ମାଓବାଦୀ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ

ନୂଆପଡ଼ା ଅଫିସ,୨୧।୬: ନୂଆପଡ଼ା ଜିଲା ବୋଡେନ୍‌ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ମାଓବାଦୀଙ୍କ ଆକ୍ରମଣରେ ୩ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ସିଂହ ଏବଂ ଧର୍ମେନ୍ଦ୍ର କୁମାର ସିଂହ। ଏମାନଙ୍କ ବ୍ୟତିତ କିଛି ଯବାନ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଶହୀଦଙ୍କ ଲାଗି ଓଡ଼ିଶା ସରକାର ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରତି ଶହୀଦଙ୍କ ପରିବାରକୁ ରାଜ୍ୟ ସରକାର ୨୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବେ ବୋଲି କହିଛନ୍ତି।

ପ୍ରକାଶ ଯେ, ପାଟଧରାରେ ସିଆର୍‌ପିଏଫ୍‌ର ଏକ ନୂଆ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହାକୁ ମାଓବାଦୀମାନେ ବିରୋଧ କରି ଆସୁଥିଲେ। ମଙ୍ଗଳବାର ଯବାନମାନେ ଭଇଁସାଦାନିରୁ ପାଟଧରା କ୍ୟାମ୍ପକୁ ଯାଉଥିବା ବେଳେ ମାଓବାଦୀମାନେ ଆକ୍ରମଣ କରିଥିଲେ। ପରସ୍ପର ଗୁଳି ବିନିମୟରେ ୩ ଯବାନ ଶହୀଦ ହୋଇଛନ୍ତି। ଶିଶୁପାଳଙ୍କ ଘର ଉତ୍ତରପ୍ରଦେଶର ଆଲିଗଡ଼ ହୋଇଥିବା ବେଳେ ଶିବଲାଲଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ ଜିଲା ଏବଂ ଧର୍ମେନ୍ଦ୍ରଙ୍କ ଘର ବିହାରର ରୋହତସ୍‌ ଜିଲାରେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri