ମାଗଣାରେ ମିଳିବାରୁ ଖାଇଗଲେ ଓ୍ବାଶିଂ ପାଉଡର, ପରେ ହେଲା ଏପରି…

ତାଇପେ,୧୦।୧ : ତାଇୱାନ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ତାଇୱାନରେ ନିର୍ବାଚନ ପ୍ରଚାର ସମୟରେ ୩ ଜଣ ବ୍ୟକ୍ତ ଭୁଲରେ ଓ୍ବାଶିଂ ପାଉଡର ଖାଇଦେଇଥିଲେ। ଯାହା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଠିକ ସମୟରେ ଚିକିତ୍ସା ଯୋଗୁ ସେମାନଙ୍କର ଜୀବନ ରକ୍ଷା ପାଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ନିର୍ବାଚନ ସମୟରେ ଲୋକଙ୍କ ମାଗଣାରେ ଓ୍ବାଶିଂ ପାଉଡର ବଣ୍ଟନ କରାଯାଇଥିଲା। ଲୋକମାନେ ଏହାକୁ କ୍ୟାଣ୍ଡି ବୋଲି ଭାବି ଖାଇଥିଲେ।

ସେଣ୍ଟ୍ରାଲ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ପୀଡିତଙ୍କ ମଧ୍ୟରୁ ଜଣେ କହିଛନ୍ତି ସେ ଏହାକୁ କ୍ୟାଣ୍ଡି ବୋଲି ଭାବିଥିଲେ। ଏହା ଓ୍ବାଶିଂ ପାଉଡର ବୋଲି ପ୍ୟାକ ଉପରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା। ପ୍ୟାକ ଉପରେ ଏହା ଲେଖାଯାଇଥିଲା ଯେ ପ୍ରତ୍ୟେକ ପ୍ୟାକେଟ ଆଠ କିଲୋଗ୍ରାମ ପର୍ଯ୍ୟନ୍ତ ପୋଷାକ ଧୋଇ ପାରିବ। ରିପୋର୍ଟରେ ଦର୍ଶାଯାଇଛି ଏକ ଜାତୀୟତାବାଦୀ କାର୍ଯ୍ୟାଳୟ ଏହି ଅଭିଯାନ ସମୟରେ ପ୍ରାୟ ୪୬୦,୦୦୦ ପ୍ୟାକେଟ ଓ୍ବାଶିଂ ପାଉଡର ବଣ୍ଟନ କରିଥିଲା।

ଏହି ଘଟଣା ପରେ କେନ୍ଦ୍ରୀୟ ତାଇୱାନର କାର୍ଯ୍ୟାଳୟର ମୁଖ୍ୟ କ୍ଷମା ମାଗିଛନ୍ତି। ଅଫିସ ମୁଖ୍ୟ ଏକ ଭିଡିଓ ପ୍ରସାରଣରେ କହିଛନ୍ତି ଘର ଘର ବୁଲି ଆମେ ଆଉ ଲୋକମାନଙ୍କ ମଧ୍ୟରେ ଏହିପରି ସାମଗ୍ରୀ ବଣ୍ଟନ କରିବୁ ନାହିଁ। ଆମେ ଲୋକଙ୍କୁ ମଧ୍ୟ ଜଣାଇବୁ ଯେ ଏହା କ୍ୟାଣ୍ଡ ନୁହେଁ, ବରଂ ଓ୍ବାଶିଂ ପାଉଡର।

ନ୍ୟୁଜ ଏଜେନ୍ସି ଆହୁରି ମଧ୍ୟ ଜଣାଇଛି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦୁଇଜଣ ବ୍ୟକ୍ତି ମଧ୍ୟରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ଏବଂ ୮୬ ବର୍ଷ ବୟସ୍କା ବୃଦ୍ଧା ଅଛନ୍ତି। ଚିକିତ୍ସା ସମୟରେ ପେଟ ସଫା କରିବା ପରେ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri