Posted inଫୁରସତ

ସମ୍ଭାବନାର ଅନ୍ୟ ନାମ ସୁଶାନ୍ତ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣେ ଯୁବ ବିଜ୍ଞାନୀ ବିଜ୍ଞାନ ଓ କାରିଗରି କୌଶଳରେ ଦକ୍ଷତା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଥର ବିଭିନ୍ନ କ୍ଷେତ୍ରରୁ ପୁରସ୍କୃତ ହୋଇଛନ୍ତି । ସେ ହେଲେ ସୁଶାନ୍ତ ପଟ୍ଟନାୟକ। ଜନ୍ମ ତା୫। ୩।୧୯୯୩ ମସିହାରେ। ପିତା ନରସିଂହ ପଟ୍ଟନାୟକ ଜଣେ ପ୍ରାଣୀ ଚିକିତ୍ସକ। ମା’ ରାଜଶ୍ରୀ ପଟ୍ଟନାୟକ ଜଣେ ସୁଗୃହିଣୀ । ଘର ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ। ତେବେ ଯୁବ ବୈଜ୍ଞାନିକ ସୁଶାନ୍ତଙ୍କ କେତୋଟି ବିଜ୍ଞାନ ପ୍ରକଳ୍ପ ପାଇଁ ସେ ଦେଶ ବିଦେଶରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ସେ କୁହନ୍ତି ୟୁନିଟ -୮ D.A.V ସ୍କୁଲରେ ପଢ଼ୁଥିବା ବେଳେ ଯେତେବେଳେ ବଳକା ସମୟ ମିଳେ ଘରେ କେତେକ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଓ ଖେଳନାକୁ ଭାଙ୍ଗି ପୁଣି ଯୋଡିବା ବେଳେ ତାହା କେତେକ ନୂଆ ଯନ୍ତ୍ରପାତି ରୂପ ନେଉଥିବାରୁ ମତେ ଆନନ୍ଦ ମିଳିଥାଏ ଏବଂ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେଉଥିଲା । ମୋର ଏକ ପ୍ରୋଜେକ୍ଟ. ବ୍ରେଦିଙ୍ଗ ସେନ୍‌ସର ଆପାରେଟସକୁ ଜଣେ ପକ୍ଷାଘାତ ରୋଗୀ କିପରି ନିଃଶ୍ୱାସ ପ୍ରଶ୍ୱାସରେ ଏକ ହ୍ବିଲ ଚେୟାରକୁ ଗତିଶୀଳ କରିପାରିବେ ଏଥିରେ ସଫଳତା ପାଇଥିଲି ।
ପୁଣି ‘ଆକ୍ସିଡେଣ୍ଟ ପ୍ରୁଫ ଭେଇକିଲ’ ଏକ ପ୍ରକଳ୍ପ କରି ସଫଳତା ମଧ୍ୟ୍ୟ ପାଇଲି। ଏମିତିରେ କୌଣସି ମହିଳା ବିପଦ ବେଳେ କେହି ଆକ୍ରମଣକାରୀ ଶତ୍ରୁଙ୍କଠାରୁ ନିଜକୁ କିପରି ରକ୍ଷା କରିପାରିବେ ସେଥିପାଇଁ ଏକ ନୂଆ ଯନ୍ତ୍ର ‘ଥ୍ରୀ-ୱାଚ’ ତିଆରି କରିଛି । ଯାହା ଏକ ମାଇକ୍ରୋ ହିଟର। ପ୍ରାୟ ଦୁଇଶହ ଡିଗ୍ରୀ ଟେମ୍ପରେଚର ସୃଷ୍ଟି ହେବା ଦ୍ୱାରା ଆକ୍ରମଣକାରୀଙ୍କୁ ଶକ୍ତଆଘାତ ଦେବ। ସେହିପରି ଆଉ ଏକ ପ୍ରକଳ୍ପ ଯାହାକି ଭ୍ରମଣକାରୀଙ୍କ ଜୀବନ ବଞ୍ଚଇବାରେ ସହାୟକ ହୋଇପାରିବ । କୌଣସି ମୋଟର ଗାଡି ଅନ୍ଧାରରେ ଖାଲଖମା କିମ୍ବା ଘାଟି ରାସ୍ତାରେ ଯିବାବେଳେ ଏପରି ଦୁର୍ଘଟଣାରୁ କିପରି ଆପେ ଆପେ ସୁରକ୍ଷିତ ଭାବେ ଅଟକି ଯିବ । ଅନ୍ୟପକ୍ଷରେ ଆଉ ଏକ ପ୍ରକଳ୍ପ ତିଆରି କରିଛି ଯାହା କି ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ସହାୟକ ହୋଇପାରିବ। ଖୁବ୍‌ ଅଳ୍ପ ସମୟ ମଧ୍ୟ୍ୟରେ ଏଲଇଡ଼ି, ସୋଲାର ଲାଇଟରୁ ବ୍ୟାଟେରି କିପରି ଆପେ ଆପେ ଚାର୍ଜ ହୋଇ ମୋବାଇଲକୁ ଶକ୍ତି ଯୋଗାଇବାରେ ସହାୟକ ହେବ । ଏହା ମୋବାଇଲର ଏକ କ୍ଷୁଦ୍ର ଖୋଳ ମଧ୍ୟ୍ୟରେ ରହିବ । ଏହାର ଏକ ନମୁନା ପ୍ରସ୍ତୁତ କରିଛି । ବିଭିନ୍ନ ସମୟରେ ଏପରି ବୈଜ୍ଞାନିକ କାର୍ଯ୍ୟ ଦକ୍ଷତା ପାଇଁ । ୨୦୧୨ରେ ନାସା ଆମେରିକା ପକ୍ଷରୁ ପୁରସ୍କୃତ ହୋଇଥିଲି । ପୁଣି ଆଇ. ଆଇ. ଏମ. ଅହମ୍ମଦାବାଦରୁ ତିନି ଥର ପୁରସ୍କୃତ ହୋଇଛି । ଏକ ବିଜ୍ଞାନ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମତେ ଅଧିକ ପ୍ରେରଣା ଦେବା ସହ ଅବିସ୍ମରଣୀୟ କରିପାରିଛି। ଜଣେ ଯୁବ ଉଦ୍ୟୋଗୀ ଓ ଟେକ୍ନୋଲୋଜର ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ, ଡ .ଏପିଜେ ଅବଦୁଲ କଲାମଙ୍କଠାରୁ ପ୍ରାୟ ୬ଥର ପୁରସ୍କୃତ ହୋଇଛି। ଏବେ ଆଇ.ଆଇ.ଟି. ଭୋପାଳ ଓରିଏଣ୍ଟାଲ କଲେଜ ଅଫ ଟେକ୍ନୋଲୋଜି ଛାତ୍ର ଭାବେ ପଢୁଛି । ବିଜ୍ଞାନ ସମ୍ପର୍କରେ ସର୍ବଦା ନୂଆ ନୂଆ ତଥ୍ୟ ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରିଥାଏ । ସମାଜରେ କିପରି ଏହି ନୂତନ ପ୍ରକଳ୍ପ ଆଦୃତି ହୋଇପାରିବ ସେଥିପାଇଁ ପ୍ରଚେଷ୍ଟା ଜାରି ରଖିଛି ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?