Posted inଖେଳ

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ହେଲେ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦଳର ଟାଇଟଲ ହାସଲ କରିବାର ଲକ୍ଷ୍ୟକୁ ପୂରଣ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଏହାକୁ ନେଇ ଚାରିଆଡେ ଏହି ନୂଆ ସୂତ୍ରଧରଙ୍କ ପ୍ରଶଂସା କରାଯାଉଛି।

ପ୍ରାରମ୍ଭରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ବିବାଦରେ ରହିଥିଲା। ପ୍ରଥମେ ଟିମ୍‌ର ମାଲିକକୁ ନେଇ ବିବାଦ ପରେ ନାମ ଚୟନରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ପରେ ନେହେରାଙ୍କୁ କୋଚ୍‌ ନିଯୁକ୍ତ କରାଯିବା ଅନେକଙ୍କୁ ଚକିତ କରିଥିଲା। କାରଣ ନେହେରା ନିଜର କ୍ରିକେଟ କ୍ୟାରିୟରରେ ପ୍ରଦର୍ଶନରୁ ଅଧିକ ଆଘାତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏଥିଲାଗି ତାଙ୍କୁ ଆଇପିଏଲ୍‌ର କୌଣସି ଟିମ୍‌ର ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହେଉଥିଲା। ଏହାସତ୍ତ୍ୱେ ତାଙ୍କୁ ହଠାତ କୋଚ୍‌ ପଦ ମିଳିଥିଲା। ଅପରପକ୍ଷେ ଭାରତୀୟ ଟିମ୍‌କୁ ବିଶ୍ୱକପ୍‌ ଜିତାଇଥିବା କୋଚ୍‌ ଗ୍ୟାରି କିର୍ଷ୍ଟେନଙ୍କୁ ପରାମର୍ଶଦାତା ଭାବେ ଦଳରେ ସାମିଲ କରାଯାଇଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ସବୁ ଚର୍ଚ୍ଚାର ଜବାବ ନେହେରା ନିଜର ନେତୃତ୍ୱ ନେବା ଶୈଳୀରେ ଦେଇଛନ୍ତି।

ଅକ୍ସନ ବେଳରୁ ଫାଇନାଲ ଖେଳିବା ଯାଏ ନିଜର ସ୍ବତନ୍ତ୍ରତା ପାଇଁ ଆଶିଷ ଚର୍ଚ୍ଚାରେ। ଲଗାତାର ଭାବେ ଦଳର ବିଜୟ ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଶେଷରେ ସେ ଖେଳାଳିମାନଙ୍କୁ ‘ଖେଳନ୍ତୁ, ଆରାମ କରନ୍ତୁ, ନିଦ ପୂରା କରନ୍ତୁ’ ବୋଲି କହୁଥିବା ଦେଖାଯାଇଥିଲା। ଏହାଛଡ଼ା ସେ ମଇଦାନରେ ପଇଡ ପିଉଥିବା, ଦହି ସରବତ ପିଉଥିବାର ଫଟୋ ସାମ୍ନାକୁ ଆସିଥିଲା। ମାତ୍ର ତାଙ୍କର ରଣନୀତି ସଠିକ ରହିଥିଲା। ଖେଳାଳିମାନଙ୍କ ସହ ସେ ଅଭ୍ୟାସ ବେଳେ ଅଧିକ ସମୟ ବିତାଉଥିଲେ। କାନ୍ଧରେ ହାତ ରଖି ବୁଝାଉଥିଲେ। ଫଳରେ ନୂଆ ଖେଳାଳିମାନେ ଖେଳରେ ସୁଧାର ଆଣିବା ସହ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ।

ତେବେ କୋଚିଂ ପୂର୍ବରୁ ନେହେରାଙ୍କ କ୍ରିକେଟ କ୍ୟାରିୟର ଦେଖିଲେ, ସେ ସର୍ବଦା ନିଜର ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ। କ୍ୟାରିୟରରେ ତାଙ୍କର ୧୨ ଥର ଅପରେଶନ ହୋଇଛି। ମାତ୍ର ଶେଷରେ ସେ ହିଟ୍‌ ସାବ୍ୟସ୍ତ ହୋଇଥିଲେ। ୨୦୧୭ରେ ‘ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିୟନ୍ସ’ରେ ତାଙ୍କର ଏକ ସାକ୍ଷାତକାର ଆସିଥିଲା। ଶୋ’ ପରଠାରୁ ତାଙ୍କର ନାମ ‘ନେହେରା ଜି’ ଭାବେ ଲୋକପ୍ରିୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?