ବଳକା ଅର୍ପଣ ଚାଉଳ ନିଲାମ ପରେ….

ପୁରୀ,୧।୧୦(ଅଜିତ କୁମାର ମହାନ୍ତି): ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। କାରଣ ଅଧିକ ଦିନ ରହିଲେ ଚାଉଳର ମାନରେ ପ୍ରଭାବ ପଡ଼ିବ। ତେଣୁ ଆବଶ୍ୟକ ପ୍ରକ୍ରିୟା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ଅର୍ପଣ ରଥ ସାରା ରାଜ୍ୟରେ ବୁଲି ଭକ୍ତଙ୍କ ଠାରୁ ଚାଉଳ, ଗୁଆ, ଟଙ୍କା ଆଦି ଦାନ ସୂତ୍ରରେ ସଂଗ୍ରହ କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂଗୃହୀତ ଅର୍ପଣ ଚାଉଳକୁ ନେଇ ବିବାଦ ଦେଖାଦେଇଥିଲା। ଶେଷରେ ସରକାର ଏବଂ ସୁଆର ମହାସୁଆର ନିଯୋଗର ନିଷ୍ପତ୍ତି ଅନୁଯାୟୀ ଉକ୍ତ ଚାଉଳରେ କାନିକା ଓ ଖେଚୁଡି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯାଇଥିଲା। ତେବେ ନିର୍ବାଚନ ପରେ ସରକାର ପରିବର୍ତ୍ତନ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହି କାନିକା, ଖେଚୁଡ଼ି ବଣ୍ଟନ ବନ୍ଦ କରିଦିଆଯାଇଥିଲା। ଫଳରେ ବଳକା ରହିଥିବା ଚାଉଳ ସେହିପରି ପଡ଼ିରହି ନଷ୍ଟ ହେଉଥିଲା। ବିଭିନ୍ନ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଚାଉଳକୁ ମିଲ୍‌କୁ ପଠାଯାଇଥିଲା। ତେବେ ବାକି ରହିଥିବା ଚାଉଳକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସୋମବାର ଜିଲାପାଳ କହିଛନ୍ତି, ଯେଉଁ ଚାଉଳ ବଳକା ରହିଯାଇଛି ତାହା ମହାପ୍ରସାଦ ହେବା ଯୋଗ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଅନୁମୋଦନ ନିମନ୍ତେ ପ୍ରଦାନ କରାଯାଇଥିଲା। ସରକାର ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅନୁମୋଦନ ଦେଇଛନ୍ତି। ସରକାରଙ୍କ ଅନୁମୋଦନ ଆସିବା ପରେ ରବିବାର ଏକ ବୈଠକ ହୋଇଥିଲା। ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଥିଲା। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହାକୁ କୌଣସି ଅନୁଷ୍ଠାନକୁ ପ୍ରଦାନ କରାଯିବ ନାହିଁ। ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ। ଟେଣ୍ଡର ମାଧ୍ୟମରେ ଚାଉଳ ବିକ୍ରି କରାଯିବ। ଖୁବ୍‌ଶୀଘ୍ର ମିଲର୍‌ କିମ୍ବା ବ୍ୟକ୍ତିବିଶେଷ ଟେଣ୍ଡର ଯୋଗେ କିଣିବା ସହ ସ୍ପଟ୍‌ ଭିଜିଟ୍‌ ମଧ୍ୟ କରିପାରିବେ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ସରକାର ଯେତିକି ଚାଉଳ ଦେଇଥିଲେ, ସେଥିରୁ ପ୍ରାୟ ୪ହଜାର କୁଇଣ୍ଟାଲ ଚାଉଳରେ କାନିକା ଓ ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯାଇଛି। ଯାହା କିଛି ରହିଯାଇଥିଲା, ତାହାକୁ ପ୍ରୋସେସିଂ ନିମନ୍ତେ ମିଲକୁ ପଠାଯାଇଥିଲା। ସେଗୁଡିକ ଭଲ ରହିଛି। ପ୍ରଶାସନ ଯଦି ନିର୍ଦ୍ଦେଶ ଦେବ ସେଥିରୁ କାନିକା, ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯିବ। ତେବେ ଯେଉଁ ସମୟରେ ଭକ୍ତଙ୍କୁ ବଣ୍ଟାଯାଉଥିଲା, ସେ ସମୟରେ ଯଦି ବନ୍ଦ କରାଯାଇ ନ ଥାନ୍ତା ତେବେ ଚାଉଳରେ କାନିକା ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯାଇପାରିଥାନ୍ତା। ଭକ୍ତଙ୍କୁ ମହାପ୍ରସାଦ ବଣ୍ଟାଯିବା ନେଇ ବ୍ୟବସ୍ଥା କରିବେ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନ ଚାହିଁଲେ ପୁଣିଥରେ ତାହା ବଣ୍ଟା ଯାଇପାରିବ ବୋଲି ମହାସୁଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଫେରାର

ସୁନ୍ଦରଗଡ଼, ୨୬।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ହତ୍ୟା ଅଭିଯୁକ୍ତ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ପରିସ୍ରା ଯିବା…

ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୧୫ ନବଜାତ ଶିଶୁ

ଇସଲାମାବାଦ,୨୬।୮: ଇସଲାମାବାଦର ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ସ୍ତ୍ରୀ ରୋଗ ୱାର୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛଇ। ୱାର୍ଡରେ…

ମୁଁ ଆଶା କରୁଛି ଯେ…ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲାଦ-ଉନ-ନବି (ଇଦ) ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୁଧବାର ସମାଜକୁ ଏକ ବାର୍ତ୍ତା ଦେଇ, ସେ କରୁଣା ଏବଂ ସମ୍ପ୍ରଦାୟ ପ୍ରତି ଅବଦାନର…

ସେପ୍ଟେମ୍ବରରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଆଣିବ ବଡ଼ ସଫଳତା: ଏହି ୩ ରାଶିଙ୍କ ଉପରେ ଧନବର୍ଷା, ଲଭ ଲାଇଫ୍‌ରେ…

ଶୁକ୍ର ଗ୍ରହ ୨୫ ଅଗଷ୍ଟରେ ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଏବେ ଶୁକ୍ର ସ୍ବାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଅନୁସାରେ, ଶୁକ୍ର ଗ୍ରହ ସୁଖ, ସୌନ୍ଦର୍ଯ୍ୟ,…

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri