ମାଗି ଓଳିକି

ସ୍ମିତା ପଣ୍ଡା

 

ସୋସିଆଲ ମିଡିଆରେ ‘ବିମାନରେ ଠାକୁର’ ଶିରୋନାମାରେ ପୋଷ୍ଟଟିଏ ହୋଇଥାଏ। ମୁଁ ଖୁବ୍‌ ଆଗ୍ରହର ସହ ପୋଷ୍ଟ ହୋଇଥିବା ଫଟୋ ସବୁ ଦେଖି ଚାଲିଥିଲି। ଅନେକ ଫଟୋ ମଧ୍ୟରୁ କେବଳ ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ନିଜର ସେଲ୍‌ଫି ସହ ଠାକୁରଙ୍କ ଫଟୋଟିଏ କିଛି ଦୂରରୁ ଉତ୍ତୋଳନ କରିଥିଲେ। ଯେଉଁ ଫଟୋଟିରେ କି ଖୁବ୍‌ ଅଳ୍ପ ଭାଗରେ ଠାକୁର ଓ ବହୁ ଭାଗରେ ଭଦ୍ରବ୍ୟକ୍ତିଙ୍କର ନିଜର ପ୍ରତିଛବି ରହିଥିଲା। ଅନ୍ୟ ସବୁରେ କେବଳ ବିଭିନ୍ନ ଭଙ୍ଗୀରେ ଉଠାଯାଇଥିବା ନିଜର ଫଟୋଗୁଡ଼ିକ ପୋଷ୍ଟ କରାଯାଇଥିଲା। ଠାକୁରଙ୍କର ଆଉ କୌଣସି ଫଟୋ ନ ପାଇ ମୁଁ ଯେତେବେଳେ ସେହି ପୋଷ୍ଟରୁ ପଛକୁ ହଟିବାକୁ ଆରମ୍ଭ କଲି ଫଟୋ ତଳେ ଦିଆଯାଇଥିବା କିଛି ମନ୍ତବ୍ୟ ତଳେ ମୋର ଦୃଷ୍ଟିପଡ଼ିଲା। ପ୍ରାୟ ଅଧିକାଂଶ ମନ୍ତବ୍ୟ ତଳେ ଫଟୋରେ ଥିବା ବ୍ୟକ୍ତିଙ୍କର ପୋଷାକ ଓ ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ମତାମତ ଦିଆଯାଇଥିଲା। ଯଦିଓ ପୋଷ୍ଟ ହୋଇଥିବା ଶୀର୍ଷକକୁ ଦେଖିଲେ ଲାଗୁଥିଲା ଠାକୁରଙ୍କ ଅନେକଗୁଡ଼ିଏ ଫଟୋ ଦେଖିବାକୁ ମିଳିବ, ବାସ୍ତବରେ ସେମିତି କିଛି ନ ଥିଲା। ବରଂ ଏହା ନିଜ ପ୍ରତିଛବି ଓ ପୋଷାକର ପ୍ରଚାର ହିଁ ଥିଲା।
ଓଡ଼ିଆରେ ଢଗଟିଏ ଅଛି,‘ମାଗି ଓଳିକି ଯାଚି କଲ୍ୟାଣ’।
ବର୍ତ୍ତମାନ ବହୁଳ ଭାବରେ ଏହା ହିଁ ଚାଲିଛି। ନିଜର ପ୍ରଶଂସା ଗୋଟେଇବାରେ ଅନେକ ବ୍ୟସ୍ତ। ‘ଆସ! ମତେ ପ୍ରଶଂସା କର’ ଏହା ହିଁ ଅନେକାଂଶରେ ମନର ଭାବନା ପାଲଟି ସାରିଛି। ଏଠି ଡାକ୍ତରଖାନାରେ ଜନ୍ମ ହେବା ଶିଶୁଠାରୁ ଆରମ୍ଭ କରି ମଣିଷର ବିଭିନ୍ନ ଅବସ୍ଥାର ଫଟୋ ପ୍ରଦର୍ଶନ କରିବା ଏକ ସଉକ ପାଲଟି ଯାଇଛି। କାହାର ଫଟୋ, ଭିଡିଓ କି ଲେଖା ତଳେ ମନ୍ତବ୍ୟ ନ ଆସିଲେ କିଏ ଅଭିମାନ କଲାଣି ତ କିଏ ମନ୍ତବ୍ୟ ଦେଇ ଝଗଡ଼ା କରିବାକୁ ଆଗେଇ ଆସିଲାଣି। ଆଉ କିଛି ମନେଇବାରେ, ବୁଝାଇବାରେ, ଉସୁକାଇବାରେ ବ୍ୟସ୍ତ ରହିଲେଣି। ମନ କିନ୍ତୁ ମାନୁନି । ମୁଁ ପ୍ରଶଂସା କରୁଥିବା ଲୋକଟି ମତେ କାହିଁକି ପ୍ରଶଂସା ନ କରିବ? ଏଇ କଥା ମନକୁ ବିଚଳିତ କରୁଛି। କିନ୍ତୁ ଆମକୁ ବୁଝିବାକୁ ହେ ଯେ ଜଣକୁ ଭଲ ଲାଗିଲେ ହିଁ ଜଣେ ପ୍ରଶଂସା କରିବ। ଭଲ ନ ଲାଗିଲେ କାହିଁକି ବା କରିବ? ଆଉ କିଛି ଜାଗାରେ ଦେଖାଯାଏ ଯେ କିଛି ମତାମତ, ପ୍ରଶଂସା ଏମିତି ହିଁ ଅନ୍ୟକୁ ଖୁସି କରିବାକୁ ହିଁ କେବଳ ଲେଖାଯାଇଥାଏ।
ଯେଉଁମାନଙ୍କ କୃତି ଆମକୁ ଭଲ ଲାଗେ ସେମାନଙ୍କୁ ଯେ ଆମେ ପ୍ରଶଂସା କରି କିଛି ପୋଷ୍ଟ କରିବା, ମତାମତ ଦେବା ଏମିତି କିଛି ମାନେ ନାହିଁ। ଅନେକ କୃତି ଅଛି ଯାହା ଆମ ମାନସପଟରେ ଦୀର୍ଘଦିନ ଧରି ବସା ବାନ୍ଧି ରହେ, ଆମକୁ ପ୍ରେରଣା ଦିଏ। ଅବଶ୍ୟ କଥା ପ୍ରସଙ୍ଗରେ କେବେ କେଉଁଠି ଆଲୋଚନା ହେଲେ ଆମେ ସେଇ ସବୁକୁ ଉଦାହରଣ ମାଧ୍ୟମରେ ଉପସ୍ଥାପିତ କରୁ। ତାହା ହିଁ ସେ ସ୍ରଷ୍ଟାଙ୍କୁ ପ୍ରକୃତ ଉପହାର, ଯଥାର୍ଥ ପ୍ରଶଂସା। ‘କାନି ସୁନ୍ଦର କୁଞ୍ଚ ସୁନ୍ଦର’ ବ୍ୟବହାରରେ ଜ୍ଞାନୀ ଲୋକଟିଏ କେବେହେଲେ ଖୁସି ହୁଏନାହିଁ। ନିଜର ପ୍ରଶଂସା ନିଜେ କରିବା ଓ କରାଇବା କେବେ କାହାକୁ ଭଲ ଲାଗେ ନାହିଁ। ହୁଏତ ପ୍ରଶଂସା କରୁଥିବା ଲୋକଟି ତମ ଆଗରେ ପ୍ରଶଂସା କରିପାରେ କିନ୍ତୁ ପଛରେ ସେ ସମାଲୋଚନା ହିଁ କରିବ। ପୁଣି ନିଜର ଆତ୍ମପ୍ରଚାର ପାଇଁ ଅନ୍ୟକୁ ବ୍ୟବହାର କରିବା କେତେଦୂର ଯଥାର୍ଥ?
ପ୍ରତିଭାର ପ୍ରଦର୍ଶନ ପାଇଁ ଏକ କ୍ଷେତ୍ରର ଆବଶ୍ୟକତା ରହିଛି, କିନ୍ତୁ ସେ କ୍ଷେତ୍ରର ଅପବ୍ୟବହାର କେବେ ବି ଠିକ୍‌ ନୁହେଁ। କେବେ କେବେ ନିଜର କିମ୍ବା ପରିବାରବର୍ଗଙ୍କର ଫଟୋ କିମ୍ବା ଭିଡିଓ ସବୁ ବାରମ୍ବାର ପୋଷ୍ଟ କରାଯାଇ ପ୍ରଶଂସା କରିବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆବେଦନ କରାଯାଇଥାଏ। ପ୍ରତ୍ୟେକ ମଣିଷ ମନରେ ଏକ ଭାବନା ଥାଏ ଯେ, ସମସ୍ତେ ତା’କୁ ପ୍ରଶଂସା କରନ୍ତୁ, ଭଲ ବୋଲି କହନ୍ତୁ । କେହି ନିଜର ଖରାପ ଗୁଣ ଶୁଣିବାକୁ ଭଲ ପାଆନ୍ତି ନାହିଁ। ନିଜକୁ ଭଲ ବୋଲି ଭାବିବା ଦ୍ୱାରା ମନ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। କିନ୍ତୁ ନିଜକୁ ଭଲ ବୋଲି କୁହାଇବା ବା ସେପରି କିଛି କାର୍ଯ୍ୟ କରାଇବା କେବେହେଲେ ଏକ ଉତ୍ତମ ମାନସିକତାର ଲକ୍ଷଣ ନୁହେଁ। ପ୍ରଶଂସା, ପୁରସ୍କାର ଏସବୁ ମାଗି କରି ଅଣାଯାଏ ନାହିଁ। ନିଜେ ନିଜକୁ ଯେତେ ପ୍ରସାର ପ୍ରଚାର କରାଇଲେ ମଧ୍ୟ ଦକ୍ଷତା ବିହୀନ ଜୀବନ ବେଶି ସମୟ ଭିଡ଼ ମଧ୍ୟରେ ତିଷ୍ଠି ରହିପାରେନାହିଁ। ଉପଯୁକ୍ତ ସ୍ଥାନରେ ନିଜକୁ ଠିକ୍‌ ଢଙ୍ଗରେ ଉପସ୍ଥାପିତ କରିବା ହିଁ ବିଦ୍ୱାନମାନଙ୍କର କାର୍ଯ୍ୟ।
ନରସିଂହପୁର, କଟକ
ମୋ-୭୦୦୮୨୪୩୬୭୨


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri