ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା

ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା ସହ ଶିଳାନ୍ୟାସ କରିଛନ୍ତି। ଭଗବାନ ରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫୦୦ବର୍ଷ ଧରି ଆନ୍ଦୋଳନ ଚାଲିଆସୁଥିବା ବେଳେ ଏଥିରେ ଲକ୍ଷ ଲକ୍ଷ ଲୋକଙ୍କ ସହଭାଗିତା ମଧ୍ୟ ରହିଛି। କିଏ ସର୍ବ ସମ୍ମୁଖକୁ ଆସି ଆନ୍ଦୋନଳରେ ସାମିଲ ହୋଇଥିଲେ ତ ଆଉ କିଏ ମନରେ ହିଁ ରାମ ମନ୍ଦିର ନିର୍ମାଣର ସଂକଳ୍ପ କରି ତପସ୍ୟା କରିଛନ୍ତି। ଶେଷରେ ସେମାନଙ୍କର ସମସ୍ତ ତପସ୍ୟା ପୂରଣ ହୋଇଛି। ସେହି ନିଆରା ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧ୍ୟପଦେଶ ଜବଲପୁରର ଉର୍ମିଳା ଚର୍ତୁବେଦି।

ଯିଏ ଗତ ୨୮ ବର୍ଷରୁ ଲଗାତର ଭାବେ ଅନ୍ନ ତ୍ୟାଗକରି ବ୍ରତ କରୁଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଆଜି କଳିଯୁଗର ଶବରୀ ନାମରେ ନାମିତ କରାଯାଇଛି। ତେବେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ପରେ ଏହି ଶବରୀଙ୍କ ଦୀର୍ଘ ବର୍ଷର ତପସ୍ୟା ପୂରଣ ହେବା ସହ ଉପବାସ ମଧ୍ୟ ଭଙ୍ଗ ହେବ ବୋଲି କୁହାଯାଉଛି। ଜବଲପୁରରେ ରହୁଥିବା ୮୨ ବର୍ଷୀୟ ଉର୍ମିଳା ଭଗବାନଙ୍କ ପାଇଁ ସମର୍ପଣ ଭାବନାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁଭଳି ଭାବେ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଙ୍କ ପାଇଁ ଶବରୀ ତପସ୍ୟା କରିଥିଲେ ସେହିଭଳି ଉର୍ମିଳା ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କଠିନ ତପସ୍ୟା କରିଛନ୍ତି। ସୂଚନା ମୁତାବକ, ୧୯୯୨ରେ ଯେତେବେଳେ କିଛି ଦୁର୍ବୃତ୍ତ ରାମ ଜନ୍ମଭୂମିରେ ତିଆରି ହୋଇଥିବା ବାବ୍ରି ମସ୍‌ଜିଦ୍‌କୁ ବିଧ୍ୱସ୍ତ କରିଦେଇଥିଲେ ସେତେବେଳେ ସେ ପ୍ରଣ କରିଥିଲେ, ଯେପର୍ଯ୍ୟନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ନାହିଁ ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ। ସେହି ଦିନରୁ ସେ କେବଳ ଫଳାହାର କରୁଛନ୍ତି। ତେବେ ବୁଧବାର ଅନୁଷ୍ଠିତ ହୋଇଥିବା ଭୂମିପୂଜନରେ ସାମିଲ ହୋଇପାରି ନ ଥିବାରୁ ଉର୍ମିଳା ଦୁଃଖିତ ହୋଇଛନ୍ତି ସତ କିନ୍ତୁ ଟିଭିରେ ସିଧା ପ୍ରସାରଣ ଦେଖି ଆତ୍ମସନ୍ତୋଷ ଲାଭ ମଧ୍ୟ କରିଛନ୍ତି। ହେଲେ ଏଯାଏଁ ସେ ବ୍ରତ ଭଙ୍ଗ କରିନାହାନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ସେ ସରଯୁ ନଦୀରେ ସ୍ନାନ କରି ଭଗବାନ ରାମଙ୍କ ପୂଜାର୍ଚ୍ଚନା କରିବା ପରେ ସେଠାରେ ପ୍ରସାଦ ଗ୍ରହଣ କରି ନିଜର ଉପବାସ ଖୋଲିବାକୁ ଉର୍ମିଳା ଇଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?