Odisha Elections 2024

ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ: ରାମଲାଲାଙ୍କ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ

ଭୁବନେଶ୍ବର,୬।୨: ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୁବନେଶ୍ୱର ରେଳ ଷ୍ଟେଶନରୁ ଶ୍ରଦ୍ଧାଳୁଙ୍କୁ ଧରି ବାହାରିଛି ଅଯୋଧ୍ୟା ଆସ୍ଥା ସ୍ପେଶାଲ ଟ୍ରେନ।

ରାମଲାଲାଙ୍କ ଦର୍ଶନ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ୧ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି।

ସ୍ବତନ୍ତ୍ର ଟ୍ରେନ ପ୍ରଥମ ଦିନରେ ଭୁବନେଶ୍ବର ରେଳ ଷ୍ଟେଶନରୁ ଛାଡିଥିବା ବେଳେ ପରବର୍ତ୍ତୀ ସମୟରେ କଟକ, ପୁରୀ ଏବଂ ଭଦ୍ରକ ସମେତ ରାଜ୍ୟର ଅନ୍ୟ ଷ୍ଟେଶନରୁ ବାହାରିବ। ଅଯୋଧ୍ୟା ଯାତ୍ରୀକୁ ନେଇ ଶ୍ରଦ୍ଧାଳୁ ଖୁସି ଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

+୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌…

ଭୁବନେଶ୍ୱର,୧୬।୫: +୯୨ ନମ୍ବରରୁ କଲ୍‌ ଆସିଲେ ହୋଇଯାଆନ୍ତୁ ସାବଧାନ। ନଚେତ୍‌ ବଡ଼ ଠକେଇର ଶିକାର ହୋଇପାରନ୍ତି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସତର୍କ ସୂଚନା...

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଖାର୍ଗେ ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ ବିଜେଡି-ଭାଜପା…

ଭୁବନେଶ୍ୱର,୧୬।୫: ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷଛନ୍ତି। ଖାର୍ଗେ କହିଛନ୍ତି, ଓଡ଼ିଶାରେ ବିଜେଡି ୨୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri