ଆଶିଷ ୨୦୨୩ ପାଇଁ ସ୍ବଚ୍ଛ ଆମ୍ବାସାଡାର

ଭଞ୍ଜନଗର,୩।୧୨(ଡି.ଏନ.ଏ): ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦିଙ୍କୁ ପୁରସ୍କୃତ କରାଯାଉଛି । ଏଥିସହ ସହରଗୁଡ଼ିକରେ ୧୭ଟି ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ମିଳୁଛି । ଯୋଜନା ଆରମ୍ଭ ହେବାର ୮ବର୍ଷ ପରେ ଭଞ୍ଜନଗର ଏନ୍‌ଏସି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୨ରେ ପୂର୍ବାଞ୍ଚଳ ଜୋନରେ ୧୦୧ଟି ସହର ମଧ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ଏନଏସି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଏନ୍‌ଏସିକୁ ଏହି ପୁରସ୍କାର କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ପକ୍ଷରୁ ରାଜ୍ୟସ୍ତରରେ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମିଳିବ। ଗତ ୨୧ ତାରିଖରେ ଏ ସମ୍ପର୍କିତ ଏକ ଚିଠି ଏନ୍‌ଏସିକୁ ଆସିଛି। ଅନ୍ୟପକ୍ଷରେ ପ୍ରତିବର୍ଷ ଜଣେ କଳାକାରଙ୍କୁ ସହରରେ ସ୍ବଚ୍ଛ ଆମ୍ବାସାଡ଼ାର ଭାବେ ନିଯୁକ୍ତି ଦେବା ଲାଗି ସ୍ବଚ୍ଛ ଭାରତ ଯୋଜନାରେ ବ୍ୟବସ୍ଥା ରହିଛି ।ଗୁରୁବାର ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଆଶିଷ କୁମାରଙ୍କୁ ୨୦୨୩ ପାଇଁ ଭଞ୍ଜନଗର ଏନଏସିର ସ୍ବଚ୍ଛ ଆମ୍ବାସାଡ଼ାର ଭାବେ ନିଯୁକ୍ତି ଦିଆଯାଇଛି । ସୂଚନାଯୋଗ୍ୟ, ଦେଶରେ ୪ଟି ଜୋନରେ ୪,୩୫୪ଟି ସହର ଥିବା ବେଳେ ପୂର୍ବାଞ୍ଚଳ ଜୋନ୍‌ରେ ୧୫ ହଜାରରୁ ୨୫ ହଜାର ମଧ୍ୟରେ ଳୋକ ବସବାସ କରୁଥିବା ୧୦୧ଟି ସହର ଅଛି। ଉକ୍ତ ୧୦୧ଟି ସହର ମଧ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଭଞ୍ଜନଗର ଏନଏସି ଦ୍ୱିତୀୟ ହୋଇଛି । ପୂର୍ବରୁ ବେଲଗୁଣ୍ଠା ଏନ୍‌ଏସି ୨୦୨୨ ପାଇଁ ପୂର୍ବାଞ୍ଚଳ ଜୋନରେ ୧୫ ହଜାରରୁ କମ୍‌ ଜନସାଧାରଣ ବିଶିଷ୍ଠ ସହରରେ ଶ୍ରେଷ୍ଠ ସିଟିଜେନ୍‌ ଫିଡ଼୍‌ବ୍ୟାକ ପୁରସ୍କାର ପାଇଥିଲା ା ବର୍ତ୍ତମାନ ଭଞ୍ଜନଗର ଏନ୍‌ଏସିକୁ ସଫଳତା ମିଳିଥିବାରୁ ୨୦୨୩ରେ ଯେଭଳି ଆହୁରି ଅଧିକ ପୁରସ୍କାର ମିଳିବ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମକ୍ରମେ ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ସମେତ ସମସ୍ତ କାଉନସିଲର ଏଥିଲାଗି ପ୍ରଚେଷ୍ଠା ଚଳାଇଛନ୍ତି। କାଉନସିଲରମାନେ ଦୈନନ୍ଦିନ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କ ସହ ସମସ୍ୟା ନେଇ ଆଲୋଚନା କରୁଛନ୍ତି । ଏହାପରେ ତାର ସମାଧାନ ପାଇଁ ଉଦ୍ୟମ ହେଉଛି। ସହର କିଭଳି ଅଧିକ ସୁନ୍ଦର ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଭଞ୍ଜନଗର ଏନ୍‌ଏସିକୁ ୧୯୯୨ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଏନଏସି ପୁରସ୍କାର ମିଳିଥିଲା। ଏନ୍‌ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବକର କହିଛନ୍ତି, ପୁରସ୍କାର ପାଇବା ପାଇଁ ଭଞ୍ଜନଗର ସହର ଚୟନ ହେବା ଅଞ୍ଚଳବାସୀଙ୍କ ପାଇଁ ଗର୍ବର ବିଷୟ। ଆଗାମୀ ଦିନରେ ସହରବାସୀଙ୍କୁ ଆହୁରି ଅଧିକ ଉନ୍ନତ ସେବା କିଭଳି ପ୍ରଦାନ କରାଯିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଅନ୍ୟପକ୍ଷରେ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ଉପ ସଭାପତି ସନ୍ତୋଷ ତିଆଡ଼ି କହିଛନ୍ତି, ପୁରସ୍କାର ମିଳିବା ଭଲକଥା । ଆଗକୁ ସହରବାସୀ କିଭଳି ଉନ୍ନତ ସେବା ପାଇବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପିସିସି ସଭ୍ୟ ଦେବୀ ବିଷୋୟୀ କଟାକ୍ଷ କରିଛନ୍ତି ଯେ ଗତ ପୌର ନିର୍ବାଚନରେ ଭାଜପା-ବିଜେଡ଼ି ଭାଇ ଭାଇ ଭଳି ଲଢ଼େଇ କଲେ। ପୁରସ୍କାର ମିଳିବା ବଡ଼କଥା ନହେଁ ।

 


Enter your email to get our daily news in your inbox.

All Right Reserved By Dharitri.Com

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?