ମାଗି ଓଳିକି

ସ୍ମିତା ପଣ୍ଡା

 

ସୋସିଆଲ ମିଡିଆରେ ‘ବିମାନରେ ଠାକୁର’ ଶିରୋନାମାରେ ପୋଷ୍ଟଟିଏ ହୋଇଥାଏ। ମୁଁ ଖୁବ୍‌ ଆଗ୍ରହର ସହ ପୋଷ୍ଟ ହୋଇଥିବା ଫଟୋ ସବୁ ଦେଖି ଚାଲିଥିଲି। ଅନେକ ଫଟୋ ମଧ୍ୟରୁ କେବଳ ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ନିଜର ସେଲ୍‌ଫି ସହ ଠାକୁରଙ୍କ ଫଟୋଟିଏ କିଛି ଦୂରରୁ ଉତ୍ତୋଳନ କରିଥିଲେ। ଯେଉଁ ଫଟୋଟିରେ କି ଖୁବ୍‌ ଅଳ୍ପ ଭାଗରେ ଠାକୁର ଓ ବହୁ ଭାଗରେ ଭଦ୍ରବ୍ୟକ୍ତିଙ୍କର ନିଜର ପ୍ରତିଛବି ରହିଥିଲା। ଅନ୍ୟ ସବୁରେ କେବଳ ବିଭିନ୍ନ ଭଙ୍ଗୀରେ ଉଠାଯାଇଥିବା ନିଜର ଫଟୋଗୁଡ଼ିକ ପୋଷ୍ଟ କରାଯାଇଥିଲା। ଠାକୁରଙ୍କର ଆଉ କୌଣସି ଫଟୋ ନ ପାଇ ମୁଁ ଯେତେବେଳେ ସେହି ପୋଷ୍ଟରୁ ପଛକୁ ହଟିବାକୁ ଆରମ୍ଭ କଲି ଫଟୋ ତଳେ ଦିଆଯାଇଥିବା କିଛି ମନ୍ତବ୍ୟ ତଳେ ମୋର ଦୃଷ୍ଟିପଡ଼ିଲା। ପ୍ରାୟ ଅଧିକାଂଶ ମନ୍ତବ୍ୟ ତଳେ ଫଟୋରେ ଥିବା ବ୍ୟକ୍ତିଙ୍କର ପୋଷାକ ଓ ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ମତାମତ ଦିଆଯାଇଥିଲା। ଯଦିଓ ପୋଷ୍ଟ ହୋଇଥିବା ଶୀର୍ଷକକୁ ଦେଖିଲେ ଲାଗୁଥିଲା ଠାକୁରଙ୍କ ଅନେକଗୁଡ଼ିଏ ଫଟୋ ଦେଖିବାକୁ ମିଳିବ, ବାସ୍ତବରେ ସେମିତି କିଛି ନ ଥିଲା। ବରଂ ଏହା ନିଜ ପ୍ରତିଛବି ଓ ପୋଷାକର ପ୍ରଚାର ହିଁ ଥିଲା।
ଓଡ଼ିଆରେ ଢଗଟିଏ ଅଛି,‘ମାଗି ଓଳିକି ଯାଚି କଲ୍ୟାଣ’।
ବର୍ତ୍ତମାନ ବହୁଳ ଭାବରେ ଏହା ହିଁ ଚାଲିଛି। ନିଜର ପ୍ରଶଂସା ଗୋଟେଇବାରେ ଅନେକ ବ୍ୟସ୍ତ। ‘ଆସ! ମତେ ପ୍ରଶଂସା କର’ ଏହା ହିଁ ଅନେକାଂଶରେ ମନର ଭାବନା ପାଲଟି ସାରିଛି। ଏଠି ଡାକ୍ତରଖାନାରେ ଜନ୍ମ ହେବା ଶିଶୁଠାରୁ ଆରମ୍ଭ କରି ମଣିଷର ବିଭିନ୍ନ ଅବସ୍ଥାର ଫଟୋ ପ୍ରଦର୍ଶନ କରିବା ଏକ ସଉକ ପାଲଟି ଯାଇଛି। କାହାର ଫଟୋ, ଭିଡିଓ କି ଲେଖା ତଳେ ମନ୍ତବ୍ୟ ନ ଆସିଲେ କିଏ ଅଭିମାନ କଲାଣି ତ କିଏ ମନ୍ତବ୍ୟ ଦେଇ ଝଗଡ଼ା କରିବାକୁ ଆଗେଇ ଆସିଲାଣି। ଆଉ କିଛି ମନେଇବାରେ, ବୁଝାଇବାରେ, ଉସୁକାଇବାରେ ବ୍ୟସ୍ତ ରହିଲେଣି। ମନ କିନ୍ତୁ ମାନୁନି । ମୁଁ ପ୍ରଶଂସା କରୁଥିବା ଲୋକଟି ମତେ କାହିଁକି ପ୍ରଶଂସା ନ କରିବ? ଏଇ କଥା ମନକୁ ବିଚଳିତ କରୁଛି। କିନ୍ତୁ ଆମକୁ ବୁଝିବାକୁ ହେ ଯେ ଜଣକୁ ଭଲ ଲାଗିଲେ ହିଁ ଜଣେ ପ୍ରଶଂସା କରିବ। ଭଲ ନ ଲାଗିଲେ କାହିଁକି ବା କରିବ? ଆଉ କିଛି ଜାଗାରେ ଦେଖାଯାଏ ଯେ କିଛି ମତାମତ, ପ୍ରଶଂସା ଏମିତି ହିଁ ଅନ୍ୟକୁ ଖୁସି କରିବାକୁ ହିଁ କେବଳ ଲେଖାଯାଇଥାଏ।
ଯେଉଁମାନଙ୍କ କୃତି ଆମକୁ ଭଲ ଲାଗେ ସେମାନଙ୍କୁ ଯେ ଆମେ ପ୍ରଶଂସା କରି କିଛି ପୋଷ୍ଟ କରିବା, ମତାମତ ଦେବା ଏମିତି କିଛି ମାନେ ନାହିଁ। ଅନେକ କୃତି ଅଛି ଯାହା ଆମ ମାନସପଟରେ ଦୀର୍ଘଦିନ ଧରି ବସା ବାନ୍ଧି ରହେ, ଆମକୁ ପ୍ରେରଣା ଦିଏ। ଅବଶ୍ୟ କଥା ପ୍ରସଙ୍ଗରେ କେବେ କେଉଁଠି ଆଲୋଚନା ହେଲେ ଆମେ ସେଇ ସବୁକୁ ଉଦାହରଣ ମାଧ୍ୟମରେ ଉପସ୍ଥାପିତ କରୁ। ତାହା ହିଁ ସେ ସ୍ରଷ୍ଟାଙ୍କୁ ପ୍ରକୃତ ଉପହାର, ଯଥାର୍ଥ ପ୍ରଶଂସା। ‘କାନି ସୁନ୍ଦର କୁଞ୍ଚ ସୁନ୍ଦର’ ବ୍ୟବହାରରେ ଜ୍ଞାନୀ ଲୋକଟିଏ କେବେହେଲେ ଖୁସି ହୁଏନାହିଁ। ନିଜର ପ୍ରଶଂସା ନିଜେ କରିବା ଓ କରାଇବା କେବେ କାହାକୁ ଭଲ ଲାଗେ ନାହିଁ। ହୁଏତ ପ୍ରଶଂସା କରୁଥିବା ଲୋକଟି ତମ ଆଗରେ ପ୍ରଶଂସା କରିପାରେ କିନ୍ତୁ ପଛରେ ସେ ସମାଲୋଚନା ହିଁ କରିବ। ପୁଣି ନିଜର ଆତ୍ମପ୍ରଚାର ପାଇଁ ଅନ୍ୟକୁ ବ୍ୟବହାର କରିବା କେତେଦୂର ଯଥାର୍ଥ?
ପ୍ରତିଭାର ପ୍ରଦର୍ଶନ ପାଇଁ ଏକ କ୍ଷେତ୍ରର ଆବଶ୍ୟକତା ରହିଛି, କିନ୍ତୁ ସେ କ୍ଷେତ୍ରର ଅପବ୍ୟବହାର କେବେ ବି ଠିକ୍‌ ନୁହେଁ। କେବେ କେବେ ନିଜର କିମ୍ବା ପରିବାରବର୍ଗଙ୍କର ଫଟୋ କିମ୍ବା ଭିଡିଓ ସବୁ ବାରମ୍ବାର ପୋଷ୍ଟ କରାଯାଇ ପ୍ରଶଂସା କରିବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆବେଦନ କରାଯାଇଥାଏ। ପ୍ରତ୍ୟେକ ମଣିଷ ମନରେ ଏକ ଭାବନା ଥାଏ ଯେ, ସମସ୍ତେ ତା’କୁ ପ୍ରଶଂସା କରନ୍ତୁ, ଭଲ ବୋଲି କହନ୍ତୁ । କେହି ନିଜର ଖରାପ ଗୁଣ ଶୁଣିବାକୁ ଭଲ ପାଆନ୍ତି ନାହିଁ। ନିଜକୁ ଭଲ ବୋଲି ଭାବିବା ଦ୍ୱାରା ମନ ମଧ୍ୟରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। କିନ୍ତୁ ନିଜକୁ ଭଲ ବୋଲି କୁହାଇବା ବା ସେପରି କିଛି କାର୍ଯ୍ୟ କରାଇବା କେବେହେଲେ ଏକ ଉତ୍ତମ ମାନସିକତାର ଲକ୍ଷଣ ନୁହେଁ। ପ୍ରଶଂସା, ପୁରସ୍କାର ଏସବୁ ମାଗି କରି ଅଣାଯାଏ ନାହିଁ। ନିଜେ ନିଜକୁ ଯେତେ ପ୍ରସାର ପ୍ରଚାର କରାଇଲେ ମଧ୍ୟ ଦକ୍ଷତା ବିହୀନ ଜୀବନ ବେଶି ସମୟ ଭିଡ଼ ମଧ୍ୟରେ ତିଷ୍ଠି ରହିପାରେନାହିଁ। ଉପଯୁକ୍ତ ସ୍ଥାନରେ ନିଜକୁ ଠିକ୍‌ ଢଙ୍ଗରେ ଉପସ୍ଥାପିତ କରିବା ହିଁ ବିଦ୍ୱାନମାନଙ୍କର କାର୍ଯ୍ୟ।
ନରସିଂହପୁର, କଟକ
ମୋ-୭୦୦୮୨୪୩୬୭୨


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?