Posted inଖେଳ

ପାଣି ପିଆଇ ଦେଇଥିଲା ଆଫଗାନିସ୍ତାନ

ଦୁବାଇ,୨୯।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତକୁ ହରାଇଥିବା ପାକିସ୍ତାନ ଶୁକ୍ରବାର ୫ ଉଇକେଟରେ ଆଫଗାନିସ୍ତାନକୁ ହରାଇ ଦେଇଛି। କିନ୍ତୁ ମ୍ୟାଚ୍‌ର ୧୮ତମ ଓଭର ପର୍ଯ୍ୟନ୍ତ ଆଫଗାନିସ୍ତାନ ମ୍ୟାଚ୍‌ରେ ଆଗୁଆ ଥିଲା। ୧୯ତମ ଓଭରରେ ମ୍ୟାଚ୍‌ରେ ସବୁ କିଛି ବଦଳି ରଖି ଦେଇଥିଲେ ଅସିଫ ଅଲି। ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନକୁ ଅନ୍ତିମ ଦୁଇ ଓଭରରେ ୨୪ ରନ୍‌ ଦରକାର ଥିଲା। ମାତ୍ର ୧୯ତମ ଓଭରରେ କାରିମ ଜନତଙ୍କୁ ୪ ଛକା ଲଗାଇଥିଲେ ଅସିଫ।

ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆଫଗାନିସ୍ତାନ ୬ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ୧୨.୫ ଓଭର ସୁଦ୍ଧା ଦଳ ୭୬ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ଏଭଳି ସଙ୍କଟଜନକ ସ୍ଥିତିରେ ଅଧିନାୟକ ମହମ୍ମଦ ନବି ଓ ଗୁଲବଦିନ ନାଏବଙ୍କ ୭ମ ଉଇକେଟ ପାଇଁ ଯୋଡ଼ି ଥିଲେ ୭୧ ରନ୍‌। ତାହା ପୁଣି ୪୩ ବଲରେ। ଜବାବରେ ପାକିସ୍ତାନ ୩ୟ ଓଭରରେ ହରାଇଥିଲା ମହମ୍ମଦ ରିଜଓ୍ବାନ(୮)ଙ୍କ ଉଇକେଟ। ଏହାପରେ ଫକର ଜାମନ(୩୦)ଙ୍କ ସହ ମିଶି ୬୩ ରନ୍‌ ଯୋଡ଼ିଥିଲେ ଅଧିନାୟକ ବାବର ଆଜାମ (୫୧)। ତା’ ପରେ ଆଫଗାନିସ୍ତାନ ସ୍ପିନରମାନେ କ୍ରମାଗତ ବ୍ୟବଧାନରେ ୩ ଉଇକେଟ ନେଇ ମ୍ୟାଚ୍‌ରେ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ମାତ୍ର ଅସିଫ ଅଲି ୧୯ତମ ଓଭରରେ ୪ ଛକା ଲଗାଇ ମ୍ୟାଚ୍‌ ଛଡ଼ାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍‌ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା...

ଧ୍ୟାନଚାନ୍ଦଙ୍କୁ ‘ଚାନ୍ଦ୍‌’ କହି ଡାକୁଥିଲେ ସାଥୀ ଖେଳାଳି

ଆଜି ହେଉଛି ଜାତୀୟ କ୍ରୀଡା ଦିବସ।୧୯୦୫ ମସିହା ଆହ୍ଲାବାଦର ପ୍ରୟାଗଠାରେ ହକିର ଯାଦୁଗର ଓ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦ ଏକ ରାଜପୁତ ପରିବାରରେ ଜନ୍ମଗ୍ରହଣ...

ସାହାଣୀ କପ୍‌ ଫୁଟ୍‌ବଲ : ରାଉରକେଲା, ଦେବଗଡ଼, ଭୁବନେଶ୍ୱର, ବାଲେଶ୍ୱର ବିଜୟୀ

କଟକ ଅଫିସ, ୭ା୧୨- ବରଗଡ଼ ଓ ଢେଙ୍କାନାଳରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ...

ବୋଲ୍ଡ କରି ପୁରୁଣା ରାଗର ପ୍ରତିଶୋଧ ନେଲେ ବୁମ୍‌ରା; ପ୍ରଶଂସକ କହିଲେ ଜବରଦସ୍ତ

କେପ୍‌ଟାଉନ୍‌,୧୩।୧: ସ୍ଥାନୀୟ ନ୍ୟୁଲାଣ୍ଡ୍ସ ମଇଦାନରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ପ୍ରଥମ...

ଏହି ବିସ୍ଫୋରକ କ୍ରିକେଟର୍‌ଙ୍କୁ ବ୍ୟକ୍ତିଗତ ମେସେଜ୍‌ କଲେ ମୋଦି

ନୂଆଦିଲ୍ଲୀ,୨୬।୧: ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ ଗେଲ ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି,...

ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ...

ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ଗାଭାସ୍କର

ଦୁବାଇ,୨୬।୯ (ପି.ଟି.): ବିରାଟ କୋହଲି ଓ ସ୍ତ୍ରୀ ଅନୁଷ୍କାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ପଡିବା ପରେ ସୁନୀଲ ଗାଭାସ୍କର ଏ ନେଇ ସଫେଇ ଦେଇଛନ୍ତି।...

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୧୦: ଟି-୨୦ ବିଶ୍ୱକପ୍‌ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ। ଉଭୟ ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ...

Advertisement
Archives

Model This Week