ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ,୨୫ା୫: ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ମୃତ ଜେଲି ଫିସ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରି କି ନିକଟସ୍ଥ ନଦୀ ନାଳରେ ଜେଲି ଫିସ୍‌ର ଅଂଶ ବିଶେଷ ଦେଖିବାକୁ ମିଳୁଛି। ଏହାର କାରଣ ବିଶ୍ୱତାପନ ଓ ଜଳ ପ୍ରଦୂଷଣ ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବାପି ଗୋଚ୍ଛାୟତ, ଆଶୋକ ସ୍ବାଇଁ, ଦୋଳଗୋବିନ୍ଦ ଜେନା ପ୍ରମୁଖ କହିଛନ୍ତି, ବିବିଧ ସମ୍ପଦରେ ଭରପୁର ଭିତରକନିକା। ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍‌ଫିନ, ବଉଳା କୁମ୍ଭୀର ସମେତ ଗବେଷକ ଓ ପର୍ଯ୍ୟଟକଙ୍କୁ ଏହା ମଧ୍ୟରେ ଥିବା ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରିଛି। ବ୍ରାହ୍ମଣୀ, ବୈତରଣୀ, ମହାନଦୀ ଓ ସମୁଦ୍ର ତଟାଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଜାତୀୟ ଉଦ୍ୟାନ ପ୍ରାକୃତିକ ପରିବେଶ ଓ ଜୈବ ବିବିଧତା ପାଇଁ ପ୍ରସିଦ୍ଧ। ଏଠାରେ ୬୭ ପ୍ରକାର ହେନ୍ତାଳ ଗଛ ଥିବାବେଳେ ୨୧୫ ପ୍ରକାର ଜୀବଜନ୍ତୁ ବାସ କରୁଛନ୍ତି। ୨୦୧୬ରେ ଭିତରକନିକାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ଦେବା ପାଇଁ ୟୁନେସ୍କୋ ପକ୍ଷରୁ ଏକ ସର୍ଭେ ହୋଇଥିଲା। ତେବେ ଭିତରକନିକା ସୀମା ସରହଦରେ ବାଂଲାଦେଶୀ ଶରଣାର୍ଥୀଙ୍କ ବସବାସ, ହେନ୍ତାଳ ବଣ ନଷ୍ଟ କରାଯାଇ ଚିଙ୍ଗୁଡି ଚାଷ କରାଯିବା ଆଦି କାରଣ ପାଇଁ ଏହି ତାଳିକାରୁ ଏହି ଜାତୀୟ ଉଦ୍ୟାନ ବାଦ୍‌ ପଡିଲା। ଏବେ ଜଳ ପ୍ରଦୂଷଣ ଜଙ୍ଗଲ ପରିବେଶ ନଷ୍ଟ କରିବା ସହିତ ସାମୁଦ୍ରିକ ଜୀବ ପ୍ରତି ବିପଦ ସୃଷ୍ଟି କରିଛି। ନଦୀ ନାଳ ଜଳରେ କ୍ଲୋରାଇଡ, ଫ୍ଲୋରାଇଡ, ନାଇଟ୍ରେଟ, ଆଇରନ ଅଂଶ ମାତ୍ରାଧିକ ହୋଇ କୁମ୍ଭୀର, ଡଲ୍‌ଫିନ, ଅଲିଭ ରିଡଲେ ଆଦି ସଂରକ୍ଷିତ ସାମୁଦ୍ରିକ ଜୀବ ସହିତ ବନ୍ୟପ୍ରାଣୀଙ୍କ ବିପଦର କାରଣ ହୋଇଛି। ଫଳରେ ବିଭିନ୍ନ ସମୟରେ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରଦୂଷଣ ରୋକିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ୨୦୨୧ରେ ଏକ ସର୍ଭେ କରିଥିଲେ। ଏଠାରେ ଭୂତଳ ଜଳରେ ନାଇଟ୍ରେଟ, ଆଇରନ ଓ ଫ୍ଲୋରାଇଡ ପରିମାଣ ସାଧାରଣ ଜଳଠାରୁ ଢ଼େର ଅଧିକ ରହିଛି , ଯାହା ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବା ପାଇଁ ଯଥେଷ୍ଟ। ଭୂତଳ ଜଳକୁ ରିଚାର୍ଜ ପାଇଁ ନଦୀ, ଶାଖା ନଦୀ ଓ ଅନ୍ୟ ଜଳଉତ୍ସକୁ ବ୍ୟବହାର ପାଇଁ ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି।
୨୦୧୪ରେ ବାରିପଦାସ୍ଥିତ ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରଫେସର ବି.ସି. ବେହେରା, ଭୁବନେଶ୍ୱର ଏମ୍‌ଆଇଟିଏସ୍‌ ସ୍କୁଲ ଅଫ୍‌ ବାୟୋ ଟେକ୍ନୋଲୋଜିର ପ୍ରଫେସର ଆର.ଆର.ମିଶ୍ର, କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରଫେସର ଏଚ୍‌.ଏନ୍‌. ଥାଟୋଇ, ବାଙ୍ଗାଲୋରସ୍ଥିତ ଆଇଆର୍‌ଏସ୍‌ର ପ୍ରଫେସର ଏସ୍‌.କେ. ଦତ୍ତା, ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ପ୍ରଫେସର ଜେ.କେ.ପାତ୍ର ପ୍ରମୁଖ ଭିତରକନିକାର ମହାନଦୀ ଡେଲଟା ଅଞ୍ଚଳ ଓ ଭିତରକନିକାକୁ ସର୍ବେକ୍ଷଣ କରିଥିଲେ। ସେମାନଙ୍କ ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳର ଜଳ ପରୀକ୍ଷା ସମୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପରିମାଣ ବୃଦ୍ଧି ପାଇ ଏକ ପ୍ରକାର ଜହର ପାଲଟିଛି। ସାଧାରଣ ପିଇବା ପାଣିରେ ଲିଟର ପ୍ରତି ୨୫୦ରୁ ୧୦୦୦ ମିଲିଗ୍ରାମ କ୍ଲୋରାଇଡ ରହିବା କଥା। ତେବେ ଏହି ଅଞ୍ଚଳ ପାଣିରେ ୪,୩୮୯ରୁ ୧୨,୫୭୫ ମିଲିଗ୍ରାମ ପରିମାଣର କ୍ଲୋରାଇଡ ରହୁଛି। ସେହିପରି ଫସ୍‌ଫେ୍‌ଟ ପରିମାଣ ଅହେତୁକ ବୃଦ୍ଧି ପାଇଛି। କ୍ୟାଲସିୟମ ପରିମାଣ ବିଭିନ୍ନ ସ୍ଥାନରେ ବଦଳୁଛି। ଶିଳ୍ପରୁ ନିର୍ଗତ ବର୍ଜ୍ୟବସ୍ତୁ ନଦୀଜଳକୁ ବିଷାକ୍ତ କରୁଥିବା ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ଜଳ ଜାତୀୟ ଉଦ୍ୟାନର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ପ୍ରଦୂଷଣ ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି।
ଏସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କୁହନ୍ତି, ଜଳ ପ୍ରଦୂଷଣକୁ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଅନୁଧ୍ୟାନ ପରେ ଏହାର ସମାଧାନ ପ୍ରତି ଦୃଷ୍ଟି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?