‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ପଞ୍ଜାବରେ ବିପ୍ଳବ ଆସିଛି, ଆଜି ବଡ ବଡ ନେତା ହାରିଯାଇଛନ୍ତି। ଆମେ ସଚ୍ଚୋଟ ରାଜନୀତି ଆରମ୍ଭ କରି ପୁରା ବ୍ୟବସ୍ଥାରେ ପରିବର୍ତ୍ତନ କରିଛୁ। ଆମେ ପିଲାମାନଙ୍କୁ ଶିକ୍ଷିତ କରିବାର କାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଦଳ ଆମ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ। ମୋତେ ଆତଙ୍କବାଦୀ ବୋଲି କହିଥିଲେ। ଆଜି ଲୋକମାନେ ପ୍ରମାଣ କରିଛନ୍ତି କେଜ୍‌ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ପ୍ରକୃତ ଦେଶଭକ୍ତ। ଆଜି ଆମ ପିଲାମାନଙ୍କୁ ଚିକିତ୍ସା ଶିକ୍ଷା ପାଇଁ ୟୁକ୍ରେନ ଯିବାକୁ ପଡୁଛି, କିନ୍ତୁ ଆମେ ଏପରି ଏକ ଭାରତ ତିଆରି କରିବୁ ଯେଉଁଠାରେ ପିଲାମାନେ କେବଳ ଏଠାରେ ଶିକ୍ଷା ପାଇବେ। ଅନ୍ୟ ଦେଶର ପିଲା ଆସି ଏଠାରେ ପଢିବେ।
ଦିଲ୍ଲୀ-ପଞ୍ଜାବର ବିପ୍ଳବ ସାରା ଦେଶରେ ବ୍ୟାପିବ। ସମସ୍ତ ମହିଳା, ଯୁବକ ଏବଂ କୃଷକ ଆମ ଆଦମୀ ପାର୍ଟିରେ ଯୋଗଦେବା ଉଚିତ୍‌। ମୋବାଇଲ ମରାମତି ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପରାସ୍ତ କରିଛନ୍ତି। ଆମକୁ ଏତେ ସଂଖ୍ୟକ ଭୋଟ ମିଳିଛି, ଏହା ଦେଖି ମନରେ ଅହଂକାର ଆସିଯିବ ଭାବି ଆମକୁ ଡର ଲାଗୁଛି। ଅଂହକାର ଛାଡି କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର...

ବାଡ଼ ଡେଇଁଲେ କ୍ରୀଡ଼ାମନ୍ତ୍ରୀ, ଧରିଲେ ପଦ୍ମ…

ନୂଆଦିଲ୍ଲୀ, ୨୯।୧୨: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍‌ପାଓ ହାଓକିପ୍‌ ନ୍ୟାଶନାଲ ପିପୁଲ୍ସ୍‌ ପାର୍ଟି(ଏନ୍‌ପିପି)ର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ...

କର୍ମଚାରୀଙ୍କୁ ୫ ମିନିଟ ଯୋଗ ବ୍ରେକ୍‌…

ନୂଆଦିଲ୍ଲୀ,୪।୯: ଏବେ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀଙ୍କୁ ୫ ମିନିଟର ଯୋଗ ବ୍ରେକ୍‌ ମିଳିବ। ଏନେଇ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ...

ପଶ୍ଚିମବଙ୍ଗ ରାଜନୀତି ସରଗରମ: ମୋଦିଙ୍କୁ ଚିଠି ଲେଖିଲେ ଟିଏମ୍‌ସି ଏମ୍‌ପି

କୋଲକାତା,୨ ।୭: ପଶ୍ଚିମବଙ୍ଗ ବିଧାନସଭାର ବିରୋଧିଦଳ ନେତା ଶୁଭେନ୍ଦୁ ଅଧିକାରୀ ସଲିସିଟର ଜେନରାଲ ତୁଷାର ମେହେଟ୍ଟାଙ୍କୁ ସାକ୍ଷାତ୍ କରିବା ପରେ ଏବେ ସେଠାରେ ରାଜନୀତି ହୋଇଛି...

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା...

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ...

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ...

୩ ଆଇଏଏଫ୍‌ ଅଧିକାରୀଙ୍କୁ ଆଜୀବନ ଜେଲ୍‌ରେ ଦଣ୍ଡିତ କଲା ସିବିଆଇ କୋର୍ଟ

ଗାନ୍ଧୀନଗର,୧୪।୫: ହାଜତ ମୃତ୍ୟୁ ଅଭିଯୋଗରେ ଆଲ୍ଲାହାବାଦର ସ୍ବତନ୍ତ୍ର ସିବିଆଇ କୋର୍ଟ ଭାରତୀୟ ଏୟାର ଫୋର୍ସ (ଆଇଏଏଫ୍‌)ର ୩ଅଧିକାରୀଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୩ଅଧିକାରୀଙ୍କ...

Advertisement
Archives

Model This Week