪ ବର୍ଷୀୟା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ଜେନେସିଓ ଠାରେ ଥିବା ଆଭୋନ୍‌ ନର୍ସିଂ ହୋମ୍‌ରେ ରହୁଥିବା ଜଣେ ୧୦୪ ବର୍ଷୀୟା ମହିଳା ଲୋରେଟା ଚାମ୍‌ୱରଲେନଙ୍କୁ ୨ ଦିନ ପାଇଁ ନିକଟସ୍ଥ...

ଆମେରିକାରେ ପ୍ରବଳ ବର୍ଷା, ଅଧିକାଂଶ ନଦୀରେ ବନ୍ୟା

ଓ୍ବାଶିଂଟନ,୧୮।୨: ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି।...

ଆଉ ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା

ଟରଣ୍ଟୋ,୧୮।୨: କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା।...

ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ କରି ଲଗାଇଦେଲେ ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବର୍ଲିିନ୍‌,୧୭।୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ...

ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍‌

ଓ୍‌ବାଶିଂଟନ୍‌/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ।...

ନରେନ୍ଦ୍ର ମୋଦି କହିଛନ୍ତି…ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ମହିଳା ଧରାପଡିବାରୁ ଏମିତି କିଛି କହିଦେଲେ, ଦେଖନ୍ତୁ ଭିଡିଓ

ପ୍ରୟାଗରାଜ,୧୭।୨: ପ୍ରୟାଗରାଜ ମହାକୁମ୍ଭ ଚାଲିଛି। ଏହା ୨୬ ଫେବୃଆରୀରେ ଶେଷ ହେବ। କୁମ୍ଭ ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଥିବାରୁ, କୁମ୍ଭରେ ଲୋକଙ୍କ ଭିଡ଼ ବୃଦ୍ଧି...

ଭାଲେଟାଇନ୍ସ ଡେ’ରେ ଗର୍ଲଫ୍ରେଣ୍ଡଙ୍କୁ ଚୋରି ସ୍କୁଟି ଉପହାର ଦେଇଥିଲେ ଯୁବକ: ଏମିତି ଫିଟିଲା ରହସ୍ୟ

ନୂଆଦିଲ୍ଲୀ,୧୭।୨: ହରିୟାଣାର ଅମ୍ବଲାରେ ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଭାଲେଣ୍ଟାଇନ୍ସ ଡେ’ରେ ତାଙ୍କ ପ୍ରେମିକାଙ୍କୁ ଏକ ଚୋରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri