ମେକ୍ସିକୋରେ ପୁଣି ଗୁଳିକାଣ୍ଡ, ମେୟରଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ…

ମେକ୍ସିକୋ ସିଟି,୧୬।୧୦ : ମେକ୍ସିକୋର ଗୁଆନାଜୁଏଟୋସ୍ଥିତ ଇରାପୁଟୋରେ ରବିବାର ପୁଣି ଗୁଳିକାଣ୍ଡ ଘଟିଛି। ଏଠାରେ ଥିବା ଏକ ବାରରେ ଜଣେ ସଶସ୍ତ୍ର ବ୍ୟକ୍ତି ଗୁଳି ଚଳାଇଥିଲେ। ଏହି ଘଟଣାରେ ୬ ଜଣ ପୁରୁଷ ଏବଂ ୬ଜଣ ମହିଳାଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସହରର ମେୟର କନରାଡୋ ମେଣ୍ଡୋଜା ଆଲମାଇଡା ମଧ୍ୟ ଅଛନ୍ତି। ଟୁଇଟର ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଏହି ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିବା ସେ କହିଛନ୍ତି।

ପ୍ରାୟ ଏକ ମାସ ପୂର୍ବରୁ ଦକ୍ଷିଣ ପଶ୍ଚିମ ମେକ୍ସିକୋରେ ଏକ ଗୁଳିକାଣ୍ଡ ଘଟଣା ଘଟିଥିଲା। ଯେଉଁଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଜୀବନ ବିକଳରେ ଲୋକମାନେ ଦୌଡ଼ାଦୌଡ଼ି କରୁଥିବାର ଦେଖାଯାଇଥିଲା। ଏହି ଘଟଣା ବିଷୟରେ ମେକ୍ସିକୋର ଖବରଦାତା ଜ୍ୟାକବ ମୋରେଲେସ ଟୁଇଟ କରି କହିଛନ୍ତି ଯେ ଏହି ଘଟଣାରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ଶିଶୁ ଅଛନ୍ତି। ମେୟର କନରାଡୋ ମେଣ୍ଡୋଜା ଆଲମାଇଡାଙ୍କ ହତ୍ୟା ଏବଂ ଘଟଣାକୁ ନେଇ ଗୁରେରୋର ରାଜ୍ୟପାଳ ଏଭଲିନ ପିନେଡା ନୁଃଖ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନ ସେନା ଆକ୍ରମଣରେ ୧୬ ଆତଙ୍କବାଦୀ ନିହତ

କାବୁଲ,୧୯।୧୦: ଗତ ୨୪ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ସେନାର ଅପରେଶନ ସମୟରେ ୧୬ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଥିବା ଶନିବାର ସୂଚନା ମିଳିଛି।...

ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଉପ-ଉଚ୍ଚାୟୁକ୍ତଙ୍କୁ ରିପୋର୍ଟ ତଲବ କଲା ପାକିସ୍ତାନ

ଇସଲାମାବାଦ୍‌,୩୦।୯: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ମିଛୁଆ ପାକିସ୍ତାନ ଭାରତ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି। ଏନେଇ...

ପର୍ବତାରୋହୀ ବଲଜିତ ଉଦ୍ଧାର

କାଠମାଣ୍ଡୁ, ୧୯।୪: ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଓହ୍ଲାଇବା ବେଳେ ସୋମବାର ନିଖୋଜ ଥିବା ଭାରତୀୟ ପର୍ବତାରୋହୀ ବଲଜିତ କୌରଙ୍କୁ ମଙ୍ଗଳବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ଏକ...

ସହପାଠୀଙ୍କୁ ୧୧୪ ଥର ଛୁରାମାଡ଼: ନାବାଳକ ଦୋଷୀ

ଓ୍ବାଶିଂଟନ୍‌,୮।୨: ଆମେରିକାର ଜ୍ୟାକସୋନଭିଲେରେ ୧୬ ବର୍ଷୀୟ ଏଡେନ ଫୁକି ସହପାଠୀଙ୍କୁ ହତ୍ୟା ଅଭିଯୋଗରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୩ ବର୍ଷୀୟା ଚିୟରଲିଡର ଟ୍ରିଷ୍ଟିନ୍‌ ବିଲେଙ୍କୁ...

ମ୍ୟାନ୍‌ମାର୍‌ ବିରୋଧରେ ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କଲେ ସୁକି

ଦି ହ୍ୟୁଗ୍‌,୧୧।୧୨: ନୋବେଲ ପୁରସ୍କାର ବିଜେତା ଅଙ୍ଗ ସାନ୍‌ ସୁକି ମ୍ୟାନ୍‌ମାର୍‌ ବିରୋଧରେ ହୋଇଥିବା ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନେଦରଲାଣ୍ଡର ଦି ହ୍ୟୁଗ୍‌ ଠାରେ...

ଦୁବାଇ ଏୟାରପୋର୍ଟରେ ଭାରତୀୟ ମହିଳାଙ୍କ ସନ୍ତାନ ଜନ୍ମ

ଦୁବାଇ,୨୧ା୪(ପି.ଟି): ଦୁବାଇ ଏୟାରପୋର୍ଟରେ ଜଣେ ଭାରତୀୟ ମହିଳା ଏକ ଶିଶୁ ଜନ୍ମ କରିଛନ୍ତି । ଏଥିରେ ଜଣେ ମହିଳା ଇନ୍ସପେକ୍ଟର ସହାୟତା କରିଥିଲେ। ଆସନ୍ନ ପ୍ରସବା...

ଗୁରୁଦ୍ୱାରା ଗୁଳିକାଣ୍ଡ ମାମଲାରେ ୧୭ ଗିରଫ, ମେଶିନ ଗନ ଏକ ୪୭ ଜବତ

ଓ୍ବାଶିଂଟନ,୧୮।୪: ଆମେରିକାର କାଲିଫର୍ନିଆରେ ଥିବା ସୌକ୍ରାମେଂଟୋ ସ୍ଥିତ ଏକ ଗୁରୁଦ୍ୱାରରେ ଗତ ମାସରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ବଡ ଧରଣର ଚଢାଉ କରିଛି। କୁହାଯାଉଛି...

ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ର ଆକ୍ରମଣ

ତେଲ୍‌ ଆଭିଭ,୨୨ା୫: ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ଶରଣାର୍ଥୀ ଶିବିର ଉପରେ େଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୩ଜଣ ପାଲେଷ୍ଟାଇନ୍‌ ନାଗରିକ ନିହତ ହୋଇଛନ୍ତି। ଅନ୍ୟ ୬...

Advertisement
Archives

Model This Week