ଜ୍ୟୋତିଷଙ୍କ ଭବିଷ୍ୟବାଣୀ ହେଲା ଭୁଲ ପ୍ରମାଣିତ: ତୈମୁରଙ୍କ ଆସିଲା ସାନ ଭାଇ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ପୁଣି ଥରେ ମା’ ହେବାକୁ ଯାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏହାକୁ ନେଇ ଉତ୍ସାହିତ ଥିଲେ। ବେବୋଙ୍କ ପୁଅ ହେବ ନା ଝିଅ ଏହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଲାଗି ରହିଥିଲା। ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସନ୍ତାନକୁ ନେଇ ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ କରିନାଙ୍କ ସନ୍ତାନକୁ ନେଇ ମଧ୍ୟ ଦାବି କରିଥିଲେ। ସେ କହିଥିଲେ ଏଥର ବେବୋଙ୍କ ଏକ ଝିଅ ହେବ। କିନ୍ତୁ ଏଥର ଏହି ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି। କାରଣ ତୈମୁରଙ୍କ ସାନଭାଇ ଜନ୍ମ ହୋଇଛି।
୨୧ ଫେବୃୟାରୀ ତଥା ରବିବାର କରିନା ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ବେବୋ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହ ଉଭୟଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
ଉଭୟ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି ବେବୋ କହିଥିଲେ। ଏବେ ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ବଡ ପୁତ୍ର ତୈମୁରଙ୍କୁ ଏକ ଭାଇ ମିଳିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ସିରିଜ୍‌ ପାଇଁ ୭୫ କୋଟି ଦାବି କଲେ ଏହି ଦୁଇ ବଲିଉଡ୍‌ କଳାକାର, ଚିନ୍ତାରେ ନିର୍ମାତା

ବମ୍ବେ: ଫିଲ୍ମ ପରେ ଏବେ ଓ୍ବେବ୍‌ସିରିଜ ମୁହାଁ କଳାକାର। ରାମାୟଣ ଉପରେ ଆଧାରିତ ଓ୍ବେବ୍‌ସିରିଜ୍‌ରେ ନଜର ଆସିବେ ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ।...

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର...

ହୋଟେଲରେ ଦୁଇଟି କଦଳୀର ବିଲ୍‌ ଆସିଲା ୪୪୨ଟଙ୍କା, ଚକିତ ହେଲେ ରାହୁଲ ବୋଷ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରାହୁଲ ବୋଷ ଚଣ୍ଡିଗଡ଼ରେ ଗୋଟିଏ ଫିଲ୍ମର ଶୁଟିଂ କରୁଥିବା ସମୟରେ ଏକ ଅଜବ ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏନେଇ ସେ ଟୁଇଟରରେ...

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ହାତ ଧରିବା ପରଠାରୁ ନିଜର ବେଶପୋଷାକ, ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଚଳିତବର୍ଷ ଆରମ୍ଭରୁ ସେ ଟ୍ରୋଲ...

ଟାଇଗର-୩ରେ ସଲମାନ୍‌ଙ୍କ ସହ ଫାଇଟ୍‌ କରିବେ ଇମ୍ରାନ୍‌…

ମୁମ୍ବାଇ,୨୪।୫: ସଲମାନ୍‌ ଖାଁଙ୍କ ଟାଇଗର ସିରିଜ୍‌ର ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜାରି ରହିଛି। ଖୁବ୍‌ ଶୀଘ୍ର ପରଦାକୁ ଟାଇଗର-୩ ଦି ଫାଇନାଲ ମିଶନ...

ଛାଡପତ୍ର ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ପ୍ରିୟଙ୍କା

ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ଛାଡପତ୍ରକୁ ନେଇ ଗୁଜବ ଖବର ପ୍ରକାଶ ପାଉଛି। ପ୍ରିୟଙ୍କା ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ...

ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍‌ ହେଉଛି ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର...

ଆଉ ଏକ ଗୀତ ଗାଇ ଚର୍ଚ୍ଚାରେ ଫର୍‌ମାନି

ମୁମ୍ବାଇ: ଫର୍‌ମାନି ନାଜ ଆଜିକାଲି ୟୁଟ୍ୟୁବ୍‌ ସେନ୍ସେସ ପାଲଟିଛନ୍ତି। ପ୍ରଥମେ ସେ ‘ହରହର ଶମ୍ଭୁ’ ଗାଇ ପ୍ରଶଂସକମାନଙ୍କ ଭଲପାଇବା ସାଉଁଟିବା ସହ ବିବାଦକୁ ମଧ୍ୟ ଆସିଥିଲେ।...

Advertisement
Archives

Model This Week