କୋବ୍ରା ବାଟାଲିୟନର ଚିତ୍ରକଳା ପ୍ରଦର୍ଶନୀ

କୋରାପୁଟ,୧୫।୫(ସ୍ବ.ପ୍ର.): କୋରାପୁଟସ୍ଥିତ ଆଞ୍ଚଳିକ ଆର୍ଟ ଗ୍ୟାଲେରିରେ ୨୦୨ କୋବ୍ରା ବାଟାଲିୟନ ପକ୍ଷରୁ ‘ଭାଇବ୍ରାଣ୍ଟ ଟ୍ରାଇବ’ ଉପରେ ଆଧାରିତ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ୨୦୨ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ବୃନୋ ଏ.ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ୨୪୧ ବସ୍ତରିଆ ବାଟାଲିୟନର କମାଣ୍ଡାଣ୍ଟ ପଦ୍ମ କୁମାର୍‌, ଚତୁର୍ଥ ସିଆର୍‌ପିଏଫ୍‌ ବାଟାଲିୟନର କମାଣ୍ଡାଣ୍ଟ ମନୋଜ ଯାଦବ ଅତିଥି ଭାବେ ଯୋଗ ଦେଇଥିଲେ। ଚତ୍ରକଳା ପ୍ରଦର୍ଶନୀରେ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ୨୦ଜଣ ଚିତ୍ରଶିଳ୍ପୀ ଯୋଗଦେଇ ଚିତ୍ର ଆଙ୍କି ସେଗୁଡ଼ିକୁ ପ୍ରଦର୍ଶିତ କରିଥିଲେ। ପରେ ଚିତ୍ରକଳାଗୁଡ଼ିକୁ ନିଲାମ କରାଯାଇଥିଲା।

ଏହି ଅବସରରେ ଚିତ୍ରକରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କୋବ୍ରା ବାଟାଲିୟନ କମାଣ୍ଡାଣ୍ଟ ବୃନୋ ଏ. ଯୋଗଦେଇ ଚିତ୍ରକରଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ। ଚିତ୍ରକଳା ନିଲାମରୁ ପ୍ରାପ୍ତ ଅର୍ଥରୁ ଅଧା ଭାଗ ଚିତ୍ରକରଙ୍କୁ ଦିଆଯିବ। ଏପରିକି ବଳକା ଅର୍ଥ ଶିଶୁମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାକୁ ପ୍ରଦାନ କରାଯିବ ବୋଲି କମାଣ୍ଡାଣ୍ଟ ବୃନୋ ସୂଚନା ଦେଇଛନ୍ତି। କାଯ୍ୟକ୍ରମ ପରିଚାଳକ ଭାବେ ୨୦୨ର ସହକାରୀ କମାଣ୍ଡାଣ୍ଟ ପବନ କୁମାର ସିଂ, ସହକାରୀ କମାଣ୍ଡାଣ୍ଟ ଦକ୍ଷିଣା ମୂର୍ତ୍ତି ଯୋଗଦେଇଥିବା ବେଳେ କଳା ପରାମର୍ଶଦାତା ଏସ୍‌.ମାନସୀ ଉପସ୍ଥିତ ରହି ଚିତ୍ରକରଙ୍କୁ ଉତ୍ସାହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri