ବିବାହରେ କରୋନା ରୋଗୀଙ୍କ ପାଇଁ ୫୦ ବେଡ୍‌ ଦାନ କଲେ ଦମ୍ପତି

ମୁମ୍ବାଇ,୨୪।୬: କରୋନା ମହାମାରୀକୁ ନେଇ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ। ଏହି ସମୟରେ କରୋନା ସଂକ୍ରମିତ ହାର କମ୍‌ ଥିଲେ ମଧ୍ୟ ଏବେ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି। ତେବେ କରୋନା ଯୁଦ୍ଧରେ ଲଢିବାକୁ କିଏ କେତେ ପ୍ରକାର ସହଯୋଗ କରିଥିବା ବେଳେ ମୁମ୍ବାଇର ଏକ ନବ ଦମ୍ପତି ତାଙ୍କ ବିବାହରେ କୋଡିଭ ସେଣ୍ଟରକୁ ୫୦ ବେଡ୍‌ ଦାନ କରିଥିବା ଜଣାପଡିଛି। ମୁମ୍ବାଇର ବସଇ ଅଞ୍ଚଳରେ ରହୁଥିବା ଏରିକ ଓ ମର୍ଲିନଙ୍କ ବିବାହ ଖ୍ରୀଷ୍ଟିଆନ୍‌ ରୀତିନୀତି ଅନୁଯାୟୀ ଚର୍ଚ୍ଚରେ ହୋଇଥିଲା। ଏହାପରେ ଏମାନେ କୋଭିଡ ସେଣ୍ଟର ଯାଇ କରୋନା ସଂକ୍ରମିତଙ୍କ ପାଇଁ ୫୦ ବେଡ୍‌ ଦାନ କରିଥିଲେ। ଏହାତାଙ୍କ ବିବାହର ସବୁଠାରୁ ବଡ ଉପହାର ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ଗତ ୨ ମାସ ହେବ କରୋନା ସଂକ୍ରମଣରେ ସମଗ୍ର ମହାରାଷ୍ଟ୍ର ବ୍ୟସ୍ତବିବ୍ରତ ହୋଇ ପଡିଥିବା ବେଳେ ମୁମ୍ବାଇରେ ସବୁଠାରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏବେ କିନ୍ତୁ ସେଠାରେ କରୋନା ସଂକ୍ରମଣ ସାମାନ୍ୟ କମ୍‌ ହୋଇଛି ବୋଲି କୁହାଯାଉଛି। ତେବେ କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ମୁମ୍ବାଇରୁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାକୁ ବ୍ୟାକୁଳ ହୋଇ ପଡିଥିଲେ। ଏହି ସମୟରେ ସେଲିବ୍ରିଟି, ବ୍ୟବସାୟୀ ଏମିତିକି କେତେଜଣ ସାଧାରଣ ଜନତା ମଧ୍ୟ ସହଯୋଗର ହାତ ବଢାଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେନ୍‌ୱାଶ ସ୍ପେଶାଲିଷ୍ଟ ପାକିସ୍ତାନ ଆତଙ୍କବାଦୀ ନିହତ

ଜମ୍ମୁ,୧୪ ।୧୨: ଅକ୍ଟୋବର ୧୧ରେ ଜମ୍ମୁ-କଶ୍ମୀରର ପୁଂଛରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ଲସ୍କର କମାଣ୍ଡର ଅବୁ ଜରାର ମଙ୍ଗଳବାର ସୁରକ୍ଷାକର୍ମୀଙ୍କ...

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦକୁ ୧୦ ବର୍ଷ ଜେଲ୍‌

ନୂଆଦିଲ୍ଲୀ,୧୯।୧୧- ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ଗୁରୁବାର ୧୦ ବର୍ଷ ଜେଲ...

ସର୍କସରୁ ମୁକ୍ତ ହେବାର ପଞ୍ଚମ ବାର୍ଷିକୀ ପାଳନ କଲେ ୪ ହାତୀ

ମଥୁରା,୧୭।୫: ସର୍କସରେ ଖେଳ ଦେଖାଉଥିବା ହାତୀ ସ୍ବାଧୀନତା ଦିବସ ପାଳନ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ମଥୁରାର ହାତୀ ସଂରକ୍ଷଣ...

ଓମେନ୍‌ ଚାଣ୍ଡିଙ୍କ ମୃତ୍ୟୁ ପରେ ପୁଥୁପାଲ୍ଲୀ ଆସନରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ? ସ୍ପଷ୍ଟ କଲେ କେ ସୁଧାକରନ

ଥିରୁଭାନନ୍ତପୁରମ୍‌,୨୩।୭: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ମୃତ୍ୟୁ ପରେ ତାଙ୍କ ନିର୍ବାଚନମଣ୍ଡଳୀ ପୁଥୁପାଲ୍ଲୀରୁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ...

ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ...

ଏପ୍ରିଲରେ ‘ତିରଙ୍ଗା ଯାତ୍ରା’ ଆରମ୍ଭ କରିବ ଏଏପି

ଗାନ୍ଧିନଗର,୧୧।୩: ପଞ୍ଜାବରେ ବିପୁଳ ମାତ୍ରାରେ ବିଜୟ ପରେ ଆମ୍‌ ଆଦ୍‌ମୀ ପାର୍ଟି ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରିଦେଇଛି। ଗୁରୁବାର ଏକ...

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି...

କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୭।୫: କରୋନା ମହାମାରୀ ସହ ଲଢିବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ। ଏମାନେ ସାଧାରଣ ଜନତାକୁ ଘରେ ସୁରକ୍ଷିତ ରଖିବାକୁ ଯାଇ ଦିନ ରାଜି ରାଜରାସ୍ତାରେ...

Advertisement
Archives

Model This Week