ସିଂହର ଲାଇଭ୍‌ ଶୋ’ କରୁଥିଲେ କିଛି ବ୍ୟକ୍ତି, ଆଉ ତା’ ପରେ…

ଗାନ୍ଧିନଗର,୧୮ା୧୦: ଆଜିକାଲି ଲୋକମାନେ ନିଜର ସଉକ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି। ବେଳେବେଳେ ଏହି ସଉକ ପାଇଁ ଜେଲ୍‌ ଯିବା ଏପରିକି ଜୀବନ ମଧ୍ୟ ଯାଉଥିବା ଅନେକ ନଜିର ରହିଛି। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଜୁନାଗଢ଼ ଜିଲାରୁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ପରିବେଶବିତ୍‌ମାନେ ଚିନ୍ତାରେ ପଡ଼ିଛନ୍ତି। ବନ ବିଭାଗର ସିସିଏଫ୍‌ ଦୁଶାନ୍ତ ଭାସାଭଡା କହିଛନ୍ତି ଯେ, ନିକଟରେ ଏକ ସିଂହର ଲାଇଭ୍‌ ଶୋ’ କରି ଅଭିଯୁକ୍ତ ଧରାପଡ଼ିବା ପରେ କିଛି ଲୋକ ଗିର୍‌ ଜଙ୍ଗଲ ଅନ୍ତର୍ଗତ ଗିର୍‌ ଗଦା ନିକଟ ଘାଟଓ୍ବାଡ ଗ୍ରାମରେ ଗୋରୁ ବାନ୍ଧି ସିଂହଙ୍କୁ ଖାଇବାକୁ ଦେଇ ଭିଡିଓ ପ୍ରସ୍ତୁତ କରିଥିଲେ।

ସିଂହ ଶିକାର ପାଇଁ ପହଞ୍ଚିବା ମାତ୍ରେ ସେଠାରେ ଥିବା ଲୋକମାନେ ସିଂହର ଏକ ଭିଡିଓ ପ୍ରସ୍ତୁତ କରି ସିଂହ ସହିତ ସେଲ୍‌ଫି ନେଇଥିଲେ। ଯାହା ଓ୍ବାଇଲ୍ଡ ଲାଇଫ୍‌ ଆକ୍ଟ ଅନୁଯାୟୀ ଏକ ଆଇନଗତ ଅପରାଧ ଅଟେ।

ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତେ ଘାଟଓ୍ବାଡର ବାସିନ୍ଦା ତଥା ଜାମଓ୍ବାଲାର ମୁଖ୍ୟ ଅଭିଯୁକ୍ତ ମାୟୁଦ୍ଦିନ କାଦ୍ରି। ଜମିରେ ଥିବା ଏକ ସିଂହକୁ ଦେଖିବା ପାଇଁ ଅଭିଯୁକ୍ତମାନେ ଏହି କାର୍ଯ୍ୟ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କର କୋଭିଡ୍‌ ପରୀକ୍ଷା ପରେ କୋର୍ଟରେ ହାଜର କରାଯିବ।

ଅନ୍ୟପକ୍ଷରେ ଗିର୍‌ ଜଙ୍ଗଲରେ ଥିବା ସିଂହଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କୁ ଲୋକେ ହଇରାଣ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ପଶୁପକ୍ଷୀମାନଙ୍କ ପାଇଁ ବିପଦ ଅଟେ। ଯଦି ଅପରାଧୀମାନେ କଠୋର ଦଣ୍ଡ ପାଆନ୍ତି ତେବେ ଲୋକଙ୍କ ପାଇଁ ଏକ ଚେତାବନୀ ହୋଇପାରେ। ଫଳରେ ଲାଇଭ୍‌ ସିଂହ ପ୍ରଦର୍ଶନ କରିବା ବନ୍ଦ ହୋଇପାରିବ।

କିଛି ଲୋକ ଏହିପରି ସିଂହ ଶୋ’ ଦେଖିବାକୁ ଟଙ୍କା ମଧ୍ୟ ଦେଇଥାନ୍ତି। ବନ ବିଭାଗ ବର୍ତ୍ତମାନ ସତର୍କ ହୋଇ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ଲୋକଙ୍କୁ ସଚେତତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ କିଛି ଅମାନିଆ ଏପରି କାଣ୍ଡ ଘଟାଉଛନ୍ତି। ବନ ବିଭାଗ କହିଛି, ସିଂହ ଶୋ’ରେ ଭାଗ ନେବା ମଧ୍ୟ ଏକ ଆଇନଗତ ଅପରାଧ। ଦେଶର ସମ୍ମାନ ରକ୍ଷା କରିବା ଆମର କର୍ତ୍ତବ୍ୟ। ସିଂହ ଆମର ଗର୍ବ, ଏହାକୁ ସମ୍ମାନ ଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ନୁହେଁ ତ କେବେ ନୁହେଁ: ୟୁସିସି ନେଇ ନକଭିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ସମ୍ବନ୍ଧରେ ଆଇନ ଆୟୋଗ ଲୋକ ତଥା ଧାର୍ମିକ ସଂଗଠନର ମତାମତ ଲୋଡିଛନ୍ତି। ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ...

ମହିଳାଙ୍କୁ ଆକ୍ରମଣ, ବେଆଇନ ମଦ କାରବାର ଅଭିଯୋଗ: ୩ ଅଭିଯୁକ୍ତ କୋର୍ଟଚାଲାଣ

ଲୋଇସିଂହା,୧୧।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଝରଣୀପାଲି ପଞ୍ଚାୟତ ପଥରମୁଣ୍ଡା ଗାଁର ଜଣେ ମହିଳାଙ୍କୁ ଆକ୍ରମଣ ଓ ବେଆଇନ ମନ କାରବାରରେ ସମ୍ପୃକ୍ତ ୩...

ଟିଏମସି ନେତାଙ୍କ ଅଡୁଆ ବଢିଲା: ଆଉ ୧୧ ଦିନ ରିମାଣ୍ଡ ପାଇଁ ମିଳିଲା ମଞ୍ଜୁରୀ

କୋଲକାତା,୮।୩: ପଶ୍ଚିମବଙ୍ଗ ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ଶୁକ୍ରବାର ତାଙ୍କର ରିମାଣ୍ଡ ଅବଧି ସରୁଥିବା...

ଏୟାର ଇଣ୍ଡିଆକୁ ୧୦ଲକ୍ଷ ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୪।୧: ପ୍ୟାରିସ୍‌ରୁ ଦିଲ୍ଲୀ ଯାଉଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ କମ୍ବଳ ଉପରେ ପରିସ୍ରା କରିବା ଘଟଣାରେ ଡାଇରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଆଭିଏସନ(ଡିଜିସିଏ) ଏୟାର...

କୋଭିଡ ଚିକିତ୍ସାରେ ଏବେ ସାମିଲ ହେବ ଆୟୁର୍ବେଦିକ ଚିକିତ୍ସା: ମାଗଣାରେ ରୋଗୀଙ୍କୁ ବଣ୍ଟାଯିବ ୧ଲକ୍ଷ କରୋନିଲ୍‌ କିଟ୍‌

ଚଣ୍ଡିଗଡ଼,୨୫।୫: ଗୋଟିଏ ପଟେ ଯୋଗ ଗୁରୁ ବାବା ରାମଦେବ କ୍ରମାଗତ ଭାବେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ହରିଆଣାରେ କରୋନା ରୋଗୀଙ୍କୁ...

ପବନରେ ଏମିତି ଉଡ଼ୁଛି ହରିଣ, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ସନ୍ଧାନୀ କୁକୁର ବଦଳି ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ

ଭୋପାଳ,୧୬।୭: ମଧ୍ୟପ୍ରଦେଶରେ ୪୬ ସନ୍ଧାନୀ କୁକୁରଙ୍କ ବଦଳି ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମିଡ଼ିଆ ପରାମର୍ଶଦାତା...

କରୋନାରେ ମୃତ ଡାକ୍ତରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ଦାବି

କୋଲକାତା,୨୮।୪: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଡାକ୍ତରମାନେ ମଧ୍ୟ ଏହା କବଳରୁ ମୁକ୍ତ ହୋଇ ପାରୁ ନାହାନ୍ତି। ରବିବାର ପଶ୍ଚିମବଙ୍ଗର ଜଣେ ୬୯...

Advertisement
Archives

Model This Week