ଏକାମ୍ର ପ୍ରକଳ୍ପ କାର୍ଯ୍ୟକୁ ଏଏସ୍‌ଆଇର ବିରୋଧ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ହେଉଥିବା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ବିରୋଧ କରିଛି। ନିର୍ମାଣ କାର୍ଯ୍ୟକୁ ବେଆଇନ୍‌ ଦର୍ଶାଇ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ରାଜ୍ୟ ପୂର୍ତ୍ତ ବିଭାଗ ସହ ଭୁବନେଶ୍ୱର ଉନ୍ନୟନ ନିଗମ(ବିଏମ୍‌ସି), ପର୍ଯ୍ୟଟନ ବିଭାଗ, ଓବିସିସି ଏବଂ ଖୋର୍ଦ୍ଧା ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍‌ସି ଏବଂ ଓବିସିସି ଏଏସ୍‌ଆଇ ବିନା ଅନୁମତିରେ କେନ୍ଦ୍ରୀୟ ସଂରକ୍ଷିତ କୀର୍ତ୍ତିରାଜିର ନିଷିଦ୍ଧ ଅଞ୍ଚଳରେ ବେଆଇନ୍‌ ନିର୍ମାଣ କାର୍ଯ୍ୟ କରୁଥିବା ମଲ୍ଲିକ ଦର୍ଶାଇଛନ୍ତି। ସେହିଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଜେସିବି ମେଶିନ ଏଏସ୍‌ଆଇ ସଂରକ୍ଷିତ ଐତିହାସିକ ଶାରୀ ଦେଉଳକୁ କ୍ଷତି ପହଞ୍ଚାଇଥିବା ସେ ଅଭିଯୋଗ କରିଛନ୍ତି।
ଏଏସ୍‌ଆଇ ଅଧୀନରେ ଓଡ଼ିଶାରେ ମୋଟ ୭୯ଟି ଐତିହାସିକ କୀର୍ତ୍ତିରାଜି ରହିଛି। ଏଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୨୭ଟି ଅଛି। ଲିଙ୍ଗରାଜ ମନ୍ଦିର ସହ ମୁକ୍ତେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ସହ ଶ୍ରୀଲିଙ୍ଗ ପୁଷ୍କରିଣୀ ଭଳି ପ୍ରମୁଖ କୀର୍ତ୍ତିରାଜି ଏହି ଅଞ୍ଚଳରେ ରହିଛି। ହେଲେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ଅଧୀନରେ ଏଠାରେ ଏବେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ସୁଦୃଶ୍ୟ ପ୍ରବେଶ ପଥ ନିର୍ମାଣ ସହ ବିନ୍ଦୁ ସାଗର ପୁନରୁଦ୍ଧାର, ବିଭିନ୍ନ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, ଅତ୍ୟାଧୁନିକ ପାର୍କିଂ, ଇ-ଅଟୋ କାର୍ଯ୍ୟକ୍ରମ, ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ କାର୍ଯ୍ୟ ଆଦି ଏଥିରେ ସାମିଲ ରହିଛି। ରାଜ୍ୟ ର୍ପୂ୍‌ତ୍ତ ବିଭାଗ ଅଧୀନରେ ଥିବା ଓବିସିସି ସହ ବିଏମ୍‌ସି ଏହି ନିର୍ମାଣ କାର୍ଯ୍ୟ କରୁଛି। ତେବେ ଏଏସ୍‌ଆଇର ଅଭିଯୋଗ ମୁତାବକ ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକ ଏଏସ୍‌ଆଇ ସଂରକ୍ଷିତ ପୁରାତନ ଐତିହାସିକ ସ୍ଥଳୀର ନିଷିଦ୍ଧ ଅଞ୍ଚଳରେ କରାଯାଉଛି। ଆନ୍‌ସିଏଣ୍ଟ ମୋନୁମେଣ୍ଟସ ଆଣ୍ଡ୍‌ ଆର୍କିଓଲୋଜିକାଲ ସାଇଟ୍‌ସ ଆଣ୍ଡ୍‌ ରିମେନ୍‌ସ ଆକ୍ଟ(ଏଏମ୍‌ଏଏସ୍‌ଆର୍‌), ୧୯୫୮ ଏବଂ ଏହାର ସଂଶୋଧିତ ଆଇନ ଅନୁଯାୟୀ ଏଏସ୍‌ଆଇ ସଂରକ୍ଷିତ ଐତିହ୍ୟସ୍ଥଳୀ ଚାରିପଟେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ବେଆଇନ୍‌ ବୋଲି ଦର୍ଶାଯାଇଛି। ଐତିହ୍ୟସ୍ଥଳୀର ୧୦୦ ମିଟର ପରିସରକୁ ନିଷିଦ୍ଧ ଅଞ୍ଚଳଭାବେ ଘୋଷଣା କରାଯାଇଥିବା ବେଳେ ଏହାମଧ୍ୟରେ ସରକାରୀ ଏବଂ ବେସରକାରୀ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବନାହିଁ। ଆବଶ୍ୟକ ସ୍ଥଳେ ନ୍ୟାଶନାଲ ମୋନୁମେଣ୍ଟ ଅଥରିଟିର ଏନ୍‌ଓସି ପରେ ହିଁ କେବଳ ମରାମତି ଓ ନବୀକରଣ କାର୍ଯ୍ୟକୁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ସେହିଭଳି ଏଏସ୍‌ଆଇ ସଂରକ୍ଷିତ କୀର୍ତ୍ତିରାଜିର ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ରେଗୁଲେଟେଡ୍‌ ଏରିଆଭାବେ ଗ୍ରହଣ କରାଯାଉଥିବା ବେଳେ ଏହି ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ପାଇଁ ନ୍ୟାଶନାଲ ମୋନୁମେଣ୍ଟ ଅଥରିଟିର ଏନ୍‌ଓସିର ଆବଶ୍ୟକ ହୋଇଥାଏ। ମାତ୍ର ଏକାମ୍ର କ୍ଷେତ୍ର ଅଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଖୋଲାଖୋଲି ଭାବେ ଏଏମ୍‌ଏଏସ୍‌ଆର୍‌ ଆକ୍ଟର ଉଲ୍ଲଂଘନ ହେଉଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ତୁରନ୍ତ ପଦକ୍ଷେପ ନେବାସହ ଏଏଏସ୍‌ଆଇ ଡିଜିଙ୍କ ଠାରୁ ଅନୁମତି ଆଣିବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ମଲ୍ଲିକ କହିଛନ୍ତି। ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ମଧ୍ୟ ଏନେଇ ଏଏସ୍‌ଆଇ କର୍ତ୍ତୃପକ୍ଷ ବିଏମ୍‌ସି, ବିଡିଏ, ପର୍ଯ୍ୟଟନ ବିଭାଗକୁ ଅବଗତ କରାଇଥିଲେ। ଏଏସ୍‌ଆଇ ସଂରକ୍ଷିତ ବିଭିନ୍ନ ଐତିହ୍ୟସ୍ଥଳୀର ନିଷିଦ୍ଧାଞ୍ଚଳରେ ବିଡିଏ, ବିଏମ୍‌ସି ଓଟିଡିସି ଏବଂ ପୂର୍ତ୍ତ ବିଭାଗ ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ କରୁଥିବା ଏଏସ୍‌ଆଇ ଅଭିଯୋଗ କରିଥିଲା। ଏନେଇ ସମସ୍ତଙ୍କୁ ଚିଠି ମଧ୍ୟ କରାଯାଇଥିଲା। ହେଲେ ଏହାପରେ ମଧ୍ୟ ପୁଣିଥରେ ଏଏମ୍‌ଏଏସ୍‌ଆର୍‌ ଆକ୍ଟର ଉଲ୍ଲଂଘନ କରାଯାଇଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?