ଏମ୍‌କେସିଜିରେ ଲିଫ୍ଟ ଅଚଳ, ରୋଗୀ ହନ୍ତସନ୍ତ

ବ୍ରହ୍ମପୁର,୨୧।୬(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡ଼ିକାଲର ଲିଫ୍ଟ ଅଚଳ ପଡ଼ିଛି। ଯାହାଫଳରେ ଡ଼ାକ୍ତର, କର୍ମଚାରୀ, ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଧିକାଂଶ ସମୟରେ ମେଡ଼ିକାଲରେ ଥିବା ଲିଫ୍ଟରେ ଫସିରହୁଥିବା ନଜିର ରହିଛି। ଗତ କିଛିଦିନ ହେଲା ନିୟମିତ ବ୍ୟବଧାନରେ ସ୍ତ୍ରୀ ରୋଗ ଓ ପ୍ରସୂତି, ଅସ୍ଥିଶଲ୍ୟ, ଭେଷଜ ବିଭାଗକୁ ଯାଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ବହୁ ସମୟ ଧରି ଲିଫ୍ଟରେ ଅଟକି ରହୁଥିବା ଦେଖାଯାଉଛି। ପରେ ତାଙ୍କୁ ଉକ୍ତ ଲିଫ୍ଟରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ମେଡ଼ିକାଲ ପକ୍ଷରୁ କୁହାଯାଇଛି।
ମେଡ଼ିକାଲକୁ ଆସୁଥିବା ରୋଗୀଙ୍କ ସୁବିଧା ନିମନ୍ତେ ବିଭିନ୍ନ କୋଠାରେ ଏକାଧିକ ଲିଫ୍ଟ ସ୍ଥାପନ ହୋଇଛି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରତ୍ୟେକ ଦିନ ଲିଫ୍ଟରେ ହଜାର ହଜାର ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ସମେତ କର୍ମଚାରୀ ଯା’ ଆସ କରନ୍ତି। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହାକୁ ସ୍ଥାପନ କରାଯାଇଛି ତାହା ଏବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଓ କର୍ମଚାରୀଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରୁଛି। ଉକ୍ତ ଲିଫ୍ଟ ବ୍ୟବହାର ସମୟରେ ତାହା ବିଭିନ୍ନ ସମୟରେ ଅଚଳ ହୋଇପଡୁଥିବା ଅଭିଯୋଗ ହୋଇଛି। ଏଭଳି ବାରମ୍ବାର ଅଭିଯୋଗ ପରେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବା ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ଏହାକୁ ସରକାରୀ ବିଦ୍ୟୁତ ବିଭାଗ(ଜିଇଡ଼ି) ବିଭାଗ ମରାମତି କାର୍ଯ୍ୟ ଦାୟିିତ୍ୱ ନେଇଛି। ହେଲେ ମରାମତି ନିମନ୍ତେ ସହରରେ ଠିକ ମେକାନିକ୍‌ ମିଳୁନାହାନ୍ତି। ଲିଫ୍ଟ ଖରାପ ଯୋଗୁ ଶହ ଶହ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ମହଲାକୁ ସିଡିରେ ଯିବା ପାଇଁ ବାଧ୍ୟ ହୋଇଥାନ୍ତି। ବ୍ରହ୍ମପୁର ବଡ ମେଡିକାଲରେ ଏଭଳି ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏମାନଙ୍କ ନିମନ୍ତେ କାହାର ଦରଦ ନ ଥିବା ମନେ ହେଉଛି। କେବଳ ଚିଠି ଲେଖି ଦେଇ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଉଛନ୍ତି। ଏହା ସହ ଅନ୍ୟ ବିଭାଗ ଉପରେ ଦୋଷ ଲଦି ଦେଇ ନିଜେ ନୀରବ ରହିଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏଥିରେ ବିଳମ୍ବ ନକରି ତୁରନ୍ତ ଏହା ଉପରେ ପଦେକ୍ଷପ ନେଇ ଏହାର ସମାଧାନ କରିବା ନିମନ୍ତେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭୂସ୍ଖଳନ: ୬ ଟ୍ରେନ୍‌ ବାତିଲ

କୋରାପୁଟ,୨୫।୯(ଅମିତାଭ ବେହେରା ): ରାୟଗଡ଼ା ଡିଭିଜନ ଅଧୀନ ମୁନିଗୁଡ଼ା-ଚାଟିକୋଣା ଷ୍ଟେଶନ ଏବଂ କୋରାପୁଟ ଜୟପୁର ମଧ୍ୟରେ ଥିବା ମାଲିଗୁଡାଠାରେ ଭୂସ୍ଖଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି।…

କେତୁଙ୍କ ଚଳନ କରିଦେବ କାଙ୍ଗାଳ! ଅକ୍ଟୋବର ପହିଲାଠୁ ଏହି ରାଶି ପାଇଁ ଅତ୍ୟନ୍ତ ଖରାପ, ଏମାନଙ୍କ ପାଇଁ ଭଲ!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାୟାବୀ ଗ୍ରହ କେତୁ ୩ ଅକ୍ଟୋବର ୨୦୨୬ ରାତି ୯ଟା ୪୮ ମିନିଟରେ ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିବେ। ଏହି…

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?