ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତହେଲା ଅନୁଗୋଳ: ଏସ୍‌ଆର୍‌ଇ ପ୍ରତ୍ୟାହାର ନେଇ ଏସ୍‌ପିଙ୍କ ସୂଚନା

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳରେ ଗତ ୫ ବର୍ଷରେ ୯ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏ ନେଇ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମଳନୀରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଅନୁଗୋଳ ଜିଲାକୁ ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତ କରାଯିବା ପରେ ଏସ୍‌ପି ଏହି ସୂଚନା ଦେଇଛନ୍ତି। ଏଥିସହ ମାଓ କାର୍ଯ୍ୟକଳାପ ଉପରେ ଜିଲାରେ ଥିବା ଗୁଇନ୍ଦା ବିଭାଗ ଓ ଅନୁଗୋଳ ପୋଲିସ ଦୃଷ୍ଟି ରଖିବ ବୋଲି ଏସ୍‌ପି ମୀନା କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ଓଜିରୁ ପ୍ରଶିକ୍ଷଣ ନେଇଥିବା ଗୋଟିଏ ପ୍ଲାଟୁନ କମାଣ୍ଡୋ ଜିଲାରେ ମୁତୟନ ଅଛନ୍ତି। ଯଦି କୌଣସି ମାଓ କାର୍ଯ୍ୟକଳାପ ଦେଖାଦେବ ସେମାନଙ୍କୁ ନେଇ ଅପରେସନ କରାଯିବ। ଆବଶ୍ୟକ ପଡିଲେ ଏସ୍‌ଓଜି ରିକ୍ୟୁସନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୮ରେ ଅନୁଗୋଳରେ ଶେଷଥର ପାଇଁ ମାଓ କାର୍ଯ୍ୟକଳାପ ଦେଖାଦେଇଥିଲା। ଏହାପରେ ମାଓବାଦୀ କାର୍ଯ୍ୟକଳାପ ଦେଖା ନ ଦେବାରୁ ଏସ୍‌ଆର୍‌ଇକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବା ଏସପି ମୀନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁର୍ବଶତ୍ରୁତାରୁ ବାପ-ପୁଅଙ୍କୁ ଛୁରାମାଡ:ପୁଅ ମୃତ, ୨ ଗୁରୁତର

କାକଟପୁର,୬।୧୦(ଡି.ଏନ.ଏ.): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଅଠତିରା ଗ୍ରାମର ସାଧୁ ସ୍ବାଇଁଙ୍କୁ କିଛି ଅସାମାଜିକ ଯୁବକ ପୂର୍ବଶତ୍ରୁତାକୁ ନେଇ...

୮୦୦ ପ୍ରବାସୀ ଶ୍ରମିକଙ୍କୁ ନେଇ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଚୌଦ୍ୱାର,୨୩ା୫(ଡି.ଏନ୍‌.ଏ.): ଶନିବାର ଅପରାହ୍ନରେ ଆଉ ଏକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ପ୍ରବାସୀଙ୍କୁ ନେଇ କଟକ ଜିଲା ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରୁ ପ୍ରବାସୀ ଓଡ଼ିଆମାନଙ୍କୁ...

ଗୋଡ଼ାଇ ଗୋଡ଼ାଇ ୧୫ ଜଣଙ୍କୁ କାମୁଡ଼ିଲା ପାଗଳ କୁକୁର

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ସୃଷ୍ଟି କରିଛି । ଏହି କୁକୁରଟି...

ମଧୁର ଜଳ ମୁକ୍ତା ଚାଷ

ବାରିପଦା ଅଫିସ, ୧୦।୮- କରୋନା ଯୋଗୁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା। ଏହିଭଳି ପରିସ୍ଥିତିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ୩୫ ଜଣଙ୍କୁ ରୋଜଗାର ଯୋଗାଇ ଦେବା...

ଶ୍ୱାସ ନେବାକୁ ସଂଘର୍ଷ

ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍‌ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...

ଟ୍ରାଫିକ ନିୟମର ବାର୍ତ୍ତା ବାଣ୍ଟିଲେ ପିଲା

ବେଗୁନିଆ, ୧୩ା୨ (ଡି.ଏନ୍‌.ଏ): ବେଗୁନିଆ ସଦର ମହକୁମାରେ ବୁଧବାର ଟ୍ରାଫିକ ନିୟମର ବାର୍ତ୍ତା ଛୋଟ ପିଲାମାନେ ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା। ତେବେ ପିଲାମାନେ ବିଭିନ୍ନ ପ୍ରକାର...

କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ: ମଙ୍ଗଳ ଆଳତୀ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭିଡ଼

ସାକ୍ଷୀଗୋପାଳ, ୩୧।୩(ଡି.ଏନ୍‌.ଏ): କରୋନା କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ। ସକାଳୁ ସକାଳୁ ମଙ୍ଗଳ ଆଳତୀ ଦର୍ଶନ ପାଇଁ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ...

କ୍ରୀଡ଼ାକୁ ପ୍ରୋତ୍ସାହନ: ଖୁବ୍‌ଶୀଘ୍ର ଆସିବ ନୂଆ କ୍ରୀଡ଼ା ନୀତି

ଭୁବନେଶ୍ୱର, ୧୯।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ନୂତନ କ୍ରୀଡ଼ା ନୀତି (ସ୍ପୋର୍ଟସ୍‌ ପଲିସି) ଆସିବ। ଏଥିପାଇଁ ଚିଠା ନୀତି ପ୍ରସ୍ତୁତି ଚାଲିଛି। କ୍ରୀଡ଼ା ଓ କ୍ରୀଡ଼ା ବ୍ୟକ୍ତିଙ୍କୁ...

Advertisement
Archives

Model This Week