Posted inଜାତୀୟ

କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…

ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତେ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶବାସୀ ଏବଂ ଗୃହକୁ କ୍ଷମା ମାଗନ୍ତୁ। ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଏହି ଗୃହର ସଦସ୍ୟ ରାହୁଲ ଗାନ୍ଧୀ ଲଣ୍ଡନରେ ଭାରତକୁ ଅପମାନିତ କରିଛନ୍ତି। ମୁଁ ଦାବି କରୁଛି ଯେ ତାଙ୍କ ବିବୃତ୍ତିକୁ ଏହି ଗୃହର ସମସ୍ତ ସଦସ୍ୟ ନିନ୍ଦା କରନ୍ତୁ ଏବଂ ତାଙ୍କୁ ଗୃହ ସମ୍ମୁଖରେ କ୍ଷମା ମାଗିବାକୁ କୁହାଯାଉ।

ରାଜ୍ୟସଭାରେ ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ଜଣେ ବିରୋଧୀ ଦଳର ନେତା। ସେ ବିଦେଶ ଯାଇ ଭାରତୀୟ ଗଣତନ୍ତ୍ର ଉପରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି। ସେ ଭାରତ ଏବଂ ସଂସଦର ଲୋକଙ୍କୁ ଅପମାନିତ କରିଛନ୍ତି। ଭାରତରେ ବାକ୍‌ସ୍ବାଧୀନତା ଅଛି ଏବଂ ଏମ୍‌ପିମାନେ ସଂସଦରେ କଥା ହୋଇପାରିବେ। ରାହୁଲ ଗାନ୍ଧୀ ସଂସଦରେ କ୍ଷମା ପ୍ରାର୍ଥନା କରିବା ଉଚିତ। ଗୋୟଲ କହିଛନ୍ତି, ଆମେ ଦାବି କରୁଛୁ ଯେ ରାହୁଲ ଗାନ୍ଧୀ ସଂସଦକୁ ଆସି ଦେଶର ଲୋକ ଏବଂ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଲଣ୍ଡନରେ ରାହୁଲ କହିଛନ୍ତି ଯେ ଏମ୍‌ପିମାନଙ୍କୁ ସଂସଦରେ କହିବାକୁ ଅନୁମତି ନାହିଁ। ଏହା ଲୋକସଭା ପାଇଁ ଅପମାନ। ଏହି ବିବୃତ୍ତିରେ ଗୃହର ବାଚସ୍ପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଆମ ଗଣତନ୍ତ୍ରକୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଆବଶ୍ୟକ।
ଶାସକ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?