ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା: ଆଉ ୨ ଗିରଫ, ଜଣେ ଅଟକ

କଟକ ଅଫିସ୍‌, ୨୯ା୧୧: କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖା କାର୍ଯ୍ୟାଳୟରୁ ସୁନା ଲୁଟ ଘଟଣାରେ ଅଭିଯୁକ୍ତଙ୍କ ତାଲିକା ବଢ଼ିବାରେ ଲାଗିଛି। ପୂର୍ବରୁ ଏହି ମାମଲାରେ ୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ଶନିବାର ଆଉ ୨ଜଣ ଗହଣା ଦୋକାନୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚତ୍ଥିବାବେଳେ ଅନ୍ୟଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ଶନିବାର ଗିରଫ ହୋଇଥିବା ଅଭିଯୁକ୍ତଦ୍ୱୟ ହେଲେ ଆଲାମଚାନ୍ଦ ବଜାରର ଲଳିତ ସୋନୀ(୪୫) ଓ ମଙ୍ଗଳାବାଗର ସରୋଜ ପୃଷ୍ଟି(୨୫) । ଆଇଆଇଏଫ୍‌ଏଲ୍‌ ବ୍ୟତୀତ ସହରର ଅନ୍ୟ କେତେକ ଅର୍ଥ ଲଗାଣକାରୀ ସଂସ୍ଥାରେ ମଧ୍ୟ ସମାନ ଶୈଳୀରେ ଅନିୟମିତତା କରାଯାଉଥିବା ଜଣାପଡ଼ିଛି। ୩ଦିନିଆ ରିମାଣ୍ଡରେ ଆସିଥିବା ୫ଅଭିଯୁକ୍ତଙ୍କୁ ଜେରା ସମୟରେ ପୋଲିସ ଏଭଳି ଅନେକ କିଛି ତଥ୍ୟ ପାଇଛି।

ଅପରପକ୍ଷରେ ଲୁଟ ଘଟଣାର ମୁଖ୍ୟ ସୂତ୍ରଧର କୁହାଯାଉଥିବା ଅଭିଯୁକ୍ତ ଲାଲା ଅମ୍ରିତ ରାୟ ବିଭିନ୍ନ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଜାଲିଆତି କରି ଏକାଧିକ ଆକାଉଣ୍ଟ ଖୋଲୁଥିଲେ। ଆଉ ସେହି ବେନାମୀ ଆକାଉଣ୍ଟରେ ଲାଲା ଆଇଆଇଏଫ୍‌ଏଲ୍‌ ସଂସ୍ଥାରୁ ସୁନା ନେଇ ବନ୍ଧକ ରଖି କୋଟି କୋଟି ଟଙ୍କା ହଡ଼ପ କରୁଥିଲେ। ଏପରି କି ଏଥିପାଇଁ ଆଇଆଇଏଫ୍‌ଏଲ୍‌ ସଂସ୍ଥାର କର୍ମଚାରୀଙ୍କ ସହ ଅନ୍ୟ କିଛି ସଂସ୍ଥାର କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ। ସେମାନେ ଲାଲା ବନ୍ଧକ ରଖୁଥିବା ସୁନା ବାବଦରେ ଦାଖଲ କରୁଥିବା ନକଲି ପ୍ରମାଣପତ୍ରକୁ ଅସଲି ଭାବେ ଦର୍ଶାଉଥିଲେ। ଆଉ ଏଥିପାଇଁ ସେମାନଙ୍କୁ ଲକ୍ଷାଧିକ ଟଙ୍କାର କମିଶନି ଦିଆଯାଉଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri