ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ

ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ।  ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଫଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ଓ ଭାରରେ ବୁହାଇ ହସ୍ପିଟାଲ ନେବାକୁ ପଡ଼ୁଛି। ବୁଧବାର ଗୋଟିଏ ଦିନରେ କାଶୀପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତର ଗାଡରାମୁହିଁ ଗ୍ରାମରେ ୨ ଗର୍ଭବତୀଙ୍କୁ ଭାରରେ ବୁହାଇ ନଦୀ ପାରକରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଉଭୟ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ମିଳିଛି। ଉଭୟ ମାଆ ଓ ପୁଅ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

କାଶୀପୁର ବ୍ଲକର ଗାଡରାମୁହିଁ ଗ୍ରାମର ୨ ଗର୍ଭବତୀ ସବିତା ମାଝି ଓ ତୁରିକି ମାଝିଙ୍କ ବୁଧବାର ସକାଳେ ଗର୍ଭଜନିତ ଯନ୍ତ୍ରଣା ହୋଇଥିଲା। ସବିତାଙ୍କ ମା’ ଘର ଗାଡରାମୁହିଁ ଗ୍ରାମରେ ହୋଇଥିବା ବେଳେ ତୁରିକିଙ୍କ ଶ୍ୱଶୁରଘର ଗାଡ଼ରାମୁହିଁ । ସବିତାଙ୍କ ବୁଧବାର ଗର୍ଭଜନିତ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ସାଲପୁ କାଡ୍ରାକା ଓ ମାଆ ଘର ଲୋକେ ସବିତାଙ୍କୁ ଖଟିଆରେ ବୋହି ନଦୀ ପାରିହୋଇ ପୁଷଘାଟିକୁ ଆଣିଥିଲେ। ସେହିଭଳି ତୁରିକି ମାଝିଙ୍କୁ ତାଙ୍କ ସ୍ବାମୀ ତମି ମାଝି ଓ ପରିବାରବର୍ଗ ଖଟିଆରେ ବୋହି ପୁଷଘାଟି ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଉଭୟଙ୍କୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ଗାଡରାମୁହିଁ ଗ୍ରାମରୁ ପୁଷଘାଟି ପ୍ରାୟ ୨କି.ମି. ଦୂର। ୨ ଗ୍ରାମ ମଝିରେ ବୋହୁଛି ନଦୀ। ନଦୀ ଉପରେ ପୋଲ ନ ଥିବାରୁ ଲୋକେ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ପୁଷଘାଟିଠାରୁ ଗୋଡ଼ିବାଲି ଗ୍ରାମର ଦୂରତା ୩ କି.ମି. ହୋଇଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ଖରାପ ରହିଛି। ଗୋଡ଼ିବାଲି ଠାରୁ ୨୦ କି.ମି . ଦୂର କାଶୀପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ଲୋକେ ଗୋଡ଼ିବାଲିଠାରୁ ୧୫କି.ମି. ଦୂରରେ ରହିଥିବା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ତେବେ ରାଜ୍ୟ ସରକାର ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଦେଉଥିବା ଏବଂ ବକ୍ସାଇଟ ଖଣି ପାଇଁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଏକ ଇଣ୍ଡଷ୍ଟ୍ର୍ରିଆଲ ହବ୍‌ ପାଲଟିଥିବା କାଶୀପୁର ବ୍ଲକର ବହୁ ଗ୍ରାମ ଆଜି ବି ଅପହଞ୍ଚ। କେବଳ କାଗଜକଲମରେ ସୀମିତ ହୋଇଯାଇଛି ଗମନାଗମନ ବ୍ୟବସ୍ଥା। ତେଣୁ ରାଜ୍ୟ ସରକାର କାଶୀପୁର ବ୍ଲକ ଉପରେ ବିଶେଷ ଦୃଷ୍ଟି ଦେଇ ଗମନାଗମନ ସମସ୍ୟାର ସମାଧାନ କରିବାକୁ ବ୍ଲକ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri