ଆବେଦନକାରୀଙ୍କୁ ଶୋଷୁଛନ୍ତି ଜନସେବା କେନ୍ଦ୍ର

ରସୁଲପୁର,୨୩।୧(ରଞ୍ଜିତ ରାଉତ):ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ସାମିଲ ପାଇଁ ଅନ୍‌୍‌ଲାଇନ୍‌ ଆବେଦନ ଜାରି ରହିଛି। ରସୁଲପୁର ବ୍ଲକର ୨୮ ପଞ୍ଚାୟତରେ ଅନୂ୍ୟନ ୨ହଜାରରୁ ଊର୍ଦ୍ଧ୍ୱ କାରିଗର ଆବେଦନ କରି ସାରିଲେଣି। ଆବେଦନ ପାଇଁ କାରିଗରମାନେ ଜନସେବା କେନ୍ଦ୍ରର ସହାୟତା ଲୋଡୁଛନ୍ତି। ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ଏହି ନିୟମକୁ କେତେକ ଜନସେବା କେନ୍ଦ୍ରରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। କେନ୍ଦ୍ରର ପରିଚାଳକମାନେ ଆବେଦନକାରୀଙ୍କ ପିଛା ୧୦୦ରୁ୨୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ଆଦାୟ କରୁଛନ୍ତି। ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଆବେଦନକାରୀ ଖୋଲାମେଲାରେ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ଆବେଦନ ପାଇଁ ଜନସେବା କେନ୍ଦ୍ର ପରିଚାଳକମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୬୦ଟଙ୍କା ଲେଖାଏ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ରହିଛି। ତେଣୁ ଆବେଦନକାରୀଙ୍କଠାରୁ ଟଙ୍କା ଆଦାୟ କରୁଥିବା ଜନସେବା କେନ୍ଦ୍ରଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ୧୮ ବର୍ଗର କାରିଗର ଓ କୁଶଳୀ ଆର୍ଟିସିଆନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଯୋଜନାରେ କାଠ କାରିଗର, ଡଙ୍ଗା, ମାଛଧରା ବୋଟ୍‌ କାରିଗର ଓ ଚାଳକ, ରାଜମିସ୍ତ୍ରି, ବାରିକ, କମାର, କୁମ୍ଭାର, ସୁନାରି, ମୋଚି, ମୂର୍ତ୍ତି କାରିଗର, ପାଛିଆ ବୁଣାଳି, ଖେଳଣା ପ୍ରସ୍ତୁତକାରି, ମାଳୀ, ଧୋବି, ଦରଜି ଓ ମାଛଧରାଳି ଆଦି ବର୍ଗର ପରିବାରର ଲୋକେ ଅନ୍ତର୍ଭୁକ୍ତ ହୋଇପାରିବେ। ଆବେଦନକାରୀଙ୍କ ଦ୍ୱାରା ପଞ୍ଜୀକୃତ ଫର୍ମଗୁଡ଼ିକୁ ଯାଞ୍ଚ କରାଯାଇ ଯୋଗ୍ୟଙ୍କୁ ୬ଦିନିଆ ତାଲିମ ପ୍ରଦାନ କରାଯିବ। ତାଲିମ ସମୟରେ କାରିଗର ପିଛା ଦିନକୁ ୫୦୦ ଟଙ୍କା ଲେଖାଏ ଅର୍ଥରାଶି ଦିଆଯିବ। ୧୫ ହଜାର ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ପ୍ରଦାନ କରାଯିବ। ପରବର୍ତ୍ତୀ ଅବସ୍ଥାରେ ତାଲିମପ୍ରାପ୍ତ କାରିଗରମାନଙ୍କୁ ରିହାତି ଦରରେ ବ୍ୟାଙ୍କ ଋଣ ପ୍ରଦାନ କରାଯିବ। ଏଭଳି ଅନେକ ସୁବିଧା ସୁଯୋଗ ହାତେଇବା ପାଇଁ ବହୁ ସଂଖ୍ୟାରେ ଆବେଦନକାରୀ ଜନସେବାକେନ୍ଦ୍ରକୁ ଯାଇ ସେମାନଙ୍କ ନାମ ପଞ୍ଜୀକରଣ କରୁଛନ୍ତି। ଏ ସମ୍ପର୍କରେ ଯାଜପୁର ଜିଲା ଶିଳ୍ପ କେନ୍ଦ୍ର କଳିଙ୍ଗନଗରର ସହକାରୀ ପରିଚାଳକ ନିରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଯୋଜନାରେ ନାମ ପଞ୍ଜୀକରଣ ପାଇଁ ଆବେଦନକାରୀଙ୍କୁ ଜନସେବା କେନ୍ଦ୍ରରେ କୌଣସି ଦେୟ ଦେବାକୁ ପଡ଼ିବନାହିଁ। ଯେଉଁ କେନ୍ଦ୍ରରେ ଯେତେ ଆବେଦନକାରୀ ନାମ ପଞ୍ଜୀକରଣ କରିବେ ସେହି ହିସାବରେ ଜଣକ ପିଛା ୬୦ଟଙ୍କା ହିସାବରେ ପାଉଣା ସରକାର ପୈଠ କରିବେ। ଏପରି କି ଆବେଦନକାରୀଙ୍କଠାରୁ ଅର୍ଥ ଆଦାୟ କରାଯିବା ବେଆଇନ। ଏନେଇ ସେ କେତେକ ଅଭିଯୋଗ ପାଇଛନ୍ତି ବୋଲି ସ୍ବୀକାର କରିବା ସହ ଏ ଦିଗରେ ଯାଜପୁର ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା ପ୍ରଶାସନ ପକ୍ଷରୁ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?