କମ୍‌ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩ ବର୍ଷ ପୂର୍ବେ ଇଟାଲିରେ ବିବାହ କରିଥିଲେ। ବିରୁଷ୍କା ନାମରେ ଜଣାଶୁଣା ଏହି ଯୋଡି ନିଜ ବିବାହକୁ ସିକ୍ରେଟ ରଖିଥିଲେ। କେବଳ ସେତିକି ନୁହେଁ, ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାରର ସଦସ୍ୟ ସମେତ କେବଳ ଘନିଷ୍ଟ ବନ୍ଧୁ ଉପସ୍ଥିତ ଥିଲେ। ମାତ୍ର ଭାରତ ଫେରିବା ପରେ ଏହି ଯୋଡି ଦିଲ୍ଲୀ ଏବଂ ମୁମ୍ବାଇରେ ରିସପଶନ ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଉଭୟ କ୍ରିକେଟ ଏବଂ ବଲିଉଡ୍‌ ଜଗତର ଅନେକ ସେଲିବ୍ରିଟି ଶାମିଲ ହୋଇଥିଲେ। ଦିଲ୍ଲୀ ରିସପଶନ ପାର୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ହୋଇଥିଲେ। ବିରୁଷ୍କାଙ୍କ ବିବାହ ସମୟର ଫଟୋ ଉକ୍ତ ସମୟରେ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ବର୍ତ୍ତମାନ ଅନୁଷ୍କା ଗର୍ଭବତୀ ଅଛନ୍ତି ଏବଂ ଜାନୁୟାରୀରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବେ ବୋଲି ଜଣାପଡ଼ିଛି।
ତେବେ ଅନୁଷ୍କା ଯେଉଁ ସମୟରେ ବିବାହ କରିଥିଲେ ଉକ୍ତ ସମୟରେ ତାଙ୍କର ବୟସ ୨୯ ବର୍ଷ ଥିଲା। ତେବେ ଜଣେ ଅଭିନେତ୍ରୀଙ୍କ ପାଇଁ ଏହା ବହୁତ କମ୍‌ ବୟସ। ଏ କଥାକୁ ନିଜେ ଅନୁଷ୍କା ମଧ୍ୟ ସ୍ବୀକାର କରିଥିଲେ।
ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ, ଏତେ କମ୍‌ ବୟସରେ ବିବାହ କରିବାର ନ ଥିଲା ବୋଲି ଲୋକେ ମୋତେ କହୁଛନ୍ତି। ଏହାର ଉତ୍ତରରେ ଅନୁଷ୍କା କହିଥିଲେ, ଲୋକମାନେ କଳାକାରଙ୍କୁ କେବଳ ପରଦା ଉପରେ ଦେଖିବାକୁ ପସନ୍ଦ କରନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ଜୀବନ ସହ କାହାର କୌଣସି ସମ୍ପର୍କ ନ ଥାଏ। ସେମାନଙ୍କ ବିବାହ ହେଉ ଅବା ମା’ ହୋଇଗଲେ। ଆମକୁ ଏହି ମାନସିକତାରୁ ବାହାରିବାକୁ ପଡ଼ିବ ବୋଲି ସେ କହିଥିଲେ।
ଆହୁରି ମଧ୍ୟ ସେ କହିଥିଲେ, ମୁଁ ୨୯ ବର୍ଷରେ ବିବାହ କରିଛି, କାରଣ ମୁଁ ପ୍ରେମରେ ପଡ଼ିଥିଲି। ଏବେ ବି ମୁଁ ପ୍ରେମ କବଳରେ। ବିବାହ ଏକ ପ୍ରାକୃତିକ ପ୍ରଗତି। ବିବାହ ଏକ ଏପରି ଜିନିଷ, ଯାହା ସମ୍ପର୍କକୁ ଆଗକୁ ବଢ଼ାଇଥାଏ ବୋଲି ଅନୁଷ୍କା କହିଥିଲେ।
ବିବାହ ପୂର୍ବରୁ ବିରୁଷ୍କା ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ସେମାନେ କେବେହେଲେ ନିଜ ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ କିଛି କହି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

‘ତୁରନ୍ତ ବନ୍ଦ ହେଉ ଗୁଳିବିନିମୟ’, ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ!

ନୂଆଦିଲ୍ଲୀ, ୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଇସ୍ରାଏଲ ଏବଂ ଇରାନକୁ ଆକ୍ରମଣ ବନ୍ଦ କରିବାକୁ ଆହୱାନ କରିଛନ୍ତି। ଟ୍ରମ୍ପ ଟ୍ରୁଥ ସେସିଆଲରେ…

ଶ୍ରୀମନ୍ଦିରରେ ଚାଲିଥିଲା ମଙ୍ଗଳ ଆଳତି, ଭକ୍ତଙ୍କ ସୁନା ଚେନ୍‌ ଲୁଟିନେଲେ ଚୋର: ଆଉ ତା’ପରେ ଘଟିଲା…

ପୁରୀ,୮।୬(ଅଜିତ ମହାନ୍ତି): ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କଠାରୁ ସୁନା ଚେନ ଚୋରି କରି ନେଇଥିଲେ। ମଙ୍ଗଳ ଆଳତି ବେଳେ ଏହି ଘଟଣା ଘଟିଥିବା…

ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ଟେଷ୍ଟ କ୍ରିକେଟ ଇତିହାସରେ…

ଚଣ୍ଡିଗଡ଼,୮।୬: ଏକମାତ୍ର ଟେଷ୍ଟରେ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ଏକ ଇନିଂସ ଏବଂ ୩୦୦ ରନରେ ପରାସ୍ତ କରିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଟିମ ଇଣ୍ଡିଆର ସବୁଠାରୁ…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

୧୦୯ ବର୍ଷ ପରେ ଏହି କାମ କରିବାକୁ ଯାଉଛି ଆମେରିକା: ବିଶ୍ୱରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୮।୬:ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚିତ ଯୁକ୍ତରାଷ୍ଟ୍ର ପୁଣି ଥରେ ଅନ୍ୟ ଏକ ରାଷ୍ଟ୍ରରୁ ଅଞ୍ଚଳ କିଣିବା ବିଷୟରେ ଚିନ୍ତା କରୁଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri