Posted inଫୁରସତ

କଳା ସଂସ୍କୃତି ହିଁ ମୋ ଜୀବନ

ପଦ୍ମଶ୍ରୀ ଡକ୍ଟର ଉଚ୍ଛବ ଚରଣ ଦାସ। ଏକାଧାରରେ ଜଣେ କବି, ଗୀତିକାର ଓ ଲୋକନାଟ୍ୟ ନିର୍ଦ୍ଦେଶକ। ତାଙ୍କ ମନପ୍ରାଣ ସର୍ବଦା ଲୋକକଳା ପାଇଁ, ଯେଉଁଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ…

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ଗାଁ ହେଉ କି ସହର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ଲୋକକଳାର ଆଦର ରହିଛି। ତେବେ ଓଡ଼ିଶାର ଏମିତି ଏକ ଲୋକକଳାରେ ପ୍ରାୟ ୫୬ ବର୍ଷଧରି ନିଜର ସାଧନାକୁ ଜାରିରଖିଛନ୍ତି ପଦ୍ମଶ୍ରୀ ଡକ୍ଟର ଉଚ୍ଛବ ଚରଣ ଦାସ। ଜଣେ ସାଧାରଣ ମଣିଷ; ମାତ୍ର ଅସାଧାରଣ ପ୍ରତିଭାର ଅଧିକାରୀ । ସେ ଏକାଧାରରେ ଜଣେ କବି, ଗୀତିକାର, ଲୋକନାଟ୍ୟ ନିର୍ଦ୍ଦେଶକ ତଥା ବହୁମୁଖୀ ପ୍ରତିଭାର ନିରଳସ ସାଧକ। ତାଙ୍କ ମନପ୍ରାଣରେ ସର୍ବଦା ଲୋକକଳା, ଘୋଡ଼ାନୃତ୍ୟ ସଂଗୀତର ସ୍ବର। କଳାର ଉତ୍କର୍ଷ ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ। ଘର, କଟକ ଜିଲାର ଟାଙ୍ଗି-ଚୌଦ୍ୱାର ଅନ୍ତର୍ଗତ ମଣିଆ ଗାଁରେ। ଜନ୍ମତା ୧୪ା୪ା୧୯୪୫ ମସିହାରେ। ପିତା ଗଜେନ୍ଦ୍ର ଦାସ, ମା ସଖୀ ଦେଇ। ସେ କୁହନ୍ତି ଗାଁ ସ୍କୁଲ ପଢାପରେ ଖ୍ରୀଷ୍ଟ କଲେଜରେ ଯୁକ୍ତ ୩ଯାଏ ପଢିଲି। ମୋତେ ଯେତେବେଳେ ସାତବର୍ଷ ହୋଇଥିଲା ସେତେବେଳେ ମୋ ମା’ଙ୍କ ମୃତ୍ୟୁ ଘଟିଲା। ମାମୁଁଘରେ ରହିଲି। ସମୟକ୍ରମେ ପାନଦୋକାନ କରି ରୋଜଗାର କରିବା ସହିତ ପାଠପଢା ଚାଲିଥାଏ। ବଳକା ସମୟରେ ଚିତ୍ରଗାରାଏ, ଏପରି କି ମୂର୍ତ୍ତିତିଆରି, ପେଣ୍ଟିଂ, ବହିବାଇଡିଙ୍ଗ, ବିଭିନ୍ନ ଡେକୋରେଶନ ପାଇଁ କାଯ୍ୟକରିଥାଏ। ସେଥିରୁ ଯାହା ରୋଜଗାର ମିଳେ ପରିବାର ଚଳେ। ଏମିତିରେ ୭ମ ପଢିଲା ବେଳୁ ଘୋଡ଼ାନାଚକୁ ଭଲପାଇଲି। ମୋ ଦାଦା ଭଞ୍ଜକିଶୋର ଦାସ ଥିଲେ ଆକାଶବାଣୀର ଲୋକକଳାକାର। ତାଙ୍କଠାରୁ ଘୋଡ଼ାନାଚ ଶିଖିଥିଲି। ଏହି ଲୋକକଳା ନୃତ୍ୟରେ ମୋର ମନ ସର୍ବଦା ବୁଡିରହିଲା। ୧୯୬୪ମସିହାରୁ ଜଣେ ଘୋଡ଼ାନାଚ କଳାକାରଭାବେ ପରିଚୟ ମିଳିଲା। କିନ୍ତୁ ୧୯୮୦ରୁ ନିଜେ ବିଭିନ୍ନ ପୁରାଣ ଏବଂ ଭକ୍ତଙ୍କ କଥାଚରିତ୍ରର ବିଷୟକୁ ନେଇ ଘୋଡ଼ାନାଚରେ ସଂଗୀତ ପରିବେଷଣ କରିଥାଏ। ଏହି ଲୋକକଳା ପ୍ରତି ମୋ ପରିବାରର ସହଯୋଗ ରହିଛି । ଓଡ଼ିଶାର ଉପକୂଳବର୍ତ୍ତୀ କୈବର୍ତ୍ତ ସମ୍ପ୍ରଦାୟର ଲୋକମାନେ ଏହି ପାରମ୍ପରିକ ଲୋକ ନୃତ୍ୟକୁ ଚୈତ୍ରପୂର୍ଣ୍ଣିମାରେ ପରିବେଷଣ କରିଥାନ୍ତି। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତ ଗୀତାରେ ଏହା ଉଲେଖ ରହିଛି। ଚଇତି ଘୋଡ଼ାନାଚରେ ବିଶେଷକରି ଦୁଇଟି ଘୋଡ଼ାର ଆକୃତିକୁ ସୁସଜିତ କରି କଳାକାର ସେହି ଘୋଡ଼ାକୁ ସଂଚାଳନ କରିଥାନ୍ତି। ଘୋଡ଼ାନାଚ ଦଳରେ ପ୍ରାୟ ୧୦/୧୨ଜଣେ ରୁହନ୍ତି। ଏହା ପାରମ୍ପରିକ ଢୋଲ, ଯୋଡ଼ିନାଗରା, ଯୋଡ଼ିମହୁରି ବାଦ୍ୟର ତାଳେ ତାଳେ ଦୁଇଜଣ କଳାକାର ନାୟକ ନାୟିକାଙ୍କ ଅଭିନୟରେ
ମାନଅଭିମାନଠାରୁ ଘରଚଳଣି ଆଦି ବିଭିନ୍ନ ଢଗଢମାଳି, ମନମତାଣିଆ ଆଶୁଗୀତି ସଂଗୀତକୁ ନେଇ ନାଚ କରିଥାନ୍ତି। ଏପରି କି ସଙ୍ଗୀତରେ ପ୍ରଶ୍ନୋତ୍ତର ଛଳରେ ଦୁହିଁଙ୍କ କଥା କଟାକଟି ଚାଲେ। ଯଥା- କଳା ଚାରିଜାତି କୁହ ନାଗରରେ କଳା ଚାରିଜାତି କୁହ, କଳା ଚାରିଜାତି କହି ନ ପାରିଲେ -ନାଗରରେ ମୋ ଗୋଡ଼ ଘଷିବାକୁ ରୁହ…। ଏଥିରେ ସାମାଜିକ ଚଳଣି, ହାସ୍ୟରସ, ବିରହ, ଭକ୍ତିରସ, ପ୍ରେମ ଆଦି ସାମାଜିକ ସଚଚେତନତା ରହିଥାଏ। ଘୋଡ଼ାନାଚର ବେଶପରିପଟୀ ସ୍ବତନ୍ତ୍ର। କଳାକାରଙ୍କ ଗୋଡ଼ଠାରୁ ମୁଣ୍ଡଯାଏ ବେଶଭୂଷାର ସ୍ବତନ୍ତ୍ରତା ରହିଛି। ଦିନ ଥିଲା ଗାଁଗଣ୍ଡାରେ ରାତିରେ ଗଛରେ କିମ୍ବା ଖୁଣ୍ଟରେ ଲଣ୍ଠନ ଝୁଲାଇ ଘୋଡ଼ାନାଚ ପରିବେଷଣ କରୁଥିଲି। ଓଡ଼ିଶାର ଘୋଡ଼ାନାଚକୁ ଗ୍ରାମାଞ୍ଚଳରୁ ଜିଲା, ରାଜ୍ୟ, ଜାତୀୟସ୍ତରରେ ପହଞ୍ଚାଇବାରେ ଖୁସି ହୋଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ଲୋକକଳା ପରିବେଷଣ କରି ଅନେକ ଅନୁଭୂତିକୁ ସାଉଁଟିଛି। ଅନେକ କଳାକାର ମୋ ସହିତ ରହିଛନ୍ତି । ସେମାନେ ସମୟକ୍ରମେ ମୋଠାରୁ ମଧ୍ୟ ଅଲଗା ରହି କଳା ପରିବେଷଣ କରୁଛନ୍ତି। କିନ୍ତୁ ଆଜିକାଲି ସରକାରୀ ସ୍ତରରେ ପ୍ରକୃତ କଳାକାରଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳିବାରେ କଳାକାରଟିର ଆୟୁଷ ସରିଯାଏ । ହେଲେ ଚିହ୍ନିବା ବିଳମ୍ବ ହୁଏ କିମ୍ବା ଅଲୋଡ଼ା ହୋଇ ରହିଯାଏ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକଙ୍କଠାରୁ ପୁରସ୍କାର ମିଳିଛି। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍‌ଦୁଲ କଲାମଙ୍କ କଥା ମନେପଡ଼େ – ଏମିତି ସ୍ବପ୍ନ ଦେଖ ଯେପରି ଆଗକୁ ବଢିବ। ମତେ ଏହା ଅଧିକ ପ୍ରେରଣା ଦେଇଛି। ଏବେ ମୋ କାନ୍ଧରେ ମୋକଳା ସଂସ୍କୃତିକୁ ମୁଁ ବୋହି ଚାଲିଛି। ଜୀବନର ଶେଷଯାଏ ଖୁସୀରେ କଳାସଂସ୍କୃତିର ପ୍ରଚାର କରୁଥିବି। ମାତ୍ର ମତେ କେତେକ କ୍ଷେତ୍ରରେ ଅଣଦେଖା କରାଯାଇଛି ତାହା ମୁଁ ଅନୁଭବକରେ କିନ୍ତୁ କିଛି କହିପାରେନା। ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଡକ୍ଟରେଟ ମିଳିବା ସବୁଠାରୁ ଖୁସୀ ଦେଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ୧୯୯୭-୯୮ବର୍ଷ ଲାଗି ଲୋକନୃତ୍ୟ ଘୋଡ଼ାନାଚ ପାଇଁ ପୁରସ୍କୃତ ହୋଇଛି। ୨୦୦୭ରେ ଆକାଶବାଣୀ କଟକ କେନ୍ଦ୍ରରୁ ସମ୍ମାନିତ, ସେହିବର୍ଷ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବ୍‌ଦୁଲ କଲାମଙ୍କଠାରୁ ସମ୍ମାନିତ।.କିନ୍ତୁ ସମୟକ୍ରମେ କେତେକ ପାରମ୍ପରିକ ଲୋକକଳାରେ କିଛି ବି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳୁଛି। ଏପରି କି କେତେକ ଲୋକକଳା ଯାହା ଏବେ ବିଲୁପ୍ତପ୍ରାୟ। ମାତ୍ର ବିଳମ୍ବ ହେଲେ ମଧ୍ୟ ସରକାରୀସ୍ତରରେ ଲୋକକଳାର ପୁନରୁଦ୍ଧାର ପାଇଁ କେତେକ ପଦକ୍ଷେପ ନିଆଯାଇଛି। ଏବେ ଏହି କଳାର ଶିକ୍ଷା ପାଇଁ ସ୍ବୀକୃତି ମିଳିଛି; ଯାହାକି କଳା ଓ କଳାକାରଙ୍କ ପାଇଁ ଶୁଭସଙ୍କେତ ମନେହୁଏ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?