Posted inଜାତୀୟ

ଆଶାକର୍ମୀଙ୍କୁ ବଡ଼ ଉପହାର, ୨ଗୁଣା ବଢିଲା ଦରମା; ଏବେ ମିଳିବ…

ନୂଆଦିଲ୍‌ଲୀ,୧୬।୯: ଆଶା କର୍ମୀ (ASHA Workers) ମାନଙ୍କୁ ଏକ ବଡ଼ ଉପହାର। ଦିଲ୍ଲୀ ସରକାର ଆଶା କର୍ମୀମାନଙ୍କୁ ମିଳୁଥିବା ମାସିକ ପ୍ରୋତ୍ସାହନ ଭତ୍ତାକୁ ୩,୦୦୦ ଟଙ୍କାରୁ ବୃଦ୍ଧି କରି ୬,୦୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଦିଆଯାଇଛି ଯେ, ଭତ୍ତାର ଏହି ବୃଦ୍ଧି ଦିଲ୍ଲୀରେ ବର୍ତ୍ତମାନ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ପାଇଁ ଲାଗୁ ହେବ। ଅନ୍ୟପକ୍ଷରେ, ଅନ୍ୟାନ୍ୟ ପ୍ରୋତ୍ସାହନ ଭତ୍ତା ପୂର୍ୱପରି ହିଁ ମିଳିବା ଜାରି ରହିବ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ଆଶା କର୍ମୀମାନେ ଦିଲ୍ଲୀର ପ୍ରାଥମିକ ସୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଖଳ। ସେମାନେ ସୱାସ୍ଥ୍ୟ ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ଘରକୁ ଘର ବୁଲନ୍ତି, ପରିବାରଗୁଡ଼ିକୁ ଟିକାକରଣ ପାଇଁ ଉତ୍ସାହିତ କରନ୍ତି ଏବଂ ଗର୍ଭବତୀ ମହିଳା ତଥା ନୂତନ ମାଆମାନଙ୍କ ଯତ୍ନ ସହିତ ଜଡ଼ିତ ସେବାରେ ସହାୟତା କରନ୍ତି। ଆଶା କର୍ମୀମାନେ ସୱାସ୍ଥ୍ୟ ଓ ପୋଷଣ ଦିବସ, ସୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ସର୍ୱେକ୍ଷଣ ଏବଂ ଗୋଷ୍ଠୀଗତ ବୈଠକରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ଆଶା କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ସୱାସ୍ଥ୍ୟସେବା ଯୋଗାଇ ଦେଇଥିଲେ।

ଦିଲ୍ଲୀରେ ବର୍ତ୍ତମାନ ୬,୭୨୫ ଜଣ ଆଶା କର୍ମୀ କାର୍ଯ୍ୟ କରୁଛନ୍ତି। ସାଧାରଣତଃ ପ୍ରତ୍ୟେକ ଆଶା କର୍ମୀ ପ୍ରାୟ ୨,୦୦୦ ଲୋକ କିମ୍ୱା ୪୦୦ଟି ପରିବାର ସହିତ ଜଡ଼ିତ ରହିଥାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ନିକଟରେ ଆଶା କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି କରିବା ପାଇଁ କ୍ରମାଗତ ଭାବେ ଦାବି ହୋଇଆସୁଥିଲା। ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ ଅନ୍ତର୍ଭୁକ୍ତ ଥିଲା ଏବଂ ଏବେ ଏହା ଉପରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାସିକ ପ୍ରୋତ୍ସାହନ ଭତ୍ତା ବୃଦ୍ଧି ଆଶା କର୍ମୀଙ୍କ ଅବଦାନକୁ ସୱୀକୃତି ଦେବା ଏବଂ ସେମାନଙ୍କର ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ସେମାନଙ୍କ କାର୍ଯ୍ୟ ପ୍ରତି ଉତ୍ସାହ ବୃଦ୍ଧି ପାଇବ ଏବଂ ସେମାନଙ୍କୁ ନିଜ ସେବା ଜାରି ରଖିବାରେ ସହାୟତା ମିଳିବ। ଏଥିସହ, ଏହା ପ୍ରାଥମିକ ସୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଗରକର ଜଣେ ଅହଙ୍କାରୀ ଚୟନକର୍ତ୍ତା, ଖେଳାଳିଙ୍କ ଜୀବନ ବରବାଦ କରିଛନ୍ତି: ସାମିଙ୍କ ଅବସର ପରେ ବର୍ଷିଲେ…

ନୂଆଦିଲ୍ଲୀ,୭।୧୧: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଦୀପାବଳିର ଠିକ୍ ଦୁଇ ଦିନ ପୂର୍ବେ,…

ଅତିରିକ୍ତ ୨ ବର୍ଷ କାର୍ଯ୍ୟ ଶେଷ ପରେ ନିୟମିତ ପାଇଁ ଯୋଗ୍ୟ ହେବେ ଅଗ୍ନିବୀର

ନୂଆଦିଲ୍ଲୀ,୭ା୧୧: ଅତିରିକ୍ତ ୨ ବର୍ଷ କାର୍ଯ୍ୟକାଳ ଶେଷ କରିବା ପରେ ସମସ୍ତ ଅଗ୍ନିବୀର ଚାହିଁଲେ ନିୟମିତ ସୈନ୍ୟ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ…

ପାରିବାରିକ କଳହ ନା ଚାକିରୀ ଚାପ? ଛୁଟିରୁ ଫେରିବା ପରେ କ୍ୱାର୍ଟରରୁ ମିଳିଲା ଅମ୍ବାଦଳା ଥାନା SIଙ୍କ ଝୁଲନ୍ତା ମୃତଦେହ, ଉଠିଲା ପ୍ରଶ୍ନ

ଆମ୍ବଦଳା,୭।୧୧(ରବିନ୍ଦ୍ର ପଣ୍ଡା): ରାୟଗଡ଼ା ଜିଲା ଆମ୍ବଦଳା ଥାନାରେ କାର୍ଯ୍ୟରତ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟରର ବନ୍ଦ…

କୋଟିଆରୁ ଆନ୍ଧ୍ର ସମିତିସଭ୍ୟ ନିର୍ବାଚିତ

ପଟ୍ଟାଙ୍ଗି,୭ା୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତରେ ଆନ୍ଧ୍ର ନିର୍ବାଚନକୁ ନେଇ ୨ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଏହା ସତ୍ତ୍ୱେ…

ଚିନ୍ତା ବଢ଼ାଉଛି ପ୍ରଦୂଷଣ, ଦୀପାବଳି ପୂର୍ବରୁ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର

ନୂଆଦିଲ୍ଲୀ,୭ା୧୧: ଆଲୋକର ପର୍ବ ଦୀପାବଳି ପୂର୍ବରୁ ଶନିବାର ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ବୃହତ୍‌ ସହର ଥିଲା ବୋଲି ସୁଇସ୍‌ ଗ୍ରୁପ୍‌ ଆଇକ୍ୟୁଏୟାରର ଲାଇଭ୍‌ ର଼୍ୟାଙ୍କିଙ୍ଗ୍‌ରୁ ଜଣାପଡ଼ିଛି।…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିରଳ ରେକର୍ଡ, ଜାଣନ୍ତୁ…

ଓ୍ବେଲିଂଟନ,୭।୧୧: ଯୁବ ଫାଷ୍ଟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ପରେ ଲୋକେଶ ରାହୁଲଙ୍କ ନିର୍ଭରଯୋଗ୍ୟ ବ୍ୟାଟିଂ ବଳରେ ଶନିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବର୍ଷା ପ୍ରଭାବିତ ଦ୍ୱିତୀୟ ଦିନିକିଆ…

ଅଯୋଧ୍ୟାରେ ଦୀପୋତ୍ସବ: ସରୟୁ ନଦୀ କୂଳରେ ଯୋଗୀ କଲେ ଆରତୀ, ଦୀପରେ ଆଲୋକିତ ହେଲା ରାମନଗରୀ

ଅଯୋଧ୍ୟା,୭।୧୧: ପବିତ୍ର ଦୀପାବଳି ଅବସରରେ ରାମନଗରୀ ଅଯୋଧ୍ୟାରେ ଦଶମ ଦୀପୋତ୍ସବ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପୋତ୍ସବର ଉଦ୍‌ଘାଟ କରି ସରୟୁ ନଦୀ…

Diwali 2026: ଦୀପାବଳି ରାତିରେ ଚୁପଚାପ୍ କରନ୍ତୁ ଏହି ଗୋଟିଏ ଉପାୟ, ମା’ ଲକ୍ଷ୍ମୀଙ୍କ କୃପାରୁ ଚମକି ଉଠିବ ଆପଣଙ୍କ ଭାଗ୍ୟ!

ଦୀପାବଳି ହେଉଛି ଧନ ଏବଂ ସମୃଦ୍ଧିର ମହାପର୍ବ। ଏହି ବର୍ଷ ୮ ନଭେମ୍ବର ୨୦୨୬, ରବିବାର ଦିନ ଦୀପାବଳି ପାଳନ କରାଯାଉଛି। କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?