ଏକାମ୍ର ପ୍ରକଳ୍ପ କାର୍ଯ୍ୟକୁ ଏଏସ୍‌ଆଇର ବିରୋଧ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ହେଉଥିବା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ବିରୋଧ କରିଛି। ନିର୍ମାଣ କାର୍ଯ୍ୟକୁ ବେଆଇନ୍‌ ଦର୍ଶାଇ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ରାଜ୍ୟ ପୂର୍ତ୍ତ ବିଭାଗ ସହ ଭୁବନେଶ୍ୱର ଉନ୍ନୟନ ନିଗମ(ବିଏମ୍‌ସି), ପର୍ଯ୍ୟଟନ ବିଭାଗ, ଓବିସିସି ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍‌ସି ଏବଂ ଓବିସିସି ଏଏସ୍‌ଆଇ ବିନା ଅନୁମତିରେ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜିର ନିଷିଦ୍ଧ ଅଞ୍ଚଳରେ ବେଆଇନ୍‌ ନିର୍ମାଣ କାର୍ଯ୍ୟ କରୁଥିବା ମଲ୍ଲିକ ଦର୍ଶାଇଛନ୍ତି। ସେହିଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ମେଶିନ ଏଏସ୍‌ଆଇ ସଂରକ୍ଷିତ ଐତିହାସିକ ଶାରୀ ଦେଉଳକୁ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି।
ଏଏସ୍‌ଆଇ ଅଧୀନରେ ଓଡ଼ିଶାରେ ମୋଟ ୭୯ଟି ଐତିହାସିକ କୀର୍ତ୍ତିରାଜି ରହିଛି। ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୭ଟି ଅଛି। ଲିଙ୍ଗରାଜ ମନ୍ଦିର ସହ ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ସହ ଶ୍ରୀଲିଙ୍ଗ ପୁଷ୍କରିଣୀ ଭଳି ପ୍ରମୁଖ କୀର୍ତ୍ତିରାଜି ଏହି ଅଞ୍ଚଳରେ ରହିଛି। ହେଲେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ଅଧୀନରେ ଏଠାରେ ଏବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ସୁଦୃଶ୍ୟ ପ୍ରବେଶ ପଥ ନିର୍ମାଣ ସହ ବିନ୍ଦୁ ସାଗର ପୁନରୁଦ୍ଧାର, ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, ଅତ୍ୟାଧୁନିକ ପାର୍କିଂ, ଇ-ଅଟୋ କାର୍ଯ୍ୟକ୍ରମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କାର୍ଯ୍ୟ ଆଦି ଏଥିରେ ସାମିଲ ରହିଛି। ରାଜ୍ୟ ର୍ପୂ୍‌ତ୍ତ ବିଭାଗ ଅଧୀନରେ ଥିବା ଓବିସିସି ସହ ବିଏମ୍‌ସି ଏହି ନିର୍ମାଣ କାର୍ଯ୍ୟ କରୁଛି। ତେବେ ଏଏସ୍‌ଆଇର ଅଭିଯୋଗ ମୁତାବକ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକ ଏଏସ୍‌ଆଇ ସଂରକ୍ଷିତ ପୁରାତନ ଐତିହାସିକ ସ୍ଥଳୀର ନିଷିଦ୍ଧ ଅଞ୍ଚଳରେ କରାଯାଉଛି। ଆନ୍‌ସିଏଣ୍ଟ ମୋନୁମେଣ୍ଟସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ୍‌ ରିମେନ୍‌ସ ଆକ୍ଟ(ଏଏମ୍‌ଏଏସ୍‌ଆର୍‌), ୧୯୫୮ ଏବଂ ଏହାର ସଂଶୋଧିତ ଆଇନ ଅନୁଯାୟୀ ଏଏସ୍‌ଆଇ ସଂରକ୍ଷିତ ଐତିହ୍ୟସ୍ଥଳୀ ଚାରିପଟେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ବେଆଇନ୍‌ ବୋଲି ଦର୍ଶାଯାଇଛି। ଐତିହ୍ୟସ୍ଥଳୀର ୧୦୦ ମିଟର ପରିସରକୁ ନିଷିଦ୍ଧ ଅଞ୍ଚଳଭାବେ ଘୋଷଣା କରାଯାଇଥିବା ବେଳେ ଏହାମଧ୍ୟରେ ସରକାରୀ ଏବଂ ବେସରକାରୀ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବନାହିଁ। ଆବଶ୍ୟକ ସ୍ଥଳେ ନ୍ୟାଶନାଲ ମୋନୁମେଣ୍ଟ ଅଥରିଟିର ଏନ୍‌ଓସି ପରେ ହିଁ କେବଳ ମରାମତି ଓ ନବୀକରଣ କାର୍ଯ୍ୟକୁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ସେହିଭଳି ଏଏସ୍‌ଆଇ ସଂରକ୍ଷିତ କୀର୍ତ୍ତିରାଜିର ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ରେଗୁଲେଟେଡ୍‌ ଏରିଆଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ ନ୍ୟାଶନାଲ ମୋନୁମେଣ୍ଟ ଅଥରିଟିର ଏନ୍‌ଓସିର ଆବଶ୍ୟକ ହୋଇଥାଏ। ମାତ୍ର ଏକାମ୍ର କ୍ଷେତ୍ର ଅଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଖୋଲାଖୋଲି ଭାବେ ଏଏମ୍‌ଏଏସ୍‌ଆର୍‌ ଆକ୍ଟର ଉଲ୍ଲଂଘନ ହେଉଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାସହ ଏଏଏସ୍‌ଆଇ ଡିଜିଙ୍କ ଠାରୁ ଅନୁମତି ଆଣିବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ମଲ୍ଲିକ କହିଛନ୍ତି। ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ମଧ୍ୟ ଏନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ବିଏମ୍‌ସି, ବିଡିଏ, ପର୍ଯ୍ୟଟନ ବିଭାଗକୁ ଅବଗତ କରାଇଥିଲେ। ଏଏସ୍‌ଆଇ ସଂରକ୍ଷିତ ବିଭିନ୍ନ ଐତିହ୍ୟସ୍ଥଳୀର ନିଷିଦ୍ଧାଞ୍ଚଳରେ ବିଡିଏ, ବିଏମ୍‌ସି ଓଟିଡିସି ଏବଂ ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରୁଥିବା ଏଏସ୍‌ଆଇ ଅଭିଯୋଗ କରିଥିଲା। ଏନେଇ ସମସ୍ତଙ୍କୁ ଚିଠି ମଧ୍ୟ କରାଯାଇଥିଲା। ହେଲେ ଏହାପରେ ମଧ୍ୟ ପୁଣିଥରେ ଏଏମ୍‌ଏଏସ୍‌ଆର୍‌ ଆକ୍ଟର ଉଲ୍ଲଂଘନ କରାଯାଇଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାକୁ ବର୍ଷେ ପୂରିଲା: ମରାମତି ହେଲାନି ଚେକ୍‌ଡ୍ୟାମ

ଦେଓଗାଁ, ୧୪ା୮(ଡି.ଏନ.ଏ.)- ବଲାଙ୍ଗୀର ସଦର ବ୍ଲକ କୁଡାସିଂହା ଆଖପାଖ ଚାଷୀଙ୍କ ଏକମାତ୍ର ଭରସା ଶିରିଶ କେନାଲ। ଖରିଫ ଋତୁରେ ବର୍ଷା ନିଅଣ୍ଟ ହେଲେ ଏହି କେନାଲ...

ଆହୁରି ୩ ଦିନ ତାତି

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି।...

ଚନ୍ଦ୍ରମଣି ଲେଙ୍କା ପାଇବେ ‘ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ’

ଭୁବନେଶ୍ୱର,୭।୨(ବ୍ୟୁରୋ): ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶୀ ସଙ୍ଗୀତ ଏବଂ ଲଘୁସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ...

ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

ଛତ୍ରପୁର,୧୭ା୮(ଡି.ଏନ.ଏ.)-ଗଞ୍ଜାମ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୫ହଜାର ଟପିଛି। ଛତ୍ରପୁରସ୍ଥିତ ଜିଲା କୋଭିଡ୍‌ ସେଲ୍‌ ପକ୍ଷରୁ ସୋମବାର ଦିଆଯାଇଥିବା ଅନୁସାରେ ୨୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା...

ରାଜ୍ୟକୁ ଶତ ପ୍ରତିଶତ ଚାଉଳ ଦିଅ

ଭୁବନେଶ୍ୱର,୧୨।୪(ବ୍ୟୁରୋ):ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ...

ବାତ୍ୟା ପ୍ରଭାବ ନାହିଁ

ଭୁବନେଶ୍ୱର, ୧୦ା୫(ବ୍ୟୁରୋ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଭୟଙ୍କର ବାତ୍ୟାରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ପୁରୀଠାରୁ ଦକ୍ଷିଣ ଦିଗରେ ଏହା ୫୯୦ କି.ମି. ଦୂର ଏବଂ...

ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଧାରା ଲାଗିବା ଘଟଣା:ନିର୍ମାଣ କାମକୁ ନେଇ ଠାକୁରଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର,୪ା୯(ଡି.ଏନ.ଏ.):ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣାଧୀନ ଗୃହକୁ ନେଇ ୧୪୪ ଧାରା ଜାରି ସତ୍ତ୍ୱେ ସେଠାରେ କାମ ବନ୍ଦ ହେଉନାହିଁ। ଏହାକୁ ବିରୋଧ କରି ବ୍ରାହ୍ମଣ...

ପ୍ରତିବନ୍ଧକ ସାଜିଛି ପରିବର୍ତ୍ତିତ ପାଣିପାଗ: କୃଷିକ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ମନ୍ତ୍ରୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷରେ ‘ଅନନ୍ୟା’ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ...

Advertisement
Archives

Model This Week