ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଏବଂ ଧର୍ମେନ୍ଦ୍ର କୁମାର ସିଂହ। ଏମାନଙ୍କ ବ୍ୟତିତ କିଛି ଯବାନ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଶହୀଦଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତି ଶହୀଦଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବେ ବୋଲି କହିଛନ୍ତି।

ପ୍ରକାଶ ଯେ, ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହାକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ। ମଙ୍ଗଳବାର ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ପରସ୍ପର ଗୁଳି ବିନିମୟରେ ୩ ଯବାନ ଶହୀଦ ହୋଇଛନ୍ତି। ଶିଶୁପାଳଙ୍କ ଘର ଉତ୍ତରପ୍ରଦେଶର ଆଲିଗଡ଼ ହୋଇଥିବା ବେଳେ ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଏବଂ ଧର୍ମେନ୍ଦ୍ରଙ୍କ ଘର ବିହାରର ରୋହତସ୍‌ ଜିଲାରେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ

ଭୁବନେଶ୍ବର,୩୦।୩: ସିନେ ତାରକାମାନେ ବିଜେଡି ଛାଡିବାରେ ଲାଗିଛନ୍ତି। ଅରିନ୍ଦମ ରାୟ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ପରେ ଏବେ ଅନୁଭବ ମହାନ୍ତି ମଧ୍ୟ ବିଜେଡି...

ସକାଳେ ଛାଡିଥିଲେ ବିଜେଡି, ଏବେ ଭାଜପାରେ ସାମିଲ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବରେ ଭାଜପାରେ ଯୋଗ...

ବିଜେଡି ଛାଡ଼ିଲେ ଅଭିନେତା ଆକାଶ ଦାସ ନାୟକ, ଧରିବେ ପଦ୍ମ!

ଭୁବନେଶ୍ୱର,୩୦।୩: ବିଜେଡିକୁ ବାଏ ବାଏ କହିଲେ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଜେଡ଼ି ନେତା ଆକାଶ ଦାସନାୟକ। ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବର୍ତ୍ତମାନ...

କଂଗ୍ରେସକୁ ବଡ଼ ଝଟ୍‌କା, ଦଳ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ

ଭୁବନେଶ୍ୱର,୩୦।୩: କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ । ଆଜି ହାତ ଛାଡ଼ିଛନ୍ତି ଚିରଞ୍ଜୀବ । ଜଗତସିଂହପୁରର...

୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ, ପୁଣି ଧୋକା ମିଳିବ ବୋଲି ଜାଣି ନ ଥିଲି: ପ୍ରିୟଦର୍ଶୀ

ଭୁବନେଶ୍ୱର,୩୦।୩: ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି। ଳରେ ନିରନ୍ତର ଅବହେଳା ଅଭିଯୋଗ କରି ସେ ଇସ୍ତଫା ଦେଇଥିବା ଜଣାପଡିଛି।...

ବିଜେଡ଼ିର ଚିନ୍ତା ବଢାଉଛନ୍ତି ବିଦ୍ରୋହୀ, ଲାଭ ଉଠାଇନେବ ଭାଜପା

ଭୁବନେଶ୍ୱର,୩୦।୩: ମୁଣ୍ଡ ଉପରେ ନିର୍ବାଚନ। ରାଜ୍ୟ ରାଜନୀତିର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଜେଡି ଓ ଭାଜପା ମେଣ୍ଟ ନ କରି ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି।...

ଏହି ଦିନ ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ୭୦ରୁ ଅଧିକ ଆସନ ପାଇଁ ହୋଇଛି ନାଁ ଚୂଡାନ୍ତ

ଭୁବନେଶ୍ୱର,୩୦।୩: ରାଜ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାଏ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ୨-୩ ଦିନ...

ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ, ପ୍ରଶ୍ନ ଉଠାଇଲା ଭାଜପା, କହିଲା ରାଜ୍ୟ ସରକାର…

ଭୁବନେଶ୍ୱର,୩୦।୩: ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସୁରକ୍ଷାରେ ୭୪ ପୋଲିସ କର୍ମଚାରୀ ମୁତୟନ ହେଉଛନ୍ତି। ଯେଉଁଥିରେ ୨ ସବଇନ୍ସପେକ୍ଟର, ୧୨ ହାବିଲଦାର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri