ବିଜୁ ମାର୍କେଟ ଦୋକାନ ଘରେ ଗୋଦାମ

ନୟାଗଡ଼ ଅଫିସ,୧୮ା୧୦: ନୟାଗଡ଼ ସହର ବିଜୁ ମାର୍କେଟର ଦୋକାନ ଘରେ ଗୋଦାମ ସଂଖ୍ୟା ବଢ଼ିବା ପରେ ଖୁଚୁରା ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ସେମାନଙ୍କ ବ୍ୟବସାୟ ଦିନକୁ ଦିନ କମିବାରେ ଲାଗିଛି। ପୁଣି ବଜାରରେ ପାର୍କିଂ ବ୍ୟବସ୍ଥା, ଦୋକାନୀ ଓ ଗ୍ରାହକଙ୍କ ପାଇଁ ଶୌଚାଳୟ, ପରିସ୍ରାଗାର ପରି ସର୍ବନିମ୍ନ ସୁବିଧା ଉପଲବ୍ଧ ନାହିଁ। ଗୋଦାମ ହଟାଇବା ଓ ସର୍ବନିମ୍ନ ସୁବିଧା ଯୋଗାଇବା ନେଇ ସେମାନେ ବିଭିନ୍ନ ସମୟରେ ପୌର ନିର୍ବାହୀ ଅଧିକାରୀ ଓ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ପାଇନାହାନ୍ତି। ଏବେ ପୁଣି ଥରେ କେତେଜଣ ବ୍ୟବସାୟୀ ଜିଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ଭେଟି ବଜାରର ସମସ୍ୟା ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନା ଅନୁସାରେ ଉଠାଦୋକାନୀଙ୍କ ସଂଖ୍ୟା ହ୍ରାସ, ବେକାରଙ୍କୁ କର୍ମନିଯୁକ୍ତି ଦେବା ଓ ଟ୍ରାଫିକ ସମସ୍ୟା ଏଡାଇବା ପାଇଁ ପ୍ରାୟ ୨୦ବର୍ଷ ତଳେ ନୟାଗଡ଼ ଏନ୍‌ଏସି ପକ୍ଷରୁ ବିଜୁ ମାର୍କେଟ କରାଯାଇ ୧୦୦ରୁ ଊର୍ଦ୍ଧ୍ୱ ଦୋକାନ ଘର ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ଏ ବାବଦରେ ପ୍ରତି ମାସରେ ଏନ୍‌ଏସି ଭଡ଼ା ଆଦାୟ କରୁଥିଲା। ତେବେ ଦୋକାନ ନିର୍ମାଣ ସମୟରେ ଶୌଚାଳୟ, ପରିସ୍ରାଗାର, ପାର୍କିଂ ବ୍ୟବସ୍ଥା କରାଯାଇ ନ ଥିଲା। ୨୦ବର୍ଷ ପରେ ବି ଏହି ସୁବିଧା କରାଯାଇ ନାହିଁ। ଏହି ବଜାରରେ ଗୋଦାମ ଘର ଅଧିକ ଓ ଦୋକାନ ସଂଖ୍ୟା କମିଚାଲିଛି। ମାଲିକମାନେ ଗୋଦାମରୁ ଅଧିକ ଭଡ଼ା ପାଉଥିବାରୁ ଦୋକାନ ପାଇଁ ଭଡ଼ା ନ ଦେଇ ଗୋଦାମକୁ ଭଡ଼ା ଦେଉଛନ୍ତି। ଏହା ଦ୍ୱାରା ଲିଜ୍‌ ନେଇଥିବା ମାଲିକମାନେ ଲାଭରେ ରହୁଥିବାବେଳେ ହାତଗଣତି ଯେଉଁ ଦୋକାନୀ ଅଛନ୍ତି ସେମାନଙ୍କ ବ୍ୟବସାୟ କମିବାରେ ଲାଗିଛି। ଗୋଦାମ ହେବାରୁ ବଜାର ରାସ୍ତାରେ ଯାନବାହନ ରହି ସବୁବେଳେ ଜାମ୍‌ ରହୁଛି। ଫଳରେ ଗ୍ରାହକମାନେ ବଜାର ଭିତରକୁ ଆସିବାରେ ହଇରାଣ ହେଉଛନ୍ତି। ପୁଣି ବର୍ଷା ହେଲେ ବଜାର ପରିସର କର୍ଦ୍ଦମାକ୍ତ ହୋଇପଡୁଛି। ସେହିପର ସିମେଣ୍ଟ ପ୍ଲାଷ୍ଟର ଖସିବା ଦ୍ୱାରା ଦୋକାନ ଘରଗୁଡିକ ଅସୁରକ୍ଷିତ ହୋଇ ପଡିଲାଣି। ଇତିମଧ୍ୟରେ ନୟାଗଡ଼ ଏନ୍‌ଏସି ମ୍ୟୁନିସିପାଲିଟି ହୋଇସାରିଲାଣି। ତେବେ ବିଜୁ ମାର୍କେଟର ପରିବର୍ତ୍ତନ ହେଲା ନାହିଁ। ଜଣେ ଦୋକାନୀ ନିଜ ନଁା ଗୋପନ ରଖି କହିଛନ୍ତି, ୧୦୫ଟି ଘରକୁ ଦୋକାନ ପାଇଁ ଲିଜ୍‌ ଦିଆଯାଇଛି। ଏଥିରୁ ୧୫ ପ୍ରତିଶତ ବ୍ୟକ୍ତି ନିଜେ ମାଲିକ ହୋଇ ଦୋକାନ କରିଛନ୍ତି। ଆଉ ୩୫ ପ୍ରତିଶତ ଲୋକ ଦୋକାନକୁ ଭଡ଼ା ଦେଇଛନ୍ତି। ବଳକା ୫୦ ପ୍ରତିଶତ ଘର ଗୋଦାମ ହୋଇଛି। ଗୋଦାମ କଲେ ଦେଢ଼ ହଜାରରୁ ସାଢ଼େ ୩ ହଜାର ଟଙ୍କା ଭଡ଼ା ମିଳୁଛି। କିନ୍ତୁ ଦୋକାନ ହେଲେ ୧ ହଜାରରୁ ଅଢ଼େଇ ହଜାର ଟଙ୍କା ଭଡ଼ା ମିଳେ। ଟଙ୍କା ଅଧିକ ମିଳୁଥିବାରୁ ଦୋକାନ ମାଲିକ ଗୋଦାମ ପାଇଁ ଘର ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଦୋକାନ ପାଇଁ ଲିଜ୍‌ ନେଇଛନ୍ତି। ଯଦି ଗୋଦାମ ହେଉଛି ତେବେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁରରୁ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ୍‌,୩୦।୯: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି। ଭାରତ ଏବଂ ରୁଷିଆ ମିଳିତ ଜ୍ଞାନ କୌଶଳରେ ନିର୍ମିତ ସୁପରସୋନିକ କ୍ରୁଜ୍‌...

ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି।...

ଘର ନାହିଁ: ବିଦ୍ୟାଳୟରେ ରହୁଛନ୍ତି

ଡେରାବିଶ, ୬।୧୧(ସ୍ବ.ପ୍ର.): କଚ୍ଚାଘର ଥିବା ପରିବାରକୁ ବାସଗୃହ ଯୋଜନାରେ ସାମିଲ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଅର୍ଥାଭାବରୁ ନିଜର ଘର...

ମଶା ଉପଦ୍ରବରେ ସହରବାସୀ ନୟାନ୍ତ

ଯାଜପୁର ଅଫିସ,୧ା୧୨: ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ। ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ...

୧୨ ଘଣ୍ଟିଆ ଧୁଷୁରୀ ବନ୍ଦ

ଧାମନଗର, ୬।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ବଜାର ର ବରିଷ୍ଠ ନାଗରିକ ମଞ୍ଚ ଏବଂ ଧୁଷୁରୀ ଆଞ୍ଚଳିକ ଯୁବ ପରିଷଦ ତରଫରୁ ୬ ଦଫା...

ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣା:ଜେଲ୍‌ ଗଲେ ୩ ଭାଇ

ଧାମନଗର, ୫।୧୨ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଖପରପଦା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ବ୍ଲାକମେଲିଂ ଘଟଣାରେ ଧୂଷୁରୀ ଥାନା ପୋଲିସ ଅଟକ...

ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ...

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ...

Advertisement
Archives

Model This Week