Posted inଫୁରସତ

ସମ୍ଭାବନାର ଅନ୍ୟ ନାମ ସୁଶାନ୍ତ

ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ । ତେବେ ବହୁ ପରୀକ୍ଷା ନିରୀକ୍ଷା ପରେ ଜଣେ ଯୁବ ବିଜ୍ଞାନୀ ବିଜ୍ଞାନ ଓ କାରିଗରି କୌଶଳରେ ଦକ୍ଷତା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ଥର ବିଭିନ୍ନ କ୍ଷେତ୍ରରୁ ପୁରସ୍କୃତ ହୋଇଛନ୍ତି । ସେ ହେଲେ ସୁଶାନ୍ତ ପଟ୍ଟନାୟକ। ଜନ୍ମ ତା୫। ୩।୧୯୯୩ ମସିହାରେ। ପିତା ନରସିଂହ ପଟ୍ଟନାୟକ ଜଣେ ପ୍ରାଣୀ ଚିକିତ୍ସକ। ମା’ ରାଜଶ୍ରୀ ପଟ୍ଟନାୟକ ଜଣେ ସୁଗୃହିଣୀ । ଘର ଭୁବନେଶ୍ୱରର ଆଚାର୍ଯ୍ୟ ବିହାରରେ। ତେବେ ଯୁବ ବୈଜ୍ଞାନିକ ସୁଶାନ୍ତଙ୍କ କେତୋଟି ବିଜ୍ଞାନ ପ୍ରକଳ୍ପ ପାଇଁ ସେ ଦେଶ ବିଦେଶରେ ନିଆରା ପରିଚୟ ସୃଷ୍ଟି କରିଛନ୍ତି । ସେ କୁହନ୍ତି ୟୁନିଟ -୮ D.A.V ସ୍କୁଲରେ ପଢ଼ୁଥିବା ବେଳେ ଯେତେବେଳେ ବଳକା ସମୟ ମିଳେ ଘରେ କେତେକ ଇଲେକ୍ଟ୍ରୋନିକ ଯନ୍ତ୍ରପାତି ଓ ଖେଳନାକୁ ଭାଙ୍ଗି ପୁଣି ଯୋଡିବା ବେଳେ ତାହା କେତେକ ନୂଆ ଯନ୍ତ୍ରପାତି ରୂପ ନେଉଥିବାରୁ ମତେ ଆନନ୍ଦ ମିଳିଥାଏ ଏବଂ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେଉଥିଲା । ମୋର ଏକ ପ୍ରୋଜେକ୍ଟ. ବ୍ରେଦିଙ୍ଗ ସେନ୍‌ସର ଆପାରେଟସକୁ ଜଣେ ପକ୍ଷାଘାତ ରୋଗୀ କିପରି ନିଃଶ୍ୱାସ ପ୍ରଶ୍ୱାସରେ ଏକ ହ୍ବିଲ ଚେୟାରକୁ ଗତିଶୀଳ କରିପାରିବେ ଏଥିରେ ସଫଳତା ପାଇଥିଲି ।
ପୁଣି ‘ଆକ୍ସିଡେଣ୍ଟ ପ୍ରୁଫ ଭେଇକିଲ’ ଏକ ପ୍ରକଳ୍ପ କରି ସଫଳତା ମଧ୍ୟ୍ୟ ପାଇଲି। ଏମିତିରେ କୌଣସି ମହିଳା ବିପଦ ବେଳେ କେହି ଆକ୍ରମଣକାରୀ ଶତ୍ରୁଙ୍କଠାରୁ ନିଜକୁ କିପରି ରକ୍ଷା କରିପାରିବେ ସେଥିପାଇଁ ଏକ ନୂଆ ଯନ୍ତ୍ର ‘ଥ୍ରୀ-ୱାଚ’ ତିଆରି କରିଛି । ଯାହା ଏକ ମାଇକ୍ରୋ ହିଟର। ପ୍ରାୟ ଦୁଇଶହ ଡିଗ୍ରୀ ଟେମ୍ପରେଚର ସୃଷ୍ଟି ହେବା ଦ୍ୱାରା ଆକ୍ରମଣକାରୀଙ୍କୁ ଶକ୍ତଆଘାତ ଦେବ। ସେହିପରି ଆଉ ଏକ ପ୍ରକଳ୍ପ ଯାହାକି ଭ୍ରମଣକାରୀଙ୍କ ଜୀବନ ବଞ୍ଚଇବାରେ ସହାୟକ ହୋଇପାରିବ । କୌଣସି ମୋଟର ଗାଡି ଅନ୍ଧାରରେ ଖାଲଖମା କିମ୍ବା ଘାଟି ରାସ୍ତାରେ ଯିବାବେଳେ ଏପରି ଦୁର୍ଘଟଣାରୁ କିପରି ଆପେ ଆପେ ସୁରକ୍ଷିତ ଭାବେ ଅଟକି ଯିବ । ଅନ୍ୟପକ୍ଷରେ ଆଉ ଏକ ପ୍ରକଳ୍ପ ତିଆରି କରିଛି ଯାହା କି ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ସହାୟକ ହୋଇପାରିବ। ଖୁବ୍‌ ଅଳ୍ପ ସମୟ ମଧ୍ୟ୍ୟରେ ଏଲଇଡ଼ି, ସୋଲାର ଲାଇଟରୁ ବ୍ୟାଟେରି କିପରି ଆପେ ଆପେ ଚାର୍ଜ ହୋଇ ମୋବାଇଲକୁ ଶକ୍ତି ଯୋଗାଇବାରେ ସହାୟକ ହେବ । ଏହା ମୋବାଇଲର ଏକ କ୍ଷୁଦ୍ର ଖୋଳ ମଧ୍ୟ୍ୟରେ ରହିବ । ଏହାର ଏକ ନମୁନା ପ୍ରସ୍ତୁତ କରିଛି । ବିଭିନ୍ନ ସମୟରେ ଏପରି ବୈଜ୍ଞାନିକ କାର୍ଯ୍ୟ ଦକ୍ଷତା ପାଇଁ । ୨୦୧୨ରେ ନାସା ଆମେରିକା ପକ୍ଷରୁ ପୁରସ୍କୃତ ହୋଇଥିଲି । ପୁଣି ଆଇ. ଆଇ. ଏମ. ଅହମ୍ମଦାବାଦରୁ ତିନି ଥର ପୁରସ୍କୃତ ହୋଇଛି । ଏକ ବିଜ୍ଞାନ କାର୍ଯ୍ୟକ୍ରମରେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମତେ ଅଧିକ ପ୍ରେରଣା ଦେବା ସହ ଅବିସ୍ମରଣୀୟ କରିପାରିଛି। ଜଣେ ଯୁବ ଉଦ୍ୟୋଗୀ ଓ ଟେକ୍ନୋଲୋଜର ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ, ଡ .ଏପିଜେ ଅବଦୁଲ କଲାମଙ୍କଠାରୁ ପ୍ରାୟ ୬ଥର ପୁରସ୍କୃତ ହୋଇଛି। ଏବେ ଆଇ.ଆଇ.ଟି. ଭୋପାଳ ଓରିଏଣ୍ଟାଲ କଲେଜ ଅଫ ଟେକ୍ନୋଲୋଜି ଛାତ୍ର ଭାବେ ପଢୁଛି । ବିଜ୍ଞାନ ସମ୍ପର୍କରେ ସର୍ବଦା ନୂଆ ନୂଆ ତଥ୍ୟ ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରିଥାଏ । ସମାଜରେ କିପରି ଏହି ନୂତନ ପ୍ରକଳ୍ପ ଆଦୃତି ହୋଇପାରିବ ସେଥିପାଇଁ ପ୍ରଚେଷ୍ଟା ଜାରି ରଖିଛି ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ପାଣିପାଗ

ସମ୍ପ୍ରତି ବିଶ୍ୱର ପାଣିପାଗ ବଦଳିବାରେ ଲାଗିଛି। ଏପରିସ୍ଥଳେ ସବୁଜ ପୃଥିବୀକୁ ସୁରକ୍ଷା ପ୍ରଦାନ କରୁଥିବା କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ସମାଜର...

ଫୁଟନ୍ତା ତେଲ କଡ଼େଇରେ ହାତ ପୂରାଇ ଚିକେନ୍‌ ପକୋଡ଼ା କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଦୁନିଆ ବିଚିତ୍ରରେ ପରିପୂର୍ଣ୍ଣ।  ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବେଳେବେଳେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାକୁ ଆସିଥାନ୍ତି। ଏବେ ସେମିତି ଜଣେ ବ୍ୟକ୍ତି ଏକ...

ଏଇଠି ସରିଛି ଦୁନିଆର ରାସ୍ତା, ଭୁଲ୍‌ରେ ବି ଯାଆନ୍ତୁନି

ବେଳେବେଳେ ମନରେ ଏମିତି ପ୍ରଶ୍ନ ଆସିଥିବ ନିଶ୍ଚିତ ଯେ, ବିଶ୍ୱ କେଉଁଠାରେ ସରିଛି; ଏହାର ଶେଷ ରାସ୍ତା କେଉଁଠି ଇତ୍ୟାଦି ଇତ୍ୟାଦି। ଆଜ୍ଞା ହଁ ଏମିତି...

ଦେଶର ସବୁଠୁ ଧନୀ ଗାଁ

ସିମ୍‌ଲା: ସୋସିଆଲ ମିଡିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଛି। ସିମ୍‌ଲାଠାରୁ ପ୍ରାୟ ୯୨ କିମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର...

ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ

ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ...

ମକା ଅଟାରୁ ତିଆରି ହେଲା ପ୍ଲାଷ୍ଟିକ୍‌

ରାୟପୁର,୨।୨: ଛତିଶଗଡ଼ରେ ଥିବା ଆଇଆଇଟିର ୩ ଜଣ ଛାତ୍ର ମକା ଅଟାରୁ ପ୍ଲାଷ୍ଟିକ୍‌ ତିଆରି କରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ଏହି ପ୍ଲାଷ୍ଟିକ୍‌ ବିଘଟନ ହୋଇ...

ଘର ଅଗଣାରେ ଖୋଳୁଥିଲେ କୂଅ, ଏଥିରୁ ଯାହା ମିଳିଲା ରାତାରାତି କୋଟିପତି ପାଲଟିଲେ ଏହି ବ୍ୟକ୍ତି

କୁହାଯାଏ, ଭାଗ୍ୟ କେତେବେଳେ ବଦଳିଯିବ ତା’ର କିଛି ଠିକଣା ନାହିଁ। ଏମିତି ହୋଇଛି କଲମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଘର ଅଗଣାରେ କୂଅ ଖୋଳୁଥିବା...

କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର...

Advertisement
Archives

Model This Week