Posted inଖେଳ

ଅର୍ଜୁନ ପୁରସ୍କାର: ମୀରାବାଈ, ସାକ୍ଷୀଙ୍କ ନାମ ବାଦ୍‌ ଦିଆଗଲା

ନୂଆଦିଲ୍ଲୀ, ୨୨।୮(ପି.ଟି.)-ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କ୍ରୀଡ଼ାବିତ୍‌ଙ୍କ ନାମକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଶୁକ୍ରବାର ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି। ଅବସରପ୍ରାପ୍ତ ବିଚାରପତି ମୁକୁନ୍ଦକମ୍‌ ଶର୍ମାଙ୍କ ନେତୃତ୍ୱରେ ଗଠିତ ଚୟନ କମିଟି ଗତ ୧୮ ତାରିଖରେ ୨୯ ଜଣଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଥିଲେ। ଏହି ତାଲିକା ମଧ୍ୟରେ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇ ସାରିଥିବା ଭାରୋତ୍ତୋଳିକା ମୀରାବାଈ ଚାନୁ ଓ ରେସଲର ସାକ୍ଷୀ ମଲିକଙ୍କ ନାମ ମଧ୍ୟ ସାମିଲ ଥିଲା। ଏହି ଦୁଇଜଣଙ୍କ ସମ୍ପର୍କରେ କ୍ରୀଡ଼ାମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଥିଲା। ମାତ୍ର ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାକ୍ଷୀ ଏବଂ ୨୦୧୭ ଭାରୋତ୍ତୋଳନ ବିଶ୍ୱଚାମ୍ପିୟନ ମୀରାବାଈ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ (ଖେଳରନତ୍) ପାଇ ସାରିଥିବାରୁ ସେମାନଙ୍କ ନାମକୁ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଅର୍ଜୁନ ତାଲିକାରୁ ବାଦ୍‌ ଦେଇଛନ୍ତି। ଫଳରେ ଏଥର ୨୭ ଜଣ ଅର୍ଜୁନ ପୁରସ୍କାର ପାଇବା ସ୍ପଷ୍ଟ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଅର୍ଜୁନ ପୁରସ୍କାର ପାଇଁ ମୀରାବାଈ ଓ ସାକ୍ଷୀଙ୍କ ନାମ ସୁପାରିସକୁ ନେଇ ପ୍ରଶ୍ନ ଉଠିଥିଲା ଏବଂ ସମାଲୋଚନା ପାଇଁ ଖୋରାକ ଯୋଗାଇଥିଲା। ସାକ୍ଷୀ ୨୦୧୬ ଓ ମୀରାବାଈ ୨୦୧୮ରେ ଖେଳରନତ୍ ପୁରସ୍କାର ପାଇଥିଲେ। ଚୟନ କମିଟି ଚଳିତ ବର୍ଷର ଖେଳରନତ୍ ପୁରସ୍କାର ପାଇଁ ସର୍ବାଧିକ ୫ ଖେଳାଳିଙ୍କ ନାମ ମନୋନୀତ କରିଥିଲେ। ତାହାକୁ କ୍ରୀଡ଼ା ମନ୍ତ୍ରଣାଳୟ ସ୍ବୀକୃତି ଦେଇଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୯ରେ ଏଥର କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ରାଷ୍ଟ୍ରପତି ଭବନରେ ନ ହୋଇ ଭର୍ଚୁଆଲି କରାଯିବାକୁ ନିଷ୍ପତ୍ତି ହୋଇଛି।
ପୁରସ୍କାର ବିଜେତା ତାଲିକା
ରାଜୀବ ଗାନ୍ଧୀ ଖେଳରନତ୍: ରୋହିତ ଶର୍ମା(କ୍ରିକେଟ), ଭିନେଶ ଫୋଗତ(ରେସଲିଂ), ମାନିକା ବାତ୍ରା(ଟେବୁଲ ଟେନିସ), ରାଣୀ ରାମପାଲ(ହକି), ମାରିଆପ୍ପାନ ଥାଙ୍ଗାଭେଲୁ (ପାରା ଆଥଲେଟିକ୍ସ-ହାଇଜମ୍ପ)।
ଅର୍ଜୁନ ପୁରସ୍କାର:
ଅତନୁ ଦାସ(ଆର୍ଚେରି), ଦୂତୀ ଚାନ୍ଦ(ଆଥଲେଟିକ୍ସ), ଚିରାଗ ସେଟ୍ଟୀ(ବ୍ୟାଡ୍‌ମିଣ୍ଟନ), ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ (ବ୍ୟାଡ୍‌ମିଣ୍ଟନ), ଭିଶେଷ ଭୃଗୁବଂଶୀ(ବାସ୍କେଟବଲ), ସୁବେଦାର ମନୀଶ କୌଶିକ(ବକ୍ସିଂ), ଲଭଲିନା ବୋରଗୋହେନ (ବକ୍ସିଂ), ଈଶାନ୍ତ ଶର୍ମା(କ୍ରିକେଟ), ଦୀପ୍ତି ଶର୍ମା(କ୍ରିକେଟ), ସାଓ୍ବନ୍ତ ଅଜୟ ଅନନ୍ତ(ଇକ୍ୱେଷ୍ଟ୍ରେନ), ସନ୍ଦେଶ ଜିଙ୍ଘାନ(ଫୁଟବଲ), ଅଦିତୀ ଅଶୋକ(ଗଲ୍ଫ), ଆକାଶଦୀପ ସିଂ(ହକି), ଦୀପିକା(ହକି), ଦୀପକ ହୁଦା (କବାଡ଼ି), କାଲେ ସାରିକା ସୁଧାକର (ଖୋ ଖୋ), ଦତ୍ତୁ ବାବନ ଭୋକାନଲ(ରୋଇଂ), ମନୁ ଭାକର(ଶୁଟିଂ), ସୌରଭ ଚୌଧାରୀ(ଶୁଟିଂ), ମଧୁରିକା ସୁହାସ ପାଟକର(ଟେବୁଲ ଟେନିସ), ଡିଭିଜ ସରନ(ଟେନିସ), ଶିବ କେଶବନ(ଓ୍ବିଣ୍ଟର ସ୍ପୋଟର୍‌ସ), ଦିବ୍ୟା କରଣ(ରେସଲିଂ), ରାହୁଲ ଆଓ୍ବାରେ(ରେସଲିଂ), ସୁୟାଶ ନାରାୟଣ ଯାଦବ(ପାରା ସୁଇମିଂ), ସନ୍ଦୀପ ଚୌଧାରୀ (ପାରା ଆଥଲେଟିକ୍ସ), ମନୀଷ ନରଓ୍ବାଲ(ପାରା ଶୁଟିଂ)


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri