ଅସ୍ଥାନା ଭରସା

Dillip Cherian

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ( ସିବିଆଇ)ରୁ ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବହୁଚର୍ଚ୍ଚିତ ବିଦାୟ ଘଟଣାର ଦୁଇ ବର୍ଷ ପରେ ତାଙ୍କୁ ସୀମା ସୁରକ୍ଷା ବଳ( ବିଏସ୍‌ଏଫ୍‌)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। କୌତୂହଳର କଥା ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନ୍‌ସିବି)ର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ। ନାର୍କୋଟିକ୍ସର ଚୋରା କାରବାର ଉପରେ ଲଗାମ ଲଗାଇବା ଏବେ ଏକ ବଡ ସମସ୍ୟା ହୋଇ ଉଭା ହୋଇଛି। ସୀମାରେ ପାଟ୍ରୋଲିଂ କରୁଥିବା ବିଏସ୍‌ଏଫ୍‌ରେ ଅସ୍ଥାନା ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ଏ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା କରାଯାଉଛି। ଅସ୍ଥାନା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ପଦରେ ରହି ଦାୟିତ୍ୱ ତୁଲାଇବା ସହ ଦୁଇଥର ସିବିଆଇରେ କାର୍ଯ୍ୟ କରିଛନ୍ତି। ଗୁଜରାଟ କ୍ୟାଡର୍‌ ୧୯୮୪ ବ୍ୟାଚର୍‌ ଏହି ଆଇପିଏସ୍‌ ଅଧିକାରୀ ବ୍ୟୁରୋ ଅଫ୍‌୍‌ ସିଭିଲ ଏଭିଏଶନ ଆଣ୍ଡ୍‌ ସକ୍ୟୁରିଟିର ତଳ ପାହ୍ୟାରେ ରହି ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ସିବିଆଇରେ ସେ ବହୁ ହାଇ ପ୍ରୋଫାଇଲ କେସ୍‌ର ତଦନ୍ତରେ ଜଡିତ ଥିଲେ। ଏହି ସଂସ୍ଥାରେ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ସେ ଚାରା ଘୋଟାଲାର ତଦନ୍ତ କରିଥିଲେ, ଯାହା ଫଳରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପଳାୟନ କରିଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଇଂଲଣ୍ଡରୁ ପ୍ରତ୍ୟର୍ପଣ ପାଇଁ କରାଯାଇଥିବା ଜଟିଳ କେସ୍‌ରେ ମଧ୍ୟ ସେ ଏକାକୀ ସଫଳତା ପାଇପାରିଥିଲେ। ଇଂଲଣ୍ଡର କୋର୍ଟରେ ସିବିଆଇ କେସ୍‌ର ସେ ନେତୃତ୍ୱ ନେଇଥିଲେ। ଗୁଜରାଟରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିଲାବେଳେ ଅସ୍ଥାନା ଭଦୋଦରାର ପୋଲିସ କମିଶନର ଭାବେ ବି ଦାୟିତ୍ୱ ତୁଲାଇଥିଲେ।
ସିଏଜିଙ୍କ ପାଇଁ ବିପରୀତ ହାଓ୍ବା
ଜମ୍ମୁ-କଶ୍ମୀରର ପୂର୍ବତନ ଲ୍ୟୁଟ୍‌ନାଣ୍ଟ ଗଭର୍ନର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ମହାଲେଖା ସମୀକ୍ଷକ ଓ ମହା ପରୀକ୍ଷକ ( ସିଏଜି)ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ଇଣ୍ଡିଆନ୍‌ ଅଡିଟ୍‌ ଆଣ୍ଡ୍‌ ଆକାଉଣ୍ଟସ୍‌ ସର୍ଭିସ୍‌( ଆଇଏ ଆଣ୍ଡ୍‌ ୍‌ଏଏସ୍‌) ଅଧିକାରୀମାନେ ସ୍ବାଗତ କରିନାହାନ୍ତି। ଅନ୍ୟ ଭାରତୀୟ ସେବା ଉପରେ ଆଇଏଏସ୍‌ କ୍ୟାଡର୍‌ ଆଧିପତ୍ୟ ଜାହିର କରିବାର ଏହା ଆଉ ଏକ ଦୃଷ୍ଟାନ୍ତ। ଥରେ ସରକାର ଏଭଳି ବିଭେଦ କରିବାକୁ ସ୍ଥିର କରିଛନ୍ତି ମାନେ ଯେ କୌଣସି ପରିସ୍ଥିତିରେ ଏହା ସୃଷ୍ଟି କରିବାରେ ତାଙ୍କୁ କିଛି ଫରକ ପଡିବ ନାହିଁ। ସିଏଜି ହେବାରେ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଧିକାରୀ ମୁର୍ମୁ ଅତି କମ୍‌ରେ ୬ ଜଣ ଆଇଏ ଆଣ୍ଡ୍‌ ଏଏସ୍‌ ଅଧିକାରୀଙ୍କୁ ଟପି ଆଗକୁ ଚାଲି ଯାଇଛନ୍ତି । କିନ୍ତୁ ଦେଶର ଶୀର୍ଷ ଅଡିଟର ହେବାରେ ସେ ପ୍ରଥମ ଆଇଏଏସ ଅଧିକାରୀ ନୁହନ୍ତି । ମୁର୍ମୁଙ୍କ ଠିକ୍‌ ପୂର୍ବାଧିକାରୀ ଥିଲେ ୧୯୭୮ କ୍ୟାଡର ୍‌ଆଇଏଏସ୍‌ ରାଜୀବ ମହର୍ଷି ଏବଂ ତାଙ୍କ ପୂର୍ବରୁ ୧୯୭୬ ବ୍ୟାଚ୍‌ ଆଇଏଏସ୍‌ ଶଶିକାନ୍ତ ଶର୍ମା ଏହି ପଦବୀରେ ରହିଥିଲେ। ସିଏଜି ଭାବେ ୧୯୭୨ ବ୍ୟାଚ ଆଇଏଏସ୍‌ ବିନୋଦ ରାୟଙ୍କୁ ଅନେକେ ମଧ୍ୟ ମନେ ରଖିଥିବେ। ଉଲ୍ଲେଖ ଯୋଗ୍ୟ ଯେ,ଏ. ବକ୍ସି ସିଏଜି ହେବାରେ ଶେଷ ଆଇଏ ଆଣ୍ଡ୍‌ ଏଏସ୍‌ ଅଧିକାରୀ ଥିଲେ, ଯାହାଙ୍କ କାର୍ଯ୍ୟକାଳ ୧୯୭୮ରେ ଶେଷ ହୋଇଥିଲା। ତା’ପରଠାରୁ ସ୍ବର୍ଗରେ ଜନ୍ମିତ( ଆଇଏଏସ୍‌) ବର୍ଗରୁ ସିଏଜି ହୋଇ ଆସିଛନ୍ତି। ସିଏଜି ରେସ୍‌ର ପଛରେ ପଡିଯାଇଥିବା ଆଇଏ ଆଣ୍ଡ ଏଏସ୍‌ ଅଧିକାରୀମାନେ ବାହାରୁ ଆଇଏଏସ୍‌ଙ୍କୁ ଗ୍ରହଣ କରିବାକୁ ଅମଙ୍ଗ ଥିବା ସ୍ପଷ୍ଟ ଜଣାପଡୁଛି। ଏବକାର ନିଯୁକ୍ତିକୁ ନେଇ ରହିଥିବା ବିପରୀତ ହାଓ୍ବା ସ୍ବାଭାବିକ ଭାବେ ଥମିଯିବ ନା ମୁର୍ମୁ କଠିନ ପରିସ୍ଥିତିର ସାମ୍‌ନା କରିବେ ତାହା ଦେଖିବାକୁ ଆମକୁ ଅପେକ୍ଷା କରିବାକୁ ହେବ।
ବହିର ଭିତିରି କଥା
ବିରଳ ଆଚାର୍ଯ୍ୟ ଏବଂ ଉର୍ଜିତ ପଟେଲଙ୍କ ଦ୍ୱାରା ‘ଟେଲ-ଅଲ୍‌’ବହିମାନ ପ୍ରକାଶ ପାଇଛି। ଏଥିରୁ କିଛି ରହସ୍ୟ ବା ଭିତିରି କଥା ଜାଣିବା ଲାଗି ଅନେକଙ୍କ ଜିଜ୍ଞାସା ବଢିଯାଇଛି। ଏହି ଦୁଇ ଅର୍ଥନୀତିଜ୍ଞ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ( ଆର୍‌ବିଆଇ)ରେ କାର୍ଯ୍ୟ କରିଥିଲେ ଏବଂ ଦୁହେଁ ସେମାନଙ୍କ କାର୍ଯ୍ୟକାଳ ପୂରଣ ନ ହେବା ପୂର୍ବରୁ ପ୍ରାୟ ଏକାପ୍ରକାର ପରିସ୍ଥିତିରେ ପଦ ଛାଡିଥିଲେ। ପଟେଲ ଆର୍‌ବିଆଇର ଗଭର୍ନର ଥିଲେ ଓ ଆଚାର୍ଯ୍ୟ ଥିଲେ ଡେପୁଟି ଗଭର୍ନର। ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ୨୦୧୯ରେ ଶେଷ ହେବାକୁ ଥିଲେ ମଧ୍ୟ ଏହାର ୬ ମାସ ପୂର୍ବରୁ ସେ ପଦ ଛାଡିଦେଇଥିଲେ। ଆଚାର୍ଯ୍ୟଙ୍କ କହିବା ଅନୁସାରେ, ବ୍ୟାଙ୍କର ସ୍ବାୟତ୍ତତା ପ୍ରତି କ୍ଷତି ପହଞ୍ଚାଇବାକୁ ସରକାର ବହୁବାର ପ୍ରୟାସ କରିବା ଯୋଗୁ ପଟେଲ ତାଙ୍କ ପଦ ଛାଡିଦେଇଥିଲେ। ସେ ସମୟରେ ଗଣମାଧ୍ୟମରେ ଏ ବିଷୟରେ ବହୁ ଚର୍ଚ୍ଚା ହୋଇଥିଲା। ତେବେ ପଟେଲ ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ। ଯଦିଓ ସରକାରଙ୍କ ସହ ଏକମତ ନ ହେବା କାରଣରୁ ସେ ସେଣ୍ଟ୍ରାଲ ବ୍ୟାଙ୍କ ପଦରୁ ଓହରି ଆସିଥିଲେ ବୋଲି ଅଧିକ ଅନୁମାନ କରାଯାଉଥିଲା। ତେବେ ସେ ଏବେ ତାଳି ପକାଇ ସରକାରଙ୍କ ସହ ସମ୍ବନ୍ଧ ସୁଧାରିଲା ଭଳି ଜଣାପଡୁଛି, କାରଣ ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ୍‌ପଲିସିର ଚେୟାର୍‌ମ୍ୟାନ ଭାବେ ନିଯୁକ୍ତି ପାଇଛନ୍ତି। ସରକାରୀ ଅଧିକାରୀମାନଙ୍କ ସହ ବହୁବାର ମତଭେଦ ଯୋଗୁ ଆଚାର୍ଯ୍ୟ ମଧ୍ୟ ପଦ ଛାଡିଥିଲେ। ପଟେଲଙ୍କ ବହି ପ୍ରକାଶ ପାଇବାର ପାଖାପାଖି ସମୟରେ ଆଚାର୍ଯ୍ୟଙ୍କ ବହି ପ୍ରକାଶ ପାଇଥିଲା । ଏହା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟରେ ଇଣ୍ଡିଆସ୍‌ ବ୍ୟାକ୍ରିପ୍ସି କୋଡ୍‌କୁ କିପରି ପକ୍ଷମାନେ ଦୁର୍ବଳ କରିଥିଲେ ତା’ର ଏକ ଝଲକ ପ୍ରଦାନ କରିଛି। ଆଚାର୍ଯ୍ୟ ଯୁକ୍ତି ବାଢ଼ିଛନ୍ତି ଯେ,୨୦୧୭ ଜାନୁୟାରୀ ପ୍ରାରମ୍ଭରୁ ୨୦୧୯ ମଧ୍ୟଜୁଲାଇ ଯାଏ ସେ ଆର୍‌ବିଆଇର ଡେପୁଟି ଗଭର୍ନର ଥିଲାବେଳେ ସରକାରଙ୍କ ସଂଖ୍ୟାଧିକ ନୀତି ଦେଶରେ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri