Posted inରାଜ୍ୟ

‘ଅଭିଯୁକ୍ତ ମନ୍ତ୍ରୀଙ୍କୁ ଗିରଫ କର’

ଭୁବନେଶ୍ୱର, /କଟକ ଅଫିସ୍‌/ନିଶ୍ଚିନ୍ତକୋଇଲି/ମାହାଙ୍ଗା/ ସାଲେପୁର,୪ା୧: କଟକ ଜିଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ୧୩ତମ ଅଭିଯୁକ୍ତ ଆଇନମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନା ଓ ଅନ୍ୟ ୧୨ ଅଭିଯୁକ୍ତଙ୍କୁ ଗିରଫ କର। ଭାଜପା ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏହି ଦାବି କରିଛନ୍ତି। ପୃଥ୍ବୀରାଜ କହିଛନ୍ତି, ଗତ ୨ ତାରିଖରେ ଘଟିଥିବା ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନ ଭୟାବହ ରୂପ ନେବ। ଶାସକ ବିଜେଡିକୁ କାଠଗଡ଼ାରେ ଠିଆ କରାଇବା ପାଇଁ ଭାଜପା ଲଢେଇକୁ ଜାରି ରଖିବ। ଅଭିଯୁକ୍ତ ମନ୍ତ୍ରୀ ଜେନା ନିଜ ପଦରୁ ଇସ୍ତଫା ଦିଅନ୍ତୁ, ନଚେତ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ପୃଥ୍ବୀରାଜ ଦାବି କରିଛନ୍ତି। ମନ୍ତ୍ରୀ ଜେନାଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଭାଜପା ଯୁବମୋର୍ଚ୍ଚା ରାଜ୍ୟର ସବୁ ଥାନା ଆଗରେ ବିକ୍ଷୋଭ କରିବ। ସେହିପରି ଆସନ୍ତା ୬ ତାରିଖରେ ସମସ୍ତ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ। ପୋଲିସ ବିଭାଗର ନିଷ୍କ୍ରିୟତା ବିରୋଧରେ ଆସନ୍ତା ୮ ତାରିଖରେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କ କାର୍ଯ୍ୟାଳୟକୁ ଘେରାଉ ସାଙ୍ଗକୁ ବିକ୍ଷୋଭ କରାଯିବ ବୋଲି ପୃଥ୍ବୀରାଜ କହିଛନ୍ତି। ଅନ୍ୟପକ୍ଷରେ ନିଜେ ଅଭିଯୁକ୍ତ ଥିବା ମନ୍ତ୍ରୀ ଜେନା ଅଭିଯୋଗକୁ ଖଣ୍ଡନ କରିବା ସହ ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।
ନିହତ ଭାଜପା ନେତା କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଅଭିଯୋଗ କ୍ରମେ ମାହାଙ୍ଗା ଥାନାରେ ମନ୍ତ୍ରୀ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ଆଇପିସି ଦଫା ୧୨୦-ବି, ୧୪୭, ୧୪୮, ୧୪୯, ୩୦୨, ୫୦୬ ଏବଂ ଆମର୍‌ସ ଆକ୍ଟ ୨୫ ଓ ୨୭ ଅନୁଯାୟୀ ୫/୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଡିଆଇଜି ଆଶିଷ କୁମାର ସିଂ ଓ କଟକ ଗ୍ରାମାଞ୍ଚଳ ଏସ୍‌ପି ବି.ଯୁଗଳ କିଶୋର ସୋମବାର ପୂର୍ବାହ୍ନରେ ଥାନାରେ ପହଞ୍ଚତ୍ ତଦନ୍ତର ସମୀକ୍ଷା କରିଛନ୍ତି।
ପୃଥ୍ବୀରାଜ କହିଛନ୍ତି, ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ହତ୍ୟା ଭଳି ଘୃଣ୍ୟ କାର୍ଯ୍ୟ କରିବାକୁ ଶାସକ ବିଜେଡି ପଛାଉନାହିଁ। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ନେଇ ଭାଜପା ବାରମ୍ବାର ଅଭିଯୋଗ କରିଆସୁଛି। ଏକ ଦାୟିତ୍ୱପୂର୍ଣ୍ଣ ବିରୋଧୀ ଦଳ ଭାବେ ଭାଜପା ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେଇକୁ ଜାରି ରଖିବା ସହ ପ୍ରତିହିଂସାପରାୟଣ ସାଜିଥିବା ଶାସକ ବିଜେଡିର ଦମନମୂଳକ କାର୍ଯ୍ୟକୁ ବିରୋଧ କରିବ ବୋଲି ପୃଥ୍ବୀରାଜ କହିଛନ୍ତି।
ମନ୍ତ୍ରୀ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭାଜପା ପକ୍ଷରୁ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରାଯାଇଥିଲା। ଭାଜପା କର୍ମୀମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମାହାଙ୍ଗାରେ ଭାଜପା କର୍ମୀମାନେ ସ୍ଥାନୀୟ ବରପୁତ୍ର ଭବନରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ କରିଥିଲେ। ସେଠାରେ କର୍ମୀମାନେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଭାଜପା ନେତା ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ କଟକ ଜିଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ନିର୍ମଳ ରାଉତ, ଜିତେନ୍ଦ୍ର ଶତପଥୀ ଓ କିଶୋର କୁମାର ରାଉତ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ନିଶ୍ଚିନ୍ତକୋଇଲି ବ୍ଳକରେ ମଣ୍ଡଳ ସଭାପତି କୈଳାସ ବେହେରା, ଅଶୋକ ସାହୁ ଓ ନାରୀନେତ୍ରୀ କଲ୍ୟାଣୀ ସେଠୀଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବଉଳବଜାରରୁ ବାହାରି ବସ୍‌ଷ୍ଟାଣ୍ଡ ନିକଟରେ ପହଞ୍ଚତ୍ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ସାଲେପୁର ବ୍ଲକ ବରିଷ୍ଠ ଭାଜପା ନେତା କୁଞ୍ଜମୋହନ ସେଠୀଙ୍କ ଆହ୍ବାନକ୍ରମେ ସମ୍ରାଟ କେଶରୀ ଲେଙ୍କା, ସରୋଜ କର, ପ୍ରିୟବ୍ରତ ମହାପାତ୍ର, ଭାନୁ କୁମାରଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ସାହେଶ୍ୱରୀ ମନ୍ଦିରରୁ ଶୋଭାଯାତ୍ରାରେ ଯାଇ ବିଜୁ ପଟ୍ଟନାୟକ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେଠାରେ କର୍ମୀମାନେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଭାଜପା କଟକ ନଗର ଶାଖା ପକ୍ଷରୁ ବାଦାମବାଡ଼ି ଟ୍ରାଫିକ ଛକଠାରେ ମନ୍ତ୍ରୀ ଜେନାଙ୍କ କୁଶପୁତ୍ତିଳକା ଦାହ କରାଯାଇଥିଲା। ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ, ଶ୍ରୀତମ ଦାସ, ବିଶ୍ୱରଞ୍ଜନ ମିଶ୍ର, ସବ୍ୟସାଚୀ ମହାପାତ୍ର, ସ୍ମୃତିରଞ୍ଜନ ମିଶ୍ର, ନନ୍ଦକିଶୋର ଜେନା, ଦେବାନନ୍ଦ ସିଂ ଓ କଳ୍ପନା ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଭୁବନେଶ୍ୱର ଜିଲା ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ କରାଯାଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

ପ୍ରଶାସନିକ ଅବହେଳାର ପ୍ରତିବାଦ: ବର୍ଷାଜଳ ନିଷ୍କାସନ ନ ହେବାରୁ ଅନେକ ଗ୍ରାମର ଚାଷ ଜମି ଜଳମଗ୍ନ, ଆନ୍ଦୋଳନ ଚେତାବନୀ

ହାଟଡିହୀ/ଛେନାପଦୀ,୧୧।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହାଫଳରେ ଚାଷ କାର୍ଯ୍ୟରେ ଗୁରୁତର…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri