ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ

ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ।  ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଫଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ଓ ଭାରରେ ବୁହାଇ ହସ୍ପିଟାଲ ନେବାକୁ ପଡ଼ୁଛି। ବୁଧବାର ଗୋଟିଏ ଦିନରେ କାଶୀପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତର ଗାଡରାମୁହିଁ ଗ୍ରାମରେ ୨ ଗର୍ଭବତୀଙ୍କୁ ଭାରରେ ବୁହାଇ ନଦୀ ପାରକରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଉଭୟ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ମିଳିଛି। ଉଭୟ ମାଆ ଓ ପୁଅ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

କାଶୀପୁର ବ୍ଲକର ଗାଡରାମୁହିଁ ଗ୍ରାମର ୨ ଗର୍ଭବତୀ ସବିତା ମାଝି ଓ ତୁରିକି ମାଝିଙ୍କ ବୁଧବାର ସକାଳେ ଗର୍ଭଜନିତ ଯନ୍ତ୍ରଣା ହୋଇଥିଲା। ସବିତାଙ୍କ ମା’ ଘର ଗାଡରାମୁହିଁ ଗ୍ରାମରେ ହୋଇଥିବା ବେଳେ ତୁରିକିଙ୍କ ଶ୍ୱଶୁରଘର ଗାଡ଼ରାମୁହିଁ । ସବିତାଙ୍କ ବୁଧବାର ଗର୍ଭଜନିତ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ସାଲପୁ କାଡ୍ରାକା ଓ ମାଆ ଘର ଲୋକେ ସବିତାଙ୍କୁ ଖଟିଆରେ ବୋହି ନଦୀ ପାରିହୋଇ ପୁଷଘାଟିକୁ ଆଣିଥିଲେ। ସେହିଭଳି ତୁରିକି ମାଝିଙ୍କୁ ତାଙ୍କ ସ୍ବାମୀ ତମି ମାଝି ଓ ପରିବାରବର୍ଗ ଖଟିଆରେ ବୋହି ପୁଷଘାଟି ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଉଭୟଙ୍କୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, ଗାଡରାମୁହିଁ ଗ୍ରାମରୁ ପୁଷଘାଟି ପ୍ରାୟ ୨କି.ମି. ଦୂର। ୨ ଗ୍ରାମ ମଝିରେ ବୋହୁଛି ନଦୀ। ନଦୀ ଉପରେ ପୋଲ ନ ଥିବାରୁ ଲୋକେ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ପୁଷଘାଟିଠାରୁ ଗୋଡ଼ିବାଲି ଗ୍ରାମର ଦୂରତା ୩ କି.ମି. ହୋଇଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ଖରାପ ରହିଛି। ଗୋଡ଼ିବାଲି ଠାରୁ ୨୦ କି.ମି . ଦୂର କାଶୀପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ଲୋକେ ଗୋଡ଼ିବାଲିଠାରୁ ୧୫କି.ମି. ଦୂରରେ ରହିଥିବା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ତେବେ ରାଜ୍ୟ ସରକାର ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଦେଉଥିବା ଏବଂ ବକ୍ସାଇଟ ଖଣି ପାଇଁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଏକ ଇଣ୍ଡଷ୍ଟ୍ର୍ରିଆଲ ହବ୍‌ ପାଲଟିଥିବା କାଶୀପୁର ବ୍ଲକର ବହୁ ଗ୍ରାମ ଆଜି ବି ଅପହଞ୍ଚ। କେବଳ କାଗଜକଲମରେ ସୀମିତ ହୋଇଯାଇଛି ଗମନାଗମନ ବ୍ୟବସ୍ଥା। ତେଣୁ ରାଜ୍ୟ ସରକାର କାଶୀପୁର ବ୍ଲକ ଉପରେ ବିଶେଷ ଦୃଷ୍ଟି ଦେଇ ଗମନାଗମନ ସମସ୍ୟାର ସମାଧାନ କରିବାକୁ ବ୍ଲକ ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri