ପିପିଲି ଭାଜପାରେ ଛକାପଞ୍ଝା; ଟିକେଟ ଆଶାରେ ଆଶ୍ରିତ, ରାଧାମୋହନ, ସରୋଜ…

ପିପିଲି, ୩।୩ (ପ୍ରଭାତ ମହାପାତ୍ର): ପୁରୀ ଜିଲା ପିପିଲି-ଡେଲାଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ପ୍ରାର୍ଥୀ ହେବା ଲାଗି ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଅଦ୍ୟାବଧି ଟିକେଟ୍‌ ପାଇବା ପାଇଁ ଏମାନେ ନିଜ ଢଙ୍ଗରେ ଚେଷ୍ଟା ଚଳାଇଛନ୍ତି। ସେମାନେ ହେଲେ ପୁରୀ ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ଯୁବ ସାମାଜିକ କର୍ମୀ ରାଧାମୋହନ ଓ ଯୁବ ଭାଜପା ନେତା ସରୋଜ ପ୍ରଧାନ। ନିର୍ବାଚନ ମଣ୍ଡଳୀରୁ ଆଶ୍ରିତ ପଟ୍ଟନାୟକ ଥରେ ସ୍ବାଧୀନ ଓ ଦୁଇ ଥର ଭାଜପାରୁ ଟିକେଟ ପାଇ ହାରିଛନ୍ତି। ଆଶ୍ରିତ ପୁରୀ ଜିଲା ଭାଜପା ସଭାପତି ରହିଥିବା ବେଳେ ତାଙ୍କର ପିପିଲି ବ୍ଲକ ସଂଗଠନ ସୁଦୃଢ଼ ରହିଛି। ସେହିପରି ରାଧାମୋହନଙ୍କ ଡେଲାଙ୍ଗ ବ୍ଲକରେ ସମର୍ଥନ ରହିଥିବା କୁହାଯାଉଥିବା ବେଳେ ସରୋଜ ଏହି ନିର୍ବାଚନମଣ୍ଡଳୀରେ ଚା’ଖଟି ଠାରୁ ଆରମ୍ଭ କରି ଅନ୍ୟଦଳର କର୍ମୀଙ୍କୁ ଭାଜପାରେ ସାମିଲ କରି ନିଜର ସଙ୍ଗଠନକୁ ମଜଭୁତ କରୁଛନ୍ତି।

ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ (ବିଜେଡି) ଗଡ଼ ଭାବେ ବେଶ୍‌ ପରିଚିତ । ୧୯୮୫ ମସିହାଠାରୁ ୨୦୧୯ ପର୍ଯ୍ୟନ୍ତ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କର ଏଠାରେ ପ୍ରଭାବ ରହିଆସିଥିଲା। ସେ ୭ଥର ବିଧାୟକ ହୋଇଥିଲେ। ସ୍ବର୍ଗତ ମହାରଥୀଙ୍କୁ କଡ଼ା ଟକ୍କର ଦେଇ ଥରେ ମାତ୍ର ୧୯୯୫ ରୁ ୧୯୯୯ ଯାଏ କଂଗ୍ରେସର ବିଧାୟକ ହୋଇଥିଲେ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟ । ତେବେ କଂଗ୍ରେସ ବିଶେଷକରି ସାମନ୍ତରାୟଙ୍କ ସମର୍ଥନରେ ୨୦୦୭ରେ ପିପିଲି ବ୍ଲକ ଅଧ୍ୟକ୍ଷ ଓ ୨୦୧୨ରେ କଂଗ୍ରେସର ଜିଲା ପରିଷଦ ସଭ୍ୟ ହୋଇଥିଲେ ଆଶ୍ରିତ ପଟ୍ଟନାୟକ ।

ଜିଲାପରିଷଦ ସଭ୍ୟ ହେବା ପରେ ପିପିଲି ନିର୍ବାଚନମଣ୍ଡଳୀରୁ ୨୦୧୪ରେ ସେ ସ୍ବାଧୀନ ଭାବେ ବିଧାୟକ ପ୍ରାର୍ଥୀ ହୋଇ ୧୮ହଜାର ଭୋଟ ପାଇଥିଲେ । ସେ ସ୍ବାଧୀନ ପ୍ରାର୍ଥୀ ହେବା ଯୋଗୁ ପୂର୍ବତନ ବିଧାୟକ ସାମନ୍ତରାୟ ବହୁ ଭୋଟ ବ୍ୟବଧାନରେ ମହାରଥୀଙ୍କଠାରୁ ହାରିଯାଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ପିପିଲି ଯୁବ ଭାଜପା ନେତା ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ୬ଟି ଜିଲା ପରିଷଦ ଜୋନ୍‌ରୁ ଭାଜପାକୁ ୫୪ ହଜାର ଭୋଟ ମିଳିଥିଲା । ୨୦୧୯ରେ ଆଶ୍ରିତ ପଟ୍ଟନାୟକ ଭାଜପାରେ ମିଶିବା ସହ ବିଧାୟକ ପ୍ରାର୍ଥୀ ହୋଇ ୭୨ହଜାର ୭୩୧ଖଣ୍ଡ ଭୋଟ ପାଇଥିଲେ। ପ୍ରଦୀପ ମହାରଥୀଙ୍କଠାରୁ ଆଶ୍ରିତ ପଟ୍ଟନାୟକ ୧୫ହଜାର ୭୮୨ଖଣ୍ଡ ଭୋଟରେ ହାରିଥିଲେ। ୨୦୨୦ ଅକ୍ଟୋବର ୪ରେ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ୨୦୨୧ରେ ଏହି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୯ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଭାଜପାରୁ ଆଶ୍ରିତ ପଟ୍ଟନାୟକ, ବିଜେଡିରୁ ସ୍ବର୍ଗତ ମହାରଥୀଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଏଥିରେ ରୁଦ୍ରପ୍ରତାପ ନିର୍ବାଚିତ ହୋଇଥିଲେ ।

କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ଜଣାପଡ଼ି ନ ଥିଲା ବେଳେ ଭାଜପାରୁ ଉପରଲିଖିତ ନେତାଙ୍କ ସହ ନିର୍ବାଚନ ପାଖେଇ ଆସିଲେ ଆଉ କିଏ ଯୋଡ଼ି ହୋଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ତେବେ ଯାହା ଚର୍ଚ୍ଚା ହେଉଛି, ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ ଟିକେଟ ପାଇବା ପାଇଁ ଆଶା ରଖିଥିବା ବେଳେ ତାଙ୍କ ରାସ୍ତାରେ ଦୁଇ ଯୁବ ସଙ୍ଗଠକ ରାଧାମୋହନ ଓ ସରୋଜ ପ୍ରଧାନ କଣ୍ଟା ସାଜିପାରନ୍ତି। ତେଣୁ ଏ ଦୁହିଁଙ୍କ ସମର୍ଥକ ନିର୍ବାଚନମଣ୍ଡଳୀରେ ନୂଆ ପ୍ରାର୍ଥୀଙ୍କୁ ଟିକେଟ ମିଳିବା ଦରକାର ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମୋହନାରେ କାଳବୈଶାଖୀର ତାଣ୍ଡବ: ଉଡିଲା ଛପର, ଉପୁଡ଼ିଲା ବିଶାଳ ଗଛ

ମୋହନା,୨୦।୪: ଗଜପତି ଜିଲା ମୋହନା ବ୍ଲକରେ କାଳବୈଶାଖୀର ତାଣ୍ଡବ। ରବିବାର ଅପରାହ୍ନ ୪ଟାରେ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ଏବଂ କୁଆ ପଥର ପଡ଼ିବା...

ବିବାହ ଭୋଜିରେ ଦେଲେନି ମାଂସ, ରାଗରେ ନିଆଁବାଣ ହୋଇ ଗାଡ଼ି ଜାଳିଦେଲେ ୨ ଯୁବକ

ବଲାଙ୍ଗୀର, ୨୦।୪(ସୁନୀଲ କୁମାର ମହାନ୍ତି): ବିବାହ ଭୋଜିରେ ମାଂସ ଦେଲେ ନାହିଁ ବୋଲି ଏକ ଚାରିଚକିଆ ଗାଡକୁ ନିଆଁ ଲଗାଇ ପୋଡ଼ି ଦେଲେ କିଛି ଯୁବକ...

ଇତିହାସ ରଚିରେ Virat Kohli

ନୂଆଦିଲ୍ଲୀ,୨୦।୪: ବିରାଟ କୋହଲି ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟସମ୍ୟାନ ହୋଇଯାଇଛନ୍ତି। ସେ ଏହି ମାମଲାରେ ଡେଭିଡ ୱାର୍ଣ୍ଣରଙ୍କୁ...

JDU ନେତାଙ୍କ ଦାଦାଗିରି, ଡାକ୍ତରଙ୍କ ଚାମ୍ବରରେ ପଶି କଲେ ମାଡପିଟ

ପାଟନା,୨୦।୪: ପୁଣି ଥରେ ବିହାରରେ ଜଣେ ନେତାଙ୍କ ଦବଦବା ଚେହେରା ସାମ୍ନାକୁ ଆସିଛି। ଘଟଣାଟି ଆରା ଜିଲାର, ଯେଉଁଠାରେ JDUର ଶକ୍ତିଶାଳୀ ନେତା ପ୍ରିନ୍ସ ସିଂହ...

କର୍ଣ୍ଣାଟକର ଅବସରପ୍ରାପ୍ତ ଡିଜିପିଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପତ୍ନୀଙ୍କ ଭୂମିକା

ବେଙ୍ଗାଲୁରୁ,୨୦ା୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ...

୪୩.୫° ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର, ୪୦ ଟପିଲା ୧୧ସହର ରେ ତାପମାତ୍ରା

ଭୁବନେଶ୍ୱର,୨୦ା୪: କିଛିଦିନ ବ୍ୟବଧାନ ପରେ ରାଜ୍ୟକୁ ଫେରିଛି ତାତି। ୪୦ ଡ଼ିଗ୍ରୀ ଉପରେ ୧୧ ସହରର ତାପମାତ୍ରା। ୪୩.୫ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ସବୁଠୁ...

ନୂତନ ରାଶନ କାର୍ଡ ପ୍ରସ୍ତୁତି ନିମନ୍ତେ ଇ-କେୱାଇସି ଯାଞ୍ଚ ଜରୁରୀ

କେନ୍ଦୁଝର, ୨୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ନୂତନ ରାସନ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରୀଙ୍କ ଯାଞ୍ଚ ତଥା କ୍ଷେତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri