Posted inଜାତୀୟ

ଗିରଫ ହୋଇପାରନ୍ତି ରାଘବ ଚଡ୍ଡା: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଟୁଇଟ କରି ଏକ ବଡ଼ ଦାବି କରିଛନ୍ତି। ଏଥିସହ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଘବ ଚଡ୍ଡାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯାଇପାରେ। ତାଙ୍କର ଏହି ଟୁଇଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ଇତିମଧ୍ୟରେ ଏଏପିର ସଂଯୋଜକ ତଥା ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଶୁକ୍ରବାର ଭାଜପାକୁ ଆକ୍ଷେପ କରି କହିଛନ୍ତି, ଯେଉଁଦିନଠାରୁ ରାଘବ ଚଡ୍ଡା ଗୁଜରାଟର ସହ-ପ୍ରଭାରୀ ରହିଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବା ଆରମ୍ଭ କରିଛନ୍ତି ସେହିଦିନଠାରୁ ଶୁଣିବାକୁ ମିଳୁଛି ତାଙ୍କୁ ଗିରଫ କରାଯାଇପାରେ। ତେବେ କେଉଁ ମାମଲାରେ ଗିରଫ କରାଯିବ ଏବଂ କେଉଁ ଅଭିଯୋଗ ଲଗାଯିବ, ସେନେଇ ଭାଜପା କାର୍ଯ୍ୟ କରୁଛି ବୋଲି କେଜ୍‌ରିଓ୍ବାଲ କହିଛନ୍ତି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଅନେକ ଏଏପି ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଅନେକ ନେତାଙ୍କୁ ଗିରଫ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଡ଼ିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରବେଶ କଲେ ଯୁବକର୍ମୀ

ଜମ୍ମୁ, ୨୫।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ...

କରୋନା ଭାଇରସ ଯୋଗୁ ବାତିଲ ହେଲା ମୋଦିଙ୍କ ବିଦେଶ ଗସ୍ତ

ନୂଆଦିଲ୍ଲୀ,୫।୩: କରୋନା ଭାଇରସ ଏବେ ସାରା ବିଶ୍ୱର ପ୍ରାୟ ୮୨ ଦେଶକୁ ବ୍ୟାପିଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ବିଦେଶ ଗସ୍ତ ଉପରେ...

ଭାଜପାକୁ ୟଶ୍‌ଓ୍ବନ୍ତ ସିହ୍ନାଙ୍କ ସମାଲୋଚନା: ଦୁର୍ଯ୍ୟୋଧନ, ଦୁଃଶାସନଙ୍କୁ ସାବଧାନ

ନୂଆଦିଲ୍ଲୀ,୨୯ା୧୨(ପି.ଟି.): ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶ୍‌ଓ୍ବନ୍ତ ସିହ୍ନା ଶନିବାର ଭାଜପା ଉପରେ ବର୍ଷିଛନ୍ତି। ଦେଶବ୍ୟାପୀ ସିଏଏ ବିରୋଧୀ ବିକ୍ଷୋଭ ଜାରି ରହିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ‘ଟୁକ୍‌ଡ଼େ...

ସ୍ମୃତି ଇରାନୀଙ୍କ ଉପରେ ପୋଷ୍ଟ କରି ଫସିଲେ ପ୍ରଫେସର

ଫିରୋଜାବାଦ,୨୧।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ ଅପମାନଜନକ ଫେସବୁକ୍‌ ପୋଷ୍ଟ କରି ଫସଛନ୍ତି ୟୁପିର ଜଣେ ପ୍ରଫେସର। ଉତ୍ତର ପ୍ରଦେଶର ଫିରୋଜାବାଦ କୋର୍ଟରେ ଆତ୍ମସମର୍ପଣ...

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି...

୨୦୨୧ରେ ୫ ରାଜ୍ୟରେ ନିର୍ବାଚନ: ୪ ରାଜ୍ୟ ଉପରେ ଭାଜପାର ଲକ୍ଷ୍ୟ

ନୂଆଦିଲ୍ଲୀ,୧୨।୧୧: ଦେଶର ୫ ରାଜ୍ୟରେ ଆସନ୍ତା ବର୍ଷ ୨୦୨୧ରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା ପକ୍ଷରୁ ୪ ରାଜ୍ୟରେ କ୍ଷମତା ହାସଲ ପାଇଁ ରଣନୀତି...

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ୨୨୫ କି.ମି. ସାଇକେଲରେ ଯାତ୍ରା କଲେ ଶିକ୍ଷକ

ନୂଆଦିଲ୍ଲୀ,୨୮।୧୨-କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଙ୍ଗଠନ ପକ୍ଷରୁ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରହିଛି। ମାସେରୁ ଅଧିକ ଦିନ...

ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍‌ସି ମୁହାଁମୁହିଁ

କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ...

Advertisement
Archives

Model This Week