Posted inଜାତୀୟ

ଆର୍ୟନଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଖାରଜ

ମୁମ୍ବାଇ,୨୦।୧୦: ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ଝଟ୍‌କା ଲାଗିଛି। କ୍ରୁଜ୍‌ ଡ୍ରଗ୍ସ ମାମଲାରେ ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଆର୍ୟନଙ୍କ ସହ ତାଙ୍କ ଦୁଇ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଅକ୍ଟୋବର ୧୪ରେ, ସେସନ୍ସ କୋର୍ଟରେ ବିଚାରପତି ଓକିଲଙ୍କ ଯୁକ୍ତି ଶୁଣିବା ପରେ ଏହି ରାୟ ସଂରକ୍ଷିତ ରଖିଥିଲେ। ଗତ ଶୁଣାଣି ସମୟରେ ଏନସିବି କୋର୍ଟଙ୍କୁ କହିଥିଲେ ଯେ, ଆର୍ୟନ ୨୦ ବର୍ଷ ବୟସରୁ ଡ୍ରଗ୍ସ ଖାଉଛନ୍ତି। ଅନ୍ତର୍ଜାତୀୟ ଡ୍ରଗ୍ସ ବେପାରୀଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ଶାହାରୁଖ ଖାନଙ୍କ ପ୍ରଶଂସକମାନେ କୋର୍ଟ ବାହାରେ ଏକାଠି ହୋଇ ଆର୍ୟନ ଖାନଙ୍କ ଜାମିନ ଦାବି କରୁଥିଲେ। କିନ୍ତୁ ତାହା ଫସର ଫାଟି ଯାଇଛି। ଆର୍ୟନ ଖାନଙ୍କ ଓକିଲ କହିଛନ୍ତି, ଏବେ ସେ ହାଇକୋର୍ଟଙ୍କ ନିକଟକୁ ଯିବେ। ମୁମ୍ବାଇ ସ୍ପେଶାଲ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସେମାନେ ଏବେ ଜାମିନ ପାଇଁ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିବେ। ଫଳରେ ଏବେ ଆର୍ୟନଙ୍କୁ ଆଉ କିଛି ଦିନ ଜେଲ୍‌ରେ ରହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭୁ ମହାକାଳଙ୍କୁ ଜଳାଭିଷେକ କରି ପାରିବେନି ପ୍ରଧାନମନ୍ତ୍ରୀ, କାରଣ ସମ୍ପର୍କରେ ସୂଚନା ଦେଲେ ପୂଜାରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକ ର ଲୋକାର୍ପଣ କରିବେ। ଶ୍ରୀ ମହାକାଳ ଲୋକରେ ଶ୍ରଦ୍ଧାଳୁ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

ସୁପ୍ରିମକୋର୍ଟ ଗଲେ ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୫।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ମୁକେଶ କୁମାର ସିଂ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା...

ଉଜୈନରେ ରାହୁଲ, ମହାକାଳେଶ୍ୱରଙ୍କୁ କରିବେ ଦର୍ଶନ

ଭୋପାଳ,୨୯।୧୧: ଗୋଟିଏ ପଟେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ତେବେ ସୋମବାର...

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ...

୪ ରାଜ୍ୟରେ ଖୋଲିଲାନି ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୯ା୬(ପି.ଟି.): ଅନ୍‌ଲକ୍‌ ୧ର ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମନ୍ଦିର ଓ ଧର୍ମୀୟ କୀର୍ତ୍ତିରାଜି ଖୋଲିଛି। କେନ୍ଦ୍ରର ଅନୁମତି...

ଆମେ କଂଗ୍ରେସ ସହ ଅଛୁ: ଦେବଗୌଡା

ନୂଆଦିଲ୍ଲୀ,୧୮।୫: ଜେଡି(ଏସ୍‌) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡା କହିଛନ୍ତି ଆମେ କଂଗ୍ରେସ ସହ ଅଛୁ। ହେଲେ ଏ ସମ୍ପର୍କରେ ଏବେ ସେ...

ଭାଜପା ସଦସ୍ୟ ସଂଗ୍ରହ ଅଭିଯାନ: ‘ସମାଲୋଚକ ପେସାଦାର ନିରାଶାବାଦୀ’

ବାରାଣସୀ,୭ା୭(ଆଇଏଏନ୍‌ଏସ୍‌); ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ନିଜ ନିର୍ବାଚନମଣ୍ଡଳୀ ବାରାଣସୀରୁ ଶାସକ ଦଳ ଭାଜପାର ସଭ୍ୟସଂଗ୍ରହ ଅଭିଯାନ ଶୁଭାରମ୍ଭ କରିଛନ୍ତି। ସବୁ ବର୍ଗର ଲୋକଙ୍କୁ...

Advertisement
Archives

Model This Week